‘ଦାନା’ ପାଇଁ ଶନିବାର-ରବିବାର ସରକାରୀ ଛୁଟି ବାତିଲ
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ ଆଜି ସମସ୍ତ ବିଭାଗକୁ ଚିଠି ଲେଖି ‘ଦାନା’ ପରବର୍ତ୍ତୀ ବିପର୍ଯ୍ୟୟ ପରିଚାଳନା ଓ ଅନ୍ୟାନ୍ୟ ଗତିବିଧି ପ୍ରାଥମିକତା ଭିତ୍ତିରେ ସମ୍ପାଦନ କରାଯିବାର ଆବଶ୍ୟକତା ରହିଥିବା କହିଛନ୍ତି ।
ବାତ୍ୟା ‘ଦାନା’ ପ୍ରଭାବରେ କ୍ଷତିଗ୍ରସ୍ତ ଅଂଚଳରେ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାର ଶନିବାର ଓ ରବିବାର ଦୁଇଦିନ ସରକାରୀ ଛୁଟିକୁ ବାତିଲ କରିଛନ୍ତି।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂ ଆଜି ସମସ୍ତ ବିଭାଗକୁ ଚିଠି ଲେଖି ‘ଦାନା’ ପରବର୍ତ୍ତୀ ବିପର୍ଯ୍ୟୟ ପରିଚାଳନା ଓ ଅନ୍ୟାନ୍ୟ ଗତିବିଧି ପ୍ରାଥମିକତା ଭିତ୍ତିରେ ସମ୍ପାଦନ କରାଯିବାର ଆବଶ୍ୟକତା ରହିଥିବା କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଭାଗୀୟ ଅଫିସ୍ ଖୋଲା ରଖିବାକୁ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଅଫିସ୍ ଅକ୍ଟୋବର ୨୬ ଶନିବାର ଓ ୨୭ ରବିବାର ଦୁଇଦିନ ଖୋଲା ରହିବ । ପ୍ରଶାସନିକ ବିଭାଗଗୁଡ଼ିକ ଏଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଏସଆରସି ଶ୍ରୀ ସିଂ କହିଛନ୍ତି।
ଅନ୍ୟପକ୍ଷରେ ଏସଆରସିଙ୍କ ଏହି ନିର୍ଦ୍ଦେଶ ପରେ ବିଭିନ୍ନ ବିଭାଗ ମଧ୍ୟ ନିଜର ରାଜ୍ୟସ୍ତରଠୁ ଆରମ୍ଭ କରି ବାତ୍ୟା ପ୍ରଭାବିତ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅଫିସଗୁଡ଼ିକ ଏହି ଦୁଇଦିନ ଖୋଲା ରହିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରଭାବିତ ଜିଲ୍ଲାରେ ଥିବା ବିଭାଗୀୟ କର୍ମଚାରୀ ଓ ଅଫିସରମାନେ ହେଡକ୍ୱାର୍ଟର ନଛାଡ଼ିବାକୁ ମଧ୍ୟ ତାଗିଦ୍ କରାଯାଇଥିବା ଜଣାପଡ଼ିଛି।