ସୁବର୍ଣ୍ଣପୁର ରେ ଚତୁର୍ଦ୍ଧାମୂର୍ତ୍ତି ଙ୍କର କଳ୍କୀ ଅବତାର
ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଅଷ୍ଟ ବିଷ୍ଣୁଙ୍କ ପୀଠ ତଥା ଦ୍ୱିତୀୟ ବାରଣାସୀ ସୁବର୍ଣ୍ଣପୁର ର ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଚତୁର୍ଦ୍ଧାମୂର୍ତ୍ତି କଳ୍କୀ ଅବତାରରେ ଦର୍ଶନ ଦେଇଛନ୍ତି। ଶ୍ରୀମଦ୍ ଭାଗବତ ଓ କଳ୍କୀ ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁ ଏହି ଅବତାର କଳିଯୁଗର ଅନ୍ତ ସମୟ ଓ ସତ୍ୟଯୁଗର ଅୟରାମ୍ଭରେ ତଥା ସନ୍ଧି କାଳ ହୋଇଥିବ ସେହି ସମୟରେ ନେବେ ବୋଲି ଉଲ୍ଲେଖ ରହିଥିବା ଜଣାଯାଏ। ଏହି ଦୁର୍ଲ୍ଲଭବେଶର ଦର୍ଶନ କରିବା […] The post ସୁବର୍ଣ୍ଣପୁର ରେ ଚତୁର୍ଦ୍ଧାମୂର୍ତ୍ତି ଙ୍କର କଳ୍କୀ ଅବତାର appeared first on Odisha.News.

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଅଷ୍ଟ ବିଷ୍ଣୁଙ୍କ ପୀଠ ତଥା ଦ୍ୱିତୀୟ ବାରଣାସୀ ସୁବର୍ଣ୍ଣପୁର ର ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଆଜି ଚତୁର୍ଦ୍ଧାମୂର୍ତ୍ତି କଳ୍କୀ ଅବତାରରେ ଦର୍ଶନ ଦେଇଛନ୍ତି। ଶ୍ରୀମଦ୍ ଭାଗବତ ଓ କଳ୍କୀ ପୁରାଣ ଅନୁଯାୟୀ ଭଗବାନ ବିଷ୍ଣୁ ଏହି ଅବତାର କଳିଯୁଗର ଅନ୍ତ ସମୟ ଓ ସତ୍ୟଯୁଗର ଅୟରାମ୍ଭରେ ତଥା ସନ୍ଧି କାଳ ହୋଇଥିବ ସେହି ସମୟରେ ନେବେ ବୋଲି ଉଲ୍ଲେଖ ରହିଥିବା ଜଣାଯାଏ। ଏହି ଦୁର୍ଲ୍ଲଭବେଶର ଦର୍ଶନ କରିବା ତଥା ଆଜି ଘୋଷ ଯାତ୍ରା ସମୟରେ ଜଗତର ନାଥ ଜଗନ୍ନାଥଙ୍କ ଆଡ଼ପ ମଣ୍ଡପରେ ଦର୍ଶନ କରିବାର ଶେଷ ଦିନ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା। ହିନ୍ଦୁଧର୍ମର ମାନ୍ୟତା ଅନୁଯାୟୀ ଜଗତର ନାଥ ଜଗନ୍ନାଥଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କଲେ କୋଟି ଜନ୍ମର ପାପ ନାଶ ଯାଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି। ତେଣୁ ଆଜି ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ନଚେତ୍ ପୁଣି ଆଉ ଗୋଟାଏ ବର୍ଷ ଅପେକ୍ଷା କରିବାକୁ ହେବ ମହାପ୍ରଭୁଙ୍କ ଏହି ଦିବ୍ୟ ଅବତାର ବା ଲୀଳା ରଚନାର ସାନ୍ନିଧ୍ୟ ଟିକକ ପାଇବା ପାଇଁ। ସହରର ଚାରିଗୋଟି ବୃନ୍ଦାବନ ବିହାରୀ ମନ୍ଦିର, ଶ୍ରୀ ଜୀଉ ଦଧିବାମନଙ୍କ ମଝିପଡ଼ା, ଥନାପତି ପଡା ମଣ୍ଡପରେ ପ୍ରଭୁ ଏହି ଅବତାର ଧାରଣ କରି ଦର୍ଶନ ଦେଉ ଥିବାରୁ ସହର ଉତ୍ସବ ମୁଖରିତ ହୋଇଉଠି ଥିଲା। ଶ୍ରଦ୍ଧାଳୁମାନେ ଦର୍ଶନ ସାରି ଗୁଣ୍ଡିଚା ମନ୍ଦିର ଠାରେ ‘ ଶ୍ରୀକ୍ଷେତ୍ର ଭଜନସନ୍ଧ୍ୟା ‘ ନୂଆପଡା, ବଲାଙ୍ଗୀର କଳାକାର ଙ୍କ ସଙ୍ଗୀତ ରେ ବେଶ୍ ଝୁମି ରହିଥିବା ଦେଖାଯାଇଥିଲା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଯୋଗୋଦେଇ ଉପସ୍ଥିତ ଶ୍ରଦ୍ଧାଳୁ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ବାହୁଡ଼ା ଯାତ୍ରା ଦିନ ‘ହରିଓଁ ମେଲୋଡି’ ଆଶିଷ କୁମ୍ଭାର ଓ ସାଥୀ ଙ୍କ କାର୍ଯ୍ୟକ୍ରମ ରହିଥିବା ଗୁଣ୍ଡିଚା ରଥଯାତ୍ରା ସାଂସ୍କୃତିକ କମିଟି ପକ୍ଷରୁ ସୁଚନା ଦିଆଯାଇଛି।
The post ସୁବର୍ଣ୍ଣପୁର ରେ ଚତୁର୍ଦ୍ଧାମୂର୍ତ୍ତି ଙ୍କର କଳ୍କୀ ଅବତାର appeared first on Odisha.News.