କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍
ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍ ଅଭିନେତା ଆମୀର ଖାନ୍ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏହି ଡିପ୍ଫେକ୍ ଭିଡିଓ ଭାଇରାଲ ହେବା ପରେ ମଙ୍ଗଳବାର ସେ କଂଗ୍ରେସ ବିରୋଧରେ ଏତଲା ଦେଇଛନ୍ତି। ୨୦୧୪ ଲୋକ ସଭା ନିର୍ବାଚନ ପୂର୍ବରୁ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା କ୍ଷମତାକୁ ଆସିଲେ ସୁଇସ୍ ବ୍ୟାଙ୍କରୁ କଳାଧନ ଫେରାଇ ଆଣି ପ୍ରତ୍ୟେକ ଭାରତୀୟଙ୍କ ବ୍ୟାଙ୍କ […] The post କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍ appeared first on Dharitri Odia News.
ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍ ଅଭିନେତା ଆମୀର ଖାନ୍ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏହି ଡିପ୍ଫେକ୍ ଭିଡିଓ ଭାଇରାଲ ହେବା ପରେ ମଙ୍ଗଳବାର ସେ କଂଗ୍ରେସ ବିରୋଧରେ ଏତଲା ଦେଇଛନ୍ତି।
୨୦୧୪ ଲୋକ ସଭା ନିର୍ବାଚନ ପୂର୍ବରୁ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପା କ୍ଷମତାକୁ ଆସିଲେ ସୁଇସ୍ ବ୍ୟାଙ୍କରୁ କଳାଧନ ଫେରାଇ ଆଣି ପ୍ରତ୍ୟେକ ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଲେଖାଏ ଜମା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କଳାଧନ ଆଣିବା ତ ଦୂରର କଥା, ସୁଇସ୍ ବ୍ୟାଙ୍କରେ ଭାରତୀୟଙ୍କ କେତେ କଳାଧନ ଅଛି ତାହା ମଧ୍ୟ ପ୍ରଘଟ ହୋଇପାରିଲା ନାହିଁ। ଗତ ୧୦ ବର୍ଷ ମଧ୍ୟରେ ଅନେକ ଥର ଏହି ପ୍ରସଙ୍ଗ ଉଠିଥିଲେ ମଧ୍ୟ ଭାଜପା କିମ୍ବା ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ କୌଣସି ଉତ୍ତର ଆସିନାହିଁ। ଇତିମଧ୍ୟରେ ୨୦୨୪ ଲୋକ ସଭା ନିର୍ବାଚନକୁ କିଛି ଦିନ ବାକି ଥିବାବେଳେ ବଲିଉଡ୍ ଅଭିନେତା ଆମୀର ଖାନ୍ଙ୍କ ଏକ ଡିପ୍ଫେକ୍ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରାଯାଇ ଆମୀରଙ୍କ ଦଶନ୍ଧି ପୁରୁଣା ଲୋକପ୍ରିୟ ଟିଭି ଶୋ ‘ସତ୍ୟମେବ ଜୟତେ’ର ଏକ ଦୃଶ୍ୟକୁ ସନ୍ନିବେଶିତ କରାଯାଇଛି। ଲୋକଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବା ନେଇ ଭାଜପା ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଆମୀର ସମାଲୋଚନା କରୁଥିବା ଏଥିରେ ଦେଖିବାକୁ ମିଳିଛି। ଆମୀର କହୁଛନ୍ତି, ଭାରତର ପ୍ରତ୍ୟେକ ନାଗରିକ ଲକ୍ଷପତି। କାରଣ ସମସ୍ତଙ୍କ ପାଖରେ ୧୫ ଲକ୍ଷ ଟଙ୍କା ଲେଖାଏ ରହିବା ଉଚିତ। କ’ଣ କହିଲେ, ଆପଣଙ୍କ ଆକାଉଣ୍ଟରେ ୧୫ ଲକ୍ଷ ନାହିଁ? ତେବେ ଏହି ଟଙ୍କା କୁଆଡ଼େ ଗଲା? ତେବେ ଏପରି ଜୁମଲାବାଜଙ୍କ ପ୍ରତି ରୁହନ୍ତୁ ସାବଧାନ। ନଚେତ ଆପଣଙ୍କର ହେବ ନୁକ୍ସାନ। ଦେଶହିତରେ ଜାରି। ଭାରତୀୟ ଜାତୀୟ କଂଗ୍ରେସ (ଆଇଏନ୍ସି) ପକ୍ଷରୁ ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଏହି ଡିପ୍ଫେକ୍ ଭିଡିଓ ଭାଇରାଲ ହେବା ପରେ ଅଭିନେତା ଆମୀର ମୁମ୍ବାଇ ପୋଲିସରେ କଂଗ୍ରେସ ବିରୋଧରେ ଏତଲା ଦେଇଛନ୍ତି।
ବିବାଦୀୟ ବିଜ୍ଞାପନ ଭାଜପାକୁ ଟାର୍ଗେଟ କରି ପ୍ରସ୍ତୁତ ଓ ପ୍ରସାର କରାଯାଇଥିବାରୁ ଆମୀର ଏହାର ନିନ୍ଦା କରିଛନ୍ତି। ଆମୀରଙ୍କ ଜଣେ ମୁଖପାତ୍ର କହିଛନ୍ତି, ଭେଟେରାନ୍ ଅଭିନେତା ନିଜ ୩୫ ବର୍ଷର ରାଜନୈତିକ କ୍ୟାରିୟରରେ କେବେହେଲେ କୌଣସି ରାଜନୈତିକ ଦଳକୁ ସମର୍ଥନ କରିନାହାନ୍ତି। ସେ ଅତୀତରେ ନିର୍ବାଚନ ବେଳେ ନିର୍ବାଚନ କମିଶନଙ୍କ ଜରିଆରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କାର୍ଯ୍ୟ କରିଛନ୍ତି। ତେବେ ତାହା ସମ୍ପୂର୍ଣ୍ଣ ରୂପେ ଅଣରାଜନୈତିକ ଥିଲା। ତାଙ୍କ ନାମରେ ମିଥ୍ୟା ଓ ବିଭ୍ରାନ୍ତିକର ଡିପ୍ଫେକ୍ ଭିଡିଓ ଜାରି କରିବା ବେଆଇନ। ତେଣୁ ଏହାକୁ ପ୍ରସ୍ତୁତ ଓ ପ୍ରସାର କରିଥିବା ବ୍ୟକ୍ତି ବା ସଙ୍ଗଠନ ବିରୋଧରେ ଆଇନାନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆମୀରଙ୍କ ଅଭିଯୋଗକ୍ରମେ ମୁମ୍ବାଇ ପୋଲିସର ସାଇବର କ୍ରାଇମ୍ ସେଲ୍ ଏହାର ତଦନ୍ତ ଆରମ୍ଭ କରିଛି।
The post କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍ appeared first on Dharitri Odia News.