କଂଗ୍ରେସକୁ ଟାର୍ଗେଟ କଲେ ସଞ୍ଜୟ ରାଉତ, କହିଲେ ଅକ୍ଷମ ନେତା…

ମୁମ୍ବାଇ,୧୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହା ବିକାଶ ଆଗାଡିରେ ଆସନ ବୁଝାମଣାରେ ସମସ୍ୟା ଉପୁଜୁଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଆସନ ବଣ୍ଟା ବିଳମ୍ବ ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ରାଜ୍ୟ କଂଗ୍ରେସ ନେତାମାନେ ନିଷ୍ପତ୍ତି ନେବାରେ ସକ୍ଷମ ନୁହନ୍ତି। ଏହି କାରଣରୁ ସିଟ ବଣ୍ଟନରେ ବିଳମ୍ବ ହେଉଛି । ୨୮୮ ଟି ବିଧାନସଭା ଆସନ ମଧ୍ୟରୁ ୨୦୦ରେ ସହମତି ପ୍ରକାଶ ପାଇଛି, କିନ୍ତୁ କିଛି ଆସନ ଏଯାଏ ନିଷ୍ପତ୍ତି ହୋଇପାରୁନି। […] The post କଂଗ୍ରେସକୁ ଟାର୍ଗେଟ କଲେ ସଞ୍ଜୟ ରାଉତ, କହିଲେ ଅକ୍ଷମ ନେତା… appeared first on Dharitri Odia News.

କଂଗ୍ରେସକୁ ଟାର୍ଗେଟ କଲେ ସଞ୍ଜୟ ରାଉତ, କହିଲେ ଅକ୍ଷମ ନେତା…

ମୁମ୍ବାଇ,୧୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ମହା ବିକାଶ ଆଗାଡିରେ ଆସନ ବୁଝାମଣାରେ ସମସ୍ୟା ଉପୁଜୁଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଆସନ ବଣ୍ଟା ବିଳମ୍ବ ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ରାଜ୍ୟ କଂଗ୍ରେସ ନେତାମାନେ ନିଷ୍ପତ୍ତି ନେବାରେ ସକ୍ଷମ ନୁହନ୍ତି। ଏହି କାରଣରୁ ସିଟ ବଣ୍ଟନରେ ବିଳମ୍ବ ହେଉଛି । ୨୮୮ ଟି ବିଧାନସଭା ଆସନ ମଧ୍ୟରୁ ୨୦୦ରେ ସହମତି ପ୍ରକାଶ ପାଇଛି, କିନ୍ତୁ କିଛି ଆସନ ଏଯାଏ ନିଷ୍ପତ୍ତି ହୋଇପାରୁନି।

ସୂଚନାଥାଉ କି, କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନସିପି ମହା ବିକାଶ ଅଗାଡିରେ ଅଛନ୍ତି ଏବଂ ଏହି ଦଳଗୁଡିକ ଶାସକ ମହାୟୁତି ବିରୋଧରେ ନିର୍ବାଚନ ଲଢୁଛନ୍ତି।

ଅନେକ ଆସନ ଉପରେ ନିଷ୍ପତ୍ତି ନିଆଯାଇଛି। କିଛି ଆସନ ଉପରେ ନିଷ୍ପତ୍ତି ନିଆଯାଇ ନାହିଁ। ତଥାପି ଆମ ପାଖରେ କମ ସମୟ ଅଛି । ମୁଁ ଅନୁଭବ କରୁଛି ଯେ ମହାରାଷ୍ଟ୍ରର କଂଗ୍ରେସ ନେତାମାନେ ନିଷ୍ପତ୍ତି ନେବାକୁ ସକ୍ଷମ ନୁହଁନ୍ତି। ସେମାନେ ପ୍ରାୟତଃ ଏହି ତାଲିକାକୁ ଦିଲ୍ଲୀ ପଠାନ୍ତି। ତା’ପରେ ଆଲୋଚନା ହେଉଛି କହି ଟାଳି ଚାଲନ୍ତି ବୋଲି କଂଗ୍ରେସକୁ ସଞ୍ଜୟ ଟାର୍ଗେଟ କରିଛନ୍ତି।

ସେ ଆହୁରି କହିଛନ୍ତି, ଜାତୀୟତାବାଦୀ କଂଗ୍ରେସ ଏବଂ ଶିବସେନା ମଧ୍ୟରେ କୌଣସି ମତଭେଦ ନାହିଁ। କଂଗ୍ରେସ ସହିତ ମଧ୍ୟ ସେପରି ମତଭେଦ ନାହିଁ। କିନ୍ତୁ କେତେକ ଆସନକୁ ସମସ୍ତ ତିନୋଟି ଦଳ ଦାବି କରିଛନ୍ତି। ଆମେ କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲୋଚନା କରିଛୁ।

The post କଂଗ୍ରେସକୁ ଟାର୍ଗେଟ କଲେ ସଞ୍ଜୟ ରାଉତ, କହିଲେ ଅକ୍ଷମ ନେତା… appeared first on Dharitri Odia News.