ବ୍ୟବସାୟୀଙ୍କୁ ଲୁଟିବା ଘଟଣା : ୪ ୱେବ୍ ସାମ୍ବାଦିକଙ୍କ ସମେତ ୫ଜଣ ଗିରଫ
କନକବ୍ୟୁରୋ: କଳାହାଣ୍ଡି ଭବାନୀପାଟଣା ସଦର ଥାନା ଅଂଚଳରେ ଘଟିଥିବା ଏକ ଡକାୟତି ଘଟଣାରେ ୪ ଜଣ ୱେବ୍ ସାମ୍ବାଦିକ ଓ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଚଳିତ ମାସ ୨ତାରିଖରେ କଣ୍ଟାବାଞ୍ଜିର ଜଣେ ବ୍ୟବସାୟଙ୍କୁ ଏକ ଡକାୟତ ଦଳ ଭଙ୍ଗାବାରି ନିକଟରେ ଅଟକାଇ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଭବାନୀପାଟଣା ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ରବିବାର ସନ୍ଧ୍ୟାରେ ୨ଜଣ ଫେରାର ମାରୁଥିବା ବେଳେ ସଇନ୍ତଳା ପୁଲିସ କାବୁ କରିଛି । ଏହି ଘଟଣାରେ ପୁଲିସ ୪ଜଣ ୱେବ୍ ସାମ୍ବାଦିକଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଆଜି ଗିରଫ କରିଛି । ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାରେ ପ୍ରାୟ ୮ ଜଣଙ୍କୁ ପୁଲିସ ସନ୍ଦେହ କରୁଛି ।

କନକବ୍ୟୁରୋ: କଳାହାଣ୍ଡି ଭବାନୀପାଟଣା ସଦର ଥାନା ଅଂଚଳରେ ଘଟିଥିବା ଏକ ଡକାୟତି ଘଟଣାରେ ୪ ଜଣ ୱେବ୍ ସାମ୍ବାଦିକ ଓ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଚଳିତ ମାସ ୨ତାରିଖରେ କଣ୍ଟାବାଞ୍ଜିର ଜଣେ ବ୍ୟବସାୟଙ୍କୁ ଏକ ଡକାୟତ ଦଳ ଭଙ୍ଗାବାରି ନିକଟରେ ଅଟକାଇ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା।
ଏନେଇ ଭବାନୀପାଟଣା ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ରବିବାର ସନ୍ଧ୍ୟାରେ ୨ଜଣ ଫେରାର ମାରୁଥିବା ବେଳେ ସଇନ୍ତଳା ପୁଲିସ କାବୁ କରିଛି । ଏହି ଘଟଣାରେ ପୁଲିସ ୪ଜଣ ୱେବ୍ ସାମ୍ବାଦିକଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଆଜି ଗିରଫ କରିଛି । ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାରେ ପ୍ରାୟ ୮ ଜଣଙ୍କୁ ପୁଲିସ ସନ୍ଦେହ କରୁଛି ।