ଭାରତକୁ ବଡ଼ ସଫଳତା: ଲେଜର୍‌ ଅସ୍ତ୍ରରେ ବିମାନ ଧ୍ବଂସ

ନୂଆଦିଲ୍ଲୀ: ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଭାରତକୁ ବଡ଼ ସଫଳତା ମିଳିଛି। ଲେଜର ଗାଇଡେଡ୍‌ ଅସ୍ତ୍ର ହାସଲ କରିବାରେ ଦେଶ ମାଇଲ ଖୁଣ୍ଟ ହାସଲ କରିଛି। ୩୦ କିଲୋୱାଟର ‘ଲେଜ୍‌ର-ବେସ୍‌ଡ ୱିପନ ସିଷ୍ଟମ’ ଦ୍ବାରା ବିମାନ, କ୍ଷେପଣାସ୍ତ୍ର ଏବଂ ଅନେକ ଡ୍ରୋନକୁ ଧ୍ବଂସ କରିବାରେ ଭାରତ ସଫଳ ହୋଇଛି। ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ସ୍ବଦେଶୀ ଜ୍ଞାନକୌଶଳରେ ଏହାକୁ ବିକଶିତ କରିଛି। ଆନ୍ଧ୍ର ପ୍ରଦେଶର କୁରନୁଲ ଫାୟାରିଂ ରେଞ୍ଜରେ ରବିବାର ଏହି ଡାଇରେକ୍ଟେଡ-ଏନର୍ଜି ୱିପନ (ଡ୍ୟୁ)ର ସଫଳ […]

ଭାରତକୁ ବଡ଼ ସଫଳତା: ଲେଜର୍‌ ଅସ୍ତ୍ରରେ ବିମାନ ଧ୍ବଂସ
fgfgh

ନୂଆଦିଲ୍ଲୀ: ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଭାରତକୁ ବଡ଼ ସଫଳତା ମିଳିଛି। ଲେଜର ଗାଇଡେଡ୍‌ ଅସ୍ତ୍ର ହାସଲ କରିବାରେ ଦେଶ ମାଇଲ ଖୁଣ୍ଟ ହାସଲ କରିଛି। ୩୦ କିଲୋୱାଟର ‘ଲେଜ୍‌ର-ବେସ୍‌ଡ ୱିପନ ସିଷ୍ଟମ’ ଦ୍ବାରା ବିମାନ, କ୍ଷେପଣାସ୍ତ୍ର ଏବଂ ଅନେକ ଡ୍ରୋନକୁ ଧ୍ବଂସ କରିବାରେ ଭାରତ ସଫଳ ହୋଇଛି। ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ସ୍ବଦେଶୀ ଜ୍ଞାନକୌଶଳରେ ଏହାକୁ ବିକଶିତ କରିଛି। ଆନ୍ଧ୍ର ପ୍ରଦେଶର କୁରନୁଲ ଫାୟାରିଂ ରେଞ୍ଜରେ ରବିବାର ଏହି ଡାଇରେକ୍ଟେଡ-ଏନର୍ଜି ୱିପନ (ଡ୍ୟୁ)ର ସଫଳ ପରୀକ୍ଷଣ କରାଯାଇଛି। ଏହି କୃତିତ୍ବ ହାସଲ କରିବାରେ ଭାରତ ବିଶ୍ବର ଚତୁର୍ଥ ରାଷ୍ଟ୍ର ହୋଇଛି। ଏବେ ଏହି ଅସ୍ତ୍ର ଉତ୍ପାଦନ ଏବଂ ମୁତୟନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ଖୁବ୍‌ଶୀଘ୍ର ଏହାକୁ ସୀମାରେ ମୁତୟନ କରାଯିବ। ଏହି ସଫଳତା ସହିତ ଭାରତ ବିଶ୍ବର ପ୍ରମୁଖ ଏଲିଟ୍‌ କ୍ଲବ୍‌ରେ ସାମିଲ ହୋଇଛି। ଆମେରିକା, ଚୀନ୍‌ ଏବଂ ରୁଷିଆ ପାଖରେ କେବଳ ଏହି ଅସ୍ତ୍ର ରହିଛି। ଡିଆରଡିଓ ଅଧ୍ୟକ୍ଷ ଡ. ସମୀର ଭି କାମାତ ଲେଜର ଅସ୍ତ୍ରକୁ ନେଇ କହିଛନ୍ତି ଯେ ଏହି ଯାତ୍ରା କେବଳ ଆରମ୍ଭ ମାତ୍ର। ଏହି ପରୀକ୍ଷାଗାର ଅନ୍ୟ ଡିଆରଡିଓ ଲ୍ୟାବ, ଉଦ୍ୟୋଗ ଏବଂ ଶିକ୍ଷାନୁଷ୍ଠାନ ସହ ମିଶି ଯେଉଁ ତାଳମେଳ ପ୍ରତିଷ୍ଠା କରିଛି ତାହା ଖୁବଶୀଘ୍ର ନିଜ ଲକ୍ଷ୍ୟ ହାସଲ କରିବ ବୋଲି ଆଶା। ଏବେ ଅଧିକ କ୍ଷମତା ବିଶିଷ୍ଟ ବ୍ୟବସ୍ଥା ଯଥା ମାଇକ୍ରୋୱେଭ, ଇଲେକ୍‌ଟ୍ରୋମ୍ୟାଗ୍‌ନେଟିକ୍‌ ପଲ୍‌ସ ଉପରେ କାର୍ଯ୍ୟ ଜାରି ରହିଛି। ଷ୍ଟାର ୱାର କ୍ଷମତା ହାସଲ କରିବା ପାଇଁ ମଧ୍ୟ ଅନେକ କାର୍ଯ୍ୟ କରାଯାଉଛି। ଆଜି ଯାହା ଦେଖିଛନ୍ତି ତାହା ‘ଷ୍ଟାର ୱାର ଟେକ୍ନୋଲୋଜି’ର ଏକ ଅଂଶ ମାତ୍ର।

ସୂଚନା ଅନୁଯାୟୀ ୫ କିମି ଭିତରେ ଦେଖାଯାଉଥିବା ଡ୍ରୋନ, ହେଲିକପ୍ଟର ଆଦିକୁ ଖସାଇବା ପାଇଁ ଏହି ଲେଜର ଅସ୍ତ୍ର ବିକଶିତ କରାଯାଇଛି। ଏଥିରେ ଅତ୍ୟାଧୁନିକ ‘ଇଲେକଟ୍ରୋନିକ ୱାରଫେୟାର’ କ୍ଷମତା ରହିଛି। ଏହା ସାଟେଲାଇଟ ସିଗ୍‌ନାଲ ଏବଂ ଯୋଗାଯୋଗ ବ୍ୟବସ୍ଥାକୁ ଜାମ୍‌ କରିଦେବ। ଏହି ଅସ୍ତ୍ରକୁ ଉଭୟ ଭୃପୃଷ୍ଠ ଏବଂ ଜାହାଜରେ ବ୍ୟବହାର କରିହେବ। ଡ୍ୟୁରେ ୩୬୦ ଡିଗ୍ରୀର ଇଲେକ୍‌ଟ୍ରୋ-ଅପ୍ଟିକାଲ ଇନଫାରେଡ (ଇଓଆଇଆର) ସେନ୍‌ସର ଲାଗିଛି। ଏହା ମାଧ୍ୟମରେ ଯେକୌଣସି ସ୍ଥାନକୁ ସଠିକ୍‌ ଲକ୍ଷ୍ୟଭେଦ କରାଯାଇପାରିବ। ଏହାକୁ ସହଜରେ ସବୁଠି ମଧ୍ୟ ମୁତୟନ କରିହେବ। ଡିଆରଡିଓ ଲେଜର ଅସ୍ତ୍ର ସୂର୍ଯ୍ୟ ମଧ୍ୟ ବିକଶିତ କରିଛି। ଏହା ୨୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ।