ଦୁଲହେ ରାଜା ସିଣ୍ଡିକେଟରେ ରହସ୍ୟମୟୀ ଲୈଲା: ମଜନୁ ଆକାଉଣ୍ଟରୁ ଲୈଲାକୁ ଯାଇଛି ୧୦ ଲକ୍ଷ

କନକ ବ୍ୟୁରୋ: ଯେତେ ଜେରା ହେଉଛି ରସିକିଆ ଦୁହ୍ଲେ ରାଜାକୁ ନେଇ ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମହିଳାଙ୍କୁ ଫସାଇ ବିବାହ କରି ସେମାନଙ୍କ ଠାରୁ ଟଙ୍କା ଲୁଟୁଥିବା ଠକ ସତ୍ୟଜିତ ସାମଲ ସମ୍ପର୍କରେ ଥିଲେ ଜଣେ ରହସ୍ୟମୟୀ ମହିଳା। ଯାହାଙ୍କୁ ସେ ଟଙ୍କା ପଠାଉଥିଲେ। ରାଜଧାନୀରେ ବହୁ ଚର୍ଚ୍ଚିତ ଦୁଲହେ ରାଜା ସତ୍ୟଜିତ ସାମଲ ଗିରଫ ଘଟଣାରେ ନୁଆ ମୋଡ। ପୁଲିସ ହାତରେ ଲାଗିଛି ସତ୍ୟଜିତ ସହ ଜଣେ ମହିଳାଙ୍କ ଲିଙ୍କର ଠିକଣା। […] The post ଦୁଲହେ ରାଜା ସିଣ୍ଡିକେଟରେ ରହସ୍ୟମୟୀ ଲୈଲା: ମଜନୁ ଆକାଉଣ୍ଟରୁ ଲୈଲାକୁ ଯାଇଛି ୧୦ ଲକ୍ଷ first appeared on Kanak News.

ଦୁଲହେ ରାଜା ସିଣ୍ଡିକେଟରେ ରହସ୍ୟମୟୀ ଲୈଲା: ମଜନୁ ଆକାଉଣ୍ଟରୁ ଲୈଲାକୁ ଯାଇଛି ୧୦ ଲକ୍ଷ

କନକ ବ୍ୟୁରୋ: ଯେତେ ଜେରା ହେଉଛି ରସିକିଆ ଦୁହ୍ଲେ ରାଜାକୁ ନେଇ ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମହିଳାଙ୍କୁ ଫସାଇ ବିବାହ କରି ସେମାନଙ୍କ ଠାରୁ ଟଙ୍କା ଲୁଟୁଥିବା ଠକ ସତ୍ୟଜିତ ସାମଲ ସମ୍ପର୍କରେ ଥିଲେ ଜଣେ ରହସ୍ୟମୟୀ ମହିଳା। ଯାହାଙ୍କୁ ସେ ଟଙ୍କା ପଠାଉଥିଲେ।

ରାଜଧାନୀରେ ବହୁ ଚର୍ଚ୍ଚିତ ଦୁଲହେ ରାଜା ସତ୍ୟଜିତ ସାମଲ ଗିରଫ ଘଟଣାରେ ନୁଆ ମୋଡ। ପୁଲିସ ହାତରେ ଲାଗିଛି ସତ୍ୟଜିତ ସହ ଜଣେ ମହିଳାଙ୍କ ଲିଙ୍କର ଠିକଣା। ଏହି ରହସ୍ୟମୟୀ ଲୈଲା କୁଆଡେ ଥିଲେ ସତ୍ୟଜିତ ସିଣ୍ଡିକେଟର ସାରଥି। ବିଭିନ୍ନ ସମୟରେ ଏହି ମଜନୁଙ୍କ ଆକାଉଣ୍ଟରୁ ଲୈଲା ଆକାଉଣ୍ଟକୁ ମୋଟା ଅଙ୍କର ଟଙ୍କା ପଠାଉଥିଲା । ତଦନ୍ତ ବେଳେ ଜଣା ପଡିଛି,

ଗତ ୨ ମାସରେ ଲୈଲା ଜଣକ ମଜନୁ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ନେଇଛନ୍ତି
ଲୈଲାଙ୍କ ଆକାଉଣ୍ଟରୁ ବି ମଜନୁ ଆକାଉଣ୍ଟକୁ ମଝିରେ ମଝିରେ ଟଙ୍କା ଯାଇଛି
ପୁଲିସ ରିମାଣ୍ଡରେ ଥିବା ବେଳେ ସତ୍ୟଜିତ ଆକାଉଣ୍ଟରୁ ଟଙ୍କା ଉଠା ଯାଇଛି
ଛାନଭିନରୁ ଜଣା ପଡିଲା ଜଣେ ମହିଳା ଏହି ଟଙ୍କା ଗାଏବ କରିଛନ୍ତି
ମଜନୁର ଏଟିଏମ ଜରିଆରେ ୫୦ ହଜାର ଟଙ୍କା କାଢି ନେଇଛନ୍ତି ରହସ୍ୟମୟୀ ମହିଳା

୯୯ ରାଣୀଙ୍କର ରସିକନାଗରକୁ ୧୦ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି ପୁଲିସ। ରସିକନାଗରର ରଙ୍ଗୀନ କାରବାରର ଖୋଳତାଡ଼ ପାଇଁ ଦୁଇଟି ଟିମ ଗଠମ ହୋଇଛି। ରାଜ୍ୟ ବାହାରେ ଠକେଇ ହୋଇଥିବା ମହିଳାଙ୍କ ବୟାନ ରେକର୍ଡ ପାଇଁ ଏକ ଟିମ ରାୟପୁର, ଯୁପି, କୋଲକାତା ଏବଂ ଦିଲ୍ଲୀ ଯାଇ ଖୋଳତାଡ କରିବ। ରହସ୍ୟ ବଢାଉଥିବା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ ପାଇଁ ଏସବିଆଇ ମୁଖ୍ୟ ଶାଖାକୁ ତଥ୍ୟ ମଗା ଯାଇଥିବା ଡିସିପି କହିଛନ୍ତି।

କିଏ ଏହି ରହସ୍ୟମୟୀ ମହିଳା ?
ରଙ୍ଗିଲା ସତ୍ୟଜିତ ସହ ଏହି ଲୈଲାଙ୍କ ସଂପର୍କ କ’ଣ?
କାହିଁକି ରହସ୍ୟମୟୀ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିଲା ସତ୍ୟଜିତ?

The post ଦୁଲହେ ରାଜା ସିଣ୍ଡିକେଟରେ ରହସ୍ୟମୟୀ ଲୈଲା: ମଜନୁ ଆକାଉଣ୍ଟରୁ ଲୈଲାକୁ ଯାଇଛି ୧୦ ଲକ୍ଷ first appeared on Kanak News.