ରାସ୍ତା ପାର ହେଉଥିବା ବେଳେ ବାଇକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟଣା, କୋର୍ଟ ଚାଲାଣ ହେଲେ ଅଭିଯୁକ୍ତ ଚାଳକ

ଦିଗପହଣ୍ଡି,୨୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ମୁଖ୍ୟରାସ୍ତାରେ ଗତ ୭ ତାରିଖ ରାତି ପ୍ରାୟ ସାଢ଼େ ୮ ଟାରେ ବାଇକ ଧକ୍କାରେ ସୀମା ସେଠୀ ନାମକ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ଅନଙ୍ଗପୁର ଗ୍ରାମର ସୀମା ରାସ୍ତା ପାର ହେଉଥିବା ସମୟରେ ଗୋକର୍ଣ୍ଣପୁର ଗ୍ରାମରୁ ଦିଗପହଣ୍ଡି ଅଭିମୁଖେ ଦୃତ ଗତିରେ ଆସୁଥିବା ଏକ ହୋଣ୍ଡା ୟୁନିକର୍ଣ୍ଣ ବାଇକ ନଂ. ( ଓଡି୦୭ ଏଆର ୨୫୮୧) ତାଙ୍କୁ ଧକ୍କା ଦେଇଥିଲା। ଏଥିରେ […] The post ରାସ୍ତା ପାର ହେଉଥିବା ବେଳେ ବାଇକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟଣା, କୋର୍ଟ ଚାଲାଣ ହେଲେ ଅଭିଯୁକ୍ତ ଚାଳକ appeared first on Dharitri Odia News.

ରାସ୍ତା ପାର ହେଉଥିବା ବେଳେ ବାଇକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟଣା, କୋର୍ଟ ଚାଲାଣ ହେଲେ ଅଭିଯୁକ୍ତ ଚାଳକ

ଦିଗପହଣ୍ଡି,୨୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ମୁଖ୍ୟରାସ୍ତାରେ ଗତ ୭ ତାରିଖ ରାତି ପ୍ରାୟ ସାଢ଼େ ୮ ଟାରେ ବାଇକ ଧକ୍କାରେ ସୀମା ସେଠୀ ନାମକ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ଅନଙ୍ଗପୁର ଗ୍ରାମର ସୀମା ରାସ୍ତା ପାର ହେଉଥିବା ସମୟରେ ଗୋକର୍ଣ୍ଣପୁର ଗ୍ରାମରୁ ଦିଗପହଣ୍ଡି ଅଭିମୁଖେ ଦୃତ ଗତିରେ ଆସୁଥିବା ଏକ ହୋଣ୍ଡା ୟୁନିକର୍ଣ୍ଣ ବାଇକ ନଂ. ( ଓଡି୦୭ ଏଆର ୨୫୮୧) ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ସେ ଗୁରୁତର ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସମ୍ପୃକ୍ତ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ଚିନାରି.ଶିବା ପାତ୍ରଙ୍କୁ ବୁଧବାର ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଏଏସଆଇ ଅଜୟ କୁମାର ନାୟକ ମାମଲା ନଂ.୯୨/୨୫ ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି।

The post ରାସ୍ତା ପାର ହେଉଥିବା ବେଳେ ବାଇକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ ଘଟଣା, କୋର୍ଟ ଚାଲାଣ ହେଲେ ଅଭିଯୁକ୍ତ ଚାଳକ appeared first on Dharitri Odia News.