ଦାନ୍ତସଫା ପାଇଁ  ବ୍ୟବହାର ହେଉଥିବା ଟୁଥ୍‌ପିକ୍‌କୁ ଛାଣିକି ଖାଉଛନ୍ତି ଲୋକେ, ଭିଡିଓ ଭାଇରାଲ ପରେ…

ଦାନ୍ତସଫା ପାଇଁ  ବ୍ୟବହାର ହେଉଥିବା ଟୁଥ୍‌ପିକ୍‌କୁ ଖାଉଛନ୍ତି ଲୋକେ, ଏଭଳି ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ କୋରିଆରେ। ଟୁଥ୍‌ପିକ୍‌କୁ ଛାଣିକି ଖାଇ ଏହାର ଭିଡିଓକୁ ଲୋକେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।  ଏହି ଭିଡିଓ ଭାଇରାଲ ହେବାପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ  ଚେତାବନୀ  ଦେଇଛି।  ଏହାକୁ ନ ଖାଇବାକୁ ପରାମର୍ଶ ଦେଇଛି। ବାସ୍ତବରେ ଏହି ଟୁଥପିକ୍‌ଗୁଡିକ ପରିବେଶ ସଚେତନତା ପାଇଁ ଷ୍ଟାର୍ଚରୁ ତିଆରି କରାଯାଇଥିଲା, କାରଣ  ଏହା ସହଜରେ ମାଟିରେ ମିଶି ପାରିବ। ମାତ୍ର  ଧିରେଧିରେ ଏହା […] The post ଦାନ୍ତସଫା ପାଇଁ  ବ୍ୟବହାର ହେଉଥିବା ଟୁଥ୍‌ପିକ୍‌କୁ ଛାଣିକି ଖାଉଛନ୍ତି ଲୋକେ, ଭିଡିଓ ଭାଇରାଲ ପରେ… appeared first on Dharitri Odia News.

ଦାନ୍ତସଫା ପାଇଁ  ବ୍ୟବହାର ହେଉଥିବା ଟୁଥ୍‌ପିକ୍‌କୁ ଛାଣିକି ଖାଉଛନ୍ତି ଲୋକେ, ଭିଡିଓ ଭାଇରାଲ ପରେ…
ଦାନ୍ତସଫା ପାଇଁ  ବ୍ୟବହାର ହେଉଥିବା ଟୁଥ୍‌ପିକ୍‌କୁ ଖାଉଛନ୍ତି ଲୋକେ, ଏଭଳି ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ କୋରିଆରେ। ଟୁଥ୍‌ପିକ୍‌କୁ ଛାଣିକି ଖାଇ ଏହାର ଭିଡିଓକୁ ଲୋକେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି।  ଏହି ଭିଡିଓ ଭାଇରାଲ ହେବାପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ  ଚେତାବନୀ  ଦେଇଛି।  ଏହାକୁ ନ ଖାଇବାକୁ ପରାମର୍ଶ ଦେଇଛି।
ବାସ୍ତବରେ ଏହି ଟୁଥପିକ୍‌ଗୁଡିକ ପରିବେଶ ସଚେତନତା ପାଇଁ ଷ୍ଟାର୍ଚରୁ ତିଆରି କରାଯାଇଥିଲା, କାରଣ  ଏହା ସହଜରେ ମାଟିରେ ମିଶି ପାରିବ। ମାତ୍ର  ଧିରେଧିରେ ଏହା ସ୍ନାକ୍ସର ରୂପ ନେଉଛି। ଲୋକେ ଏହାକୁ ଛାଣି ଖାଇବା ଆରମ୍ଭ କରଦେଇଛନ୍ତି।
ଦକ୍ଷିଣ କୋରିଆ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋସିଆଲ ମିଡିଆ (ଏକ୍ସ)ରେ ଏହାକୁ ନ ଖାଇବାକୁ ପରାମର୍ଶ ଦେବା ସହ, ଏହାର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୁରକ୍ଷା ଯାଞ୍ଚ କରାଯାଇ ନାହିଁ ବୋଲି କହିଛି। ଯାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। କାରଣ ଏହି ଟୁଥପିକ୍‌  ଖାଦ୍ୟ ପଦାର୍ଥ ନୁହେଁ।  ଖାଦ୍ୟ ଭାବରେ ଏହାର ସୁରକ୍ଷା ଯାଞ୍ଚ କରାଯାଇ ନାହିଁ । ଦୟାକରି ସେଗୁଡିକ ଖାଆନ୍ତୁ ନାହିଁ ।
ସରକାରଙ୍କ ଚେତାବନୀକୁ ଅଣଦେଖା କରି ଲୋକମାନେ ଏହାକୁ ଖାଇ ଭିଡିଓ ଶେୟାର କରୁଛନ୍ତି। ଏହାର ସ୍ବାଦକୁ ସେମାନେ ବହୁତ ପସନ୍ଦ କରୁଛନ୍ତି। ଲୋକେ ଏହାକୁ ମସଲା ଏବଂ ଚଟଣି  ସହିତ ଖାଉଛନ୍ତି। ଏହାକୁ ସବୁଜ ରଙ୍ଗ ଦେବା ପାଇଁ  ଏକ ପ୍ରକାର  ଖାଦ୍ୟର  ରଙ୍ଗ ବ୍ୟବହାର କରାଯାଉଛି। ଦକ୍ଷିଣ କୋରିଆର ରେଷ୍ଟୁରାଣ୍ଟ ଏବଂ ହୋଟେଲରେ ଖାଦ୍ୟ ପରିବେଷଣ କରିବା ପାଇଁ ଏହା ପ୍ରାୟତଃ ବ୍ୟବହୃତ ହୁଏ । ଏହା ବ୍ୟତୀତ ଏହା ଦାନ୍ତ ସଫା କରିବା ପାଇଁ ମଧ୍ୟ ବ୍ୟବହୃତ ହୁଏ।

The post ଦାନ୍ତସଫା ପାଇଁ  ବ୍ୟବହାର ହେଉଥିବା ଟୁଥ୍‌ପିକ୍‌କୁ ଛାଣିକି ଖାଉଛନ୍ତି ଲୋକେ, ଭିଡିଓ ଭାଇରାଲ ପରେ… appeared first on Dharitri Odia News.