ପ୍ରଭୁ ଗଜାନନଙ୍କ ଚାନ୍ଦିର ମୁକୁଟ ଚୋରି କରିଥିଲେ ଯୁବକ, ଧରା ପଡ଼ିଗଲେ

ଗଜାନନଙ୍କ ମୁଣ୍ଡରେ ଚାନ୍ଦିର ମୁକୁଟ ଶୋଭା ପାଉଥିବା ଦେଖି ଅଭିଯୁକ୍ତଜଣକ ତାହାକୁ ଚୋରି କରିବାକୁ ଯୋଜନା କରିଥିଲେ। ଏହାପରେ ସୁଯୋଗ ଦେଖି ସେ ମୁକୁଟକୁ ନେଇ ଫେରାର ହୋଇଥିଲେ।

ପ୍ରଭୁ ଗଜାନନଙ୍କ ଚାନ୍ଦିର ମୁକୁଟ ଚୋରି କରିଥିଲେ ଯୁବକ, ଧରା ପଡ଼ିଗଲେ

ପ୍ରଭୁ ଗଜାନନଙ୍କ ଚାନ୍ଦିର ମୁକୁଟ ଚୋରି କରି ଧରା ପଡ଼ିଗଲେ ଯୁବକ । ଏପରି ଏକ ଘଟଣା ସିଲିଭର ସିଟି କଟକରେ ଘଟିଛି। । କଟକ ହରିପୁର ଜଗନ୍ନାଥ କ୍ଲବରେ ପୂଜା ପାଉଥିବା ଗଣେଶଙ୍କ ମୂର୍ତ୍ତିରେ ଲାଗିଛି ଚାନ୍ଦି ମୁକୁଟ । ମୁକୁଟ ଚୋରି କରିଥିବା ଯୁବକଙ୍କୁ ଧରିବା ସହ ଚାନ୍ଦିର ମୁକୁଟକୁ ଉଦ୍ଧାର କରିଛି ଲାଲବାଗ ଥାନା ପୁଲିସ୍‌।

ଗଜାନନଙ୍କ ମୁଣ୍ଡରେ ଚାନ୍ଦିର ମୁକୁଟ ଶୋଭା ପାଉଥିବା ଦେଖି ଅଭିଯୁକ୍ତଜଣକ ତାହାକୁ ଚୋରି କରିବାକୁ ଯୋଜନା କରିଥିଲେ। ଏହାପରେ ସୁଯୋଗ ଦେଖି ସେ ମୁକୁଟକୁ ନେଇ ଫେରାର ହୋଇଥିଲେ। କ୍ଲବ ସଦସ୍ୟ ଏହା ଜାଣିବା ପରେ ଏହି ଖବର ଚାରିଆଡ଼େ ବ୍ୟାପିଗଲା। ଏନେଇ କ୍ଲବ ପକ୍ଷରୁ ପୁଲିସ୍‌କୁ ସୂଚନା ଦିଆଯାଇଥିବା ବେଳେ ଆରମ୍ଭ ହୋଇଗଲା ଖୋଳତାଡ଼ ।

ବହୁ ଛାନଭିନ ପରେ ପଟ୍ଟାପୋଲ ଅଞ୍ଚଳର ଜଣେ ଯୁବକ ମୁକୁଟ ଚୋରି କରିଥିବା ସୂଚନା ମିଳିଥିଲା। ଯୋଜନା ମୁତାବକ ସମ୍ପୃକ୍ତ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିବାରୁ ସେ ମୁକୁଟ ଚୋରି କରିଥିବା ସ୍ୱୀକାର କରିଥିଲେ। ପୁଲିସ୍‌ ତାଙ୍କ ନିକଟରୁ ଚାନ୍ଦିର ମୁକୁଟଟିକୁ ଉଦ୍ଧାର କରିଥିବା ବେଳେ ତାହା ସୁରକ୍ଷିତ ଥିବା ଜଣାଯାଇଛି। ଲାଲବାଗ ପୁଲିସ ଯୁବକଙ୍କୁ ଥାନାକୁ ନେଇ ଅଧିକ ପଚରାଉଚରା କରୁଛି।