ଜଗନ ରେଡ୍ଡିଙ୍କ ପାଇଁ ବଢ଼ିଲା ଅଡୁଆ: ହତ୍ୟା ଉଦ୍ୟମ ଅଭିଯୋଗରେ ପୂର୍ବତନ ସିଏମ୍‌ଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ସିଏମ୍ ଜଗନ୍ ମୋହନ ରେଡ୍ଡୀଙ୍କ ପାଇଁ ବଢ଼ିଲା ଅଡୁଆ। ଶାସକ ଟିଡିପି ବିଧାୟକ କେ ରଘୁରାମ କୃଷ୍ଣ ରାଜୁଙ୍କ ଅଭିଯୋଗ ଆଧାରରେ ପୋଲିସ ପୂର୍ବତନ ସିଏମ, ଦୁଇ ବରିଷ୍ଠ ଆଇପିଏସ ଏବଂ ଦୁଇ ଅବସରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗୁଣ୍ଟୁରର ନାଗରାମପାଲମ ପୋଲିସ ଷ୍ଟେସନରେ ୫ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା 120ବି, 166, 167, 197, 307, 326, 465, 506 ପଞ୍ଜିକୃତ ହୋଇଛି। ଏହି ଘଟଣା 2021 ମସିହାର। ଆଇପିସି ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରାଜୁ ଅଭିଯୋଗ କରିଛନ୍ତି ଯେ ସିବିସିଆଇଡି ତାଙ୍କୁ ବେଆଇନ ଭାବେ ଗିରଫ କରିଥିଲା। ତାଙ୍କୁ ପୋଲିସ ଗାଡି ଭିତରକୁ ଟାଣି ନେଇ ଧମକ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଆର ବିଜୟ ପାଲ ଏବଂ ଗୁଣ୍ଟୁର ସରକାରୀ ହସ୍ପିଟାଲର ପୂର୍ବତନ ଅଧୀକ୍ଷକ ଜି.ଏମ. ପ୍ରଭାସଙ୍କୁ ଅଭିଯୁକ୍ତ କରାଯାଇଛି।

ଜଗନ ରେଡ୍ଡିଙ୍କ ପାଇଁ ବଢ଼ିଲା ଅଡୁଆ: ହତ୍ୟା ଉଦ୍ୟମ ଅଭିଯୋଗରେ ପୂର୍ବତନ ସିଏମ୍‌ଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ସିଏମ୍ ଜଗନ୍ ମୋହନ ରେଡ୍ଡୀଙ୍କ ପାଇଁ ବଢ଼ିଲା ଅଡୁଆ। ଶାସକ ଟିଡିପି ବିଧାୟକ କେ ରଘୁରାମ କୃଷ୍ଣ ରାଜୁଙ୍କ ଅଭିଯୋଗ ଆଧାରରେ ପୋଲିସ ପୂର୍ବତନ ସିଏମ, ଦୁଇ ବରିଷ୍ଠ ଆଇପିଏସ ଏବଂ ଦୁଇ ଅବସରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗୁଣ୍ଟୁରର ନାଗରାମପାଲମ ପୋଲିସ ଷ୍ଟେସନରେ ୫ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା 120ବି, 166, 167, 197, 307, 326, 465, 506 ପଞ୍ଜିକୃତ ହୋଇଛି। 

ଏହି ଘଟଣା 2021 ମସିହାର। ଆଇପିସି ଅଧୀନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରାଜୁ ଅଭିଯୋଗ କରିଛନ୍ତି ଯେ ସିବିସିଆଇଡି ତାଙ୍କୁ ବେଆଇନ ଭାବେ ଗିରଫ କରିଥିଲା। ତାଙ୍କୁ ପୋଲିସ ଗାଡି ଭିତରକୁ ଟାଣି ନେଇ ଧମକ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଆର ବିଜୟ ପାଲ ଏବଂ ଗୁଣ୍ଟୁର ସରକାରୀ ହସ୍ପିଟାଲର ପୂର୍ବତନ ଅଧୀକ୍ଷକ ଜି.ଏମ. ପ୍ରଭାସଙ୍କୁ ଅଭିଯୁକ୍ତ କରାଯାଇଛି।