ଦ୍ୱନ୍ଦ୍ୱରେ ବିଜେଡିର ଦିଲ୍ଲୀ ଆଭିମୁଖ୍ୟ !  ନେତା ଝାଡ଼ିଲେଣି ଅସନ୍ତୋଷ, ରାଜା ମାରିଲେ ତେରଛା ବାଣ ।

କନକ ବ୍ୟୁରୋ: ବିଜେଡି ଓ ବିଜେପି ମଧ୍ୟରେ ଭିତିରି ବୁଝାମଣା ଅଛି, ରାଜ୍ୟରେ ସରକାର ବଦଳି ଯାଇଛି । ବିଜେଡିକୁ କ୍ଷମତାରୁ ହଟାଇ ଗାଦରେ ବସିଛି ବିଜେପି । ତାପରୁ ଠାରୁ ଉଭୟ ଦଳ ନେତାଙ୍କ ମଧ୍ୟରେ ବୟାନବାଜି ଚାଲିଛି । ହେଲେ, ବିଜେଡିର କେନ୍ଦ୍ର ବିଜେପି ପ୍ରତି ଆଭିମୁଖ୍ୟ ଏବେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ଦଳ ଭିତରେ ବି ଅସନ୍ତୋଷ କୁହୁଳିବା ଆରମ୍ଭ କଲାଣି ।   ଏ ସବୁ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ଅସ୍ପଷ୍ଚ ରହିଛି । ଓଡିଶାରେ ଯେତେବେଳେ ବିଜେପି ବିରୋଧରେ ଗର୍ଜନ କରୁଛି ବିଜେଡି, ସେତେବେଳେ ଦିଲୀରେ କିନ୍ତୁ ସ୍ୱର ଶାଣିତ ହେଉନି । ଯାହକୁ ନେଇ ବିଜେଡି  ଦୁଇ ଫାଳ ହୋଇଯାଇଛି । କିଛି  କାର୍ପଟଦାର ଗୋଷ୍ଠୀ କେନ୍ଦ୍ର ଆଡକୁ ଢଳୁଥିବା ବେଳେ ଆଉ କିଛି  କେନ୍ଦ୍ର ବିଜେପି ବିରୋଧରେ  ଗର୍ଜନ କରୁଛନ୍ତି  । ୨୦୨୪ ନର୍ବାଚନ  ପୂର୍ବରୁ  ଏକକ ନିର୍ବାଚନକୁ ବିଜେଡି ଖୋଲା ସମର୍ଥନ ଦେଇଥିଲା । ଆଉ  ଏବେ ଯେତେବେଳ ସେହି ବିଲ ଆସୁଛି ।  ବିଜେଡି ସାଂସଦଙ୍କର ସ୍ପଷ୍ଟ ଆଭିମୁଖ୍ୟ ହୋଇନି । ବରଂ ଧନକଡଙ୍କ ସହ ଫଟୋ ଉଠାଇ ଭିନ୍ନ ବାର୍ତା ଦେଇଛନ୍ତି ବିଜେଡି ସାଂସଦ । ଯାହାକୁ ହଜମ କରି ପାରୁ ନାହାନ୍ତି ଦଳର ବରିଷ୍ଠ ନେତା । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସିଧାସଳଖ କିଛି କହିନଥିଲେ ବି, ଦଳକୁ ପଚାର  ବୋଲି କହି  ତେରଛା ବାଣ ମାରିଛନ୍ତି  । ସମ୍ୱିଧାନକୁ ନେଇ ବଡ ବିତର୍କ ହେଲା ସଂସଦରେ । ଅମିତ ଶାହାଙ୍କ ବିବାଦୀୟ ବୟାନ ନେଇ  ପୁ

ଦ୍ୱନ୍ଦ୍ୱରେ ବିଜେଡିର ଦିଲ୍ଲୀ ଆଭିମୁଖ୍ୟ !  ନେତା ଝାଡ଼ିଲେଣି ଅସନ୍ତୋଷ, ରାଜା ମାରିଲେ ତେରଛା ବାଣ ।

କନକ ବ୍ୟୁରୋ: ବିଜେଡି ଓ ବିଜେପି ମଧ୍ୟରେ ଭିତିରି ବୁଝାମଣା ଅଛି, ରାଜ୍ୟରେ ସରକାର ବଦଳି ଯାଇଛି । ବିଜେଡିକୁ କ୍ଷମତାରୁ ହଟାଇ ଗାଦରେ ବସିଛି ବିଜେପି । ତାପରୁ ଠାରୁ ଉଭୟ ଦଳ ନେତାଙ୍କ ମଧ୍ୟରେ ବୟାନବାଜି ଚାଲିଛି । ହେଲେ, ବିଜେଡିର କେନ୍ଦ୍ର ବିଜେପି ପ୍ରତି ଆଭିମୁଖ୍ୟ ଏବେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ଦଳ ଭିତରେ ବି ଅସନ୍ତୋଷ କୁହୁଳିବା ଆରମ୍ଭ କଲାଣି ।  
 
ଏ ସବୁ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ଅସ୍ପଷ୍ଚ ରହିଛି । ଓଡିଶାରେ ଯେତେବେଳେ ବିଜେପି ବିରୋଧରେ ଗର୍ଜନ କରୁଛି ବିଜେଡି, ସେତେବେଳେ ଦିଲୀରେ କିନ୍ତୁ ସ୍ୱର ଶାଣିତ ହେଉନି । ଯାହକୁ ନେଇ ବିଜେଡି  ଦୁଇ ଫାଳ ହୋଇଯାଇଛି । କିଛି  କାର୍ପଟଦାର ଗୋଷ୍ଠୀ କେନ୍ଦ୍ର ଆଡକୁ ଢଳୁଥିବା ବେଳେ ଆଉ କିଛି  କେନ୍ଦ୍ର ବିଜେପି ବିରୋଧରେ  ଗର୍ଜନ କରୁଛନ୍ତି  । ୨୦୨୪ ନର୍ବାଚନ  ପୂର୍ବରୁ  ଏକକ ନିର୍ବାଚନକୁ ବିଜେଡି ଖୋଲା ସମର୍ଥନ ଦେଇଥିଲା । ଆଉ  ଏବେ ଯେତେବେଳ ସେହି ବିଲ ଆସୁଛି ।  ବିଜେଡି ସାଂସଦଙ୍କର ସ୍ପଷ୍ଟ ଆଭିମୁଖ୍ୟ ହୋଇନି । ବରଂ ଧନକଡଙ୍କ ସହ ଫଟୋ ଉଠାଇ ଭିନ୍ନ ବାର୍ତା ଦେଇଛନ୍ତି ବିଜେଡି ସାଂସଦ । ଯାହାକୁ ହଜମ କରି ପାରୁ ନାହାନ୍ତି ଦଳର ବରିଷ୍ଠ ନେତା । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସିଧାସଳଖ କିଛି କହିନଥିଲେ ବି, ଦଳକୁ ପଚାର  ବୋଲି କହି  ତେରଛା ବାଣ ମାରିଛନ୍ତି  ।
 
ସମ୍ୱିଧାନକୁ ନେଇ ବଡ ବିତର୍କ ହେଲା ସଂସଦରେ । ଅମିତ ଶାହାଙ୍କ ବିବାଦୀୟ ବୟାନ ନେଇ  ପୁରା ବିରୋଧୀ ସଂସଦ ବାହାରେ ଆସି ଜୋରଦାର ବିରୋଧ କଲେ  । ହେଲେ ବିଜେଡି ସାଂସଦ ଏ ଘଟଣାରେ ମଧ୍ୟ ଚୁପ ରହିଥିଲେ । ତେଣୁ ଏ ସବୁ ଘଟଣା  ହିଁ ବୟାନ କରୁଛି ବିଜେଡିର ଆଭିମୁଖ୍ୟ ଅସ୍ପଷ୍ଟ ରହିଛି । ଏପଟେ ନୂଆ ବର୍ଷରେ ରାଜ୍ୟ ବିଜେପି ସରକାର ବିରୋଧରେ ରଣହୁଙ୍କାର ଦେବାକୁ ପ୍ରସ୍ତୁତ ହେଉଛି ବିଜେଡି । ହେଲେ, କେନ୍ଦ୍ର ଆଡକୁ ଢ଼ଳିବା ଖବରକୁ ନେଇ ତାତିଲେଣି ଦଳର ପୁରୁଖା ନେତା । ଅନ୍ୟପଟେ  ରାଜନୈତିକ ସମୀକ୍ଷକ କହିଛନ୍ତି , ବିଜେଡି ପାଇଁ ଏହା ବୁମେରଂ ହୋଇପାରେ । ନିର୍ବାଚନ ହାରିବା ପରେ ବି କେନ୍ଦ୍ର ବିଜେପି ପ୍ରତି କୋହଳ ଆଭିମୁଖ୍ୟ କାହିଁକି ? ଢ଼ଳିବା ପଛରେ କିଛି ଭୟ ରହିଛି କି ? ଏଭଳି ପୁଳା ପୁଳା ପ୍ରଶ୍ନ ରାଜ୍ୟ ରାଜନୀତିକୁ ସରଗରମ କରିଛି ।