ମେଡିକାଲ କନଫେରେନ୍ସ ହଲରେ ଅଶ୍ଳୀଳ ଡ୍ୟାନ୍ସ ଭାଇରାଲ, ଲୋକେ ଦେଖି କରୁଛନ୍ତି ତୀବ୍ର ନିନ୍ଦା
ମେଡିକାଲ କନଫେରେନ୍ସ ହଲରେ ପରିବେଶଣ ହେଲା ଅଶ୍ଳୀଳ ଡ୍ୟାନ୍ସ । ଯାହା ଏବେ କେମିତି କେଜାଣି ବାହାରେ ଲିକ୍ ହୋଇଯାଇଛି । ଯାହାକୁ ଦେଖି ଲୋକେ କରୁଛନ୍ତି ନିନ୍ଦା ଆଉ ନିନ୍ଦା । ଆପଣ ସ୍କୁଲ ଓ କଲେଜରେ ହେଉଥିବା କାର୍ଯକ୍ରମରେ ଡ୍ୟାନ୍ସ ପରଫରମାନ୍ସ ଦେଖିଥିବେ । ଅନେକ ଥର ଆପଣ ବଡ ବଡ କମ୍ପାନୀରେ ବି ଦେଖିଥିବେ ବାର୍ଷିକ କାର୍ଯକ୍ରମ କିମ୍ବା କୌଣସି ଫଙ୍କସନରେ ମାହୋଲ ବନାଇବା ପାଇଁ ଡ୍ୟାନ୍ସ ଏବଂ ସିଗିଙ୍ଗ ପରଫରମାନ୍ସର ଆୟୋଜନ […] The post ମେଡିକାଲ କନଫେରେନ୍ସ ହଲରେ ଅଶ୍ଳୀଳ ଡ୍ୟାନ୍ସ ଭାଇରାଲ, ଲୋକେ ଦେଖି କରୁଛନ୍ତି ତୀବ୍ର ନିନ୍ଦା appeared first on KNews Odisha.

ମେଡିକାଲ କନଫେରେନ୍ସ ହଲରେ ପରିବେଶଣ ହେଲା ଅଶ୍ଳୀଳ ଡ୍ୟାନ୍ସ । ଯାହା ଏବେ କେମିତି କେଜାଣି ବାହାରେ ଲିକ୍ ହୋଇଯାଇଛି । ଯାହାକୁ ଦେଖି ଲୋକେ କରୁଛନ୍ତି ନିନ୍ଦା ଆଉ ନିନ୍ଦା । ଆପଣ ସ୍କୁଲ ଓ କଲେଜରେ ହେଉଥିବା କାର୍ଯକ୍ରମରେ ଡ୍ୟାନ୍ସ ପରଫରମାନ୍ସ ଦେଖିଥିବେ । ଅନେକ ଥର ଆପଣ ବଡ ବଡ କମ୍ପାନୀରେ ବି ଦେଖିଥିବେ ବାର୍ଷିକ କାର୍ଯକ୍ରମ କିମ୍ବା କୌଣସି ଫଙ୍କସନରେ ମାହୋଲ ବନାଇବା ପାଇଁ ଡ୍ୟାନ୍ସ ଏବଂ ସିଗିଙ୍ଗ ପରଫରମାନ୍ସର ଆୟୋଜନ କରାଯାଇଥାଏ । ଯାହା ଅତି ସାଧାରଣ କଥା ମଧ୍ୟ । ହେଲେ ଏବେ ମେଡିକାଲ କନଫେରେନ୍ସ ହଲ ଭିତରେ ଯେଉଁଭଳି ଭାବେ ଡ୍ୟାନ୍ସ ପରିବେଷଣ ହେଉଛି ତାହା ଅତନ୍ତ ନିନ୍ଦନୀୟ ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏ ଭିଡିଓକୁ ଥରେ ଦେଖନ୍ତୁ ଯେଉଁଥିରେ ଜଣେ ଯୁବତୀ କିଛି ପୁରୁଷଙ୍କ ଆଗରେ ନାଚୁଛନ୍ତି । ଆଉ ସାମ୍ନାରେ ବସିଥିବା ପୁରୁଷମାନେ ବି ଏ ଯୁବତୀଙ୍କ ନାଚ ଦେଖି ଖୁବ୍ ଏଞ୍ଜୟ ମଧ୍ୟ କରୁଛନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଭଳି ଡ୍ୟାନ୍ସ ଚାଲିଛି ଆସୋସିଏସନ୍ ଅଫ୍ କୋଲନ ଆଣ୍ଡ ରେକ୍ଟାଲ ଅଫ୍ ଇଣ୍ଡିଆର ୪୭ତମ ଆନୁଆଲ ଡେ ଫଙ୍କସନରେ । ଡ୍ୟାନ୍ସ କରୁଥିବା ଯୁବତୀ ଜଣଙ୍କ କଟିଙ୍ଗ ସଟ୍ସ ସହିତ ମାଚିଙ୍ଗ କ୍ରପ ଟପ୍ ପିନ୍ଧିଛନ୍ତି । ଆଉ ଯୁବତୀ ଜଣଙ୍କ ସଠାରେ ଥିବା କିଛି ଯୁବକଙ୍କୁ ନିଜ ସହ ନାଚିବାକୁ ଆମନ୍ତ୍ରଣ ବି କରୁଛନ୍ତି । ଏପଟେ ହାତରେ ଡ୍ରିଙ୍କସ ଧରିଥିବା ପୁରୁଷମାନେ ବି ନିଜ ଡ୍ୟାନ୍ସ ମୁଭ୍ ଦେଖାଉଛନ୍ତି ।
କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି ମେଡିକାଲ କନଫେରେନ୍ସ ଭିତରେ ଏମିତି ସବୁ ହେଉଛି । ଯାହାକୁ ଦେଖି ଆପଣ ଅନୁମାନ ଲଗାନ୍ତୁ ରୋଗୀଙ୍କ ଅବସ୍ଥା ଏଠି କଣ ହେଉଥିବ । ସୋସିଆଲ ମିଡିଆରେ ମେଡିକାଲ କନଫେରେନ୍ସ ହଲରେ ଏଭଳି ଗତିବିଧିକୁ ଦେଖି ଜଣେ ୟୁଜର ଲେଖିଛନ୍ତି, ମୁଁ ଜାଣିବାକୁ ଚାହୁଁଛି କଣ ଏହା ମାନବ ଶରୀର ରଚନା ବିଜ୍ଞାନରେ ଏକ ପ୍ରଶିକ୍ଷଣ? ବୃଦ୍ଧ ଡାକ୍ତରଙ୍କ ଦ୍ୱାରା ସାର୍ବଜନିକ ଭାବେ ଏମିତି ମହିଳାଙ୍କୁ ଧରି ନାଚିବା ଚିକିତ୍ସା ପଦ୍ଧତିର କେଉଁ ଅଂଶ । ତେବେ ଏଭଳି ଅନେକ ଲୋକ ଏ ଭିଡିଓକୁ ଦେଖି ବିଭିନ୍ନ ପ୍ରକାରର ମତ ଦେଇଛନ୍ତି । ତେବେ ଅନପକ୍ଷରେ ଆଉ କିଛି ୟୁଜର୍ସ ଏହାକୁ ମଜାଦାରବୋଲି ମଧ୍ୟ କହିଛନ୍ତି । ତେବେ ମେଡିକାଲ କନଫେରେନ୍ସ ହଲରେ ଏମିତି ଡ୍ୟାନ୍ସକୁ ନେଇ ଆପଣଙ୍କର ମତ କଣ ଆମକୁ କମେଣ୍ଟ ବକ୍ସରେ ନିଜର ପ୍ରତିକ୍ରୀୟା ଦିଅନ୍ତୁ ।
The post ମେଡିକାଲ କନଫେରେନ୍ସ ହଲରେ ଅଶ୍ଳୀଳ ଡ୍ୟାନ୍ସ ଭାଇରାଲ, ଲୋକେ ଦେଖି କରୁଛନ୍ତି ତୀବ୍ର ନିନ୍ଦା appeared first on KNews Odisha.