ଅଂଶୁଘାତର ପ୍ରତିକାର ନେଇ ତାଲିମ ଶିବିର

ସମ୍ବଲପୁର:ଅଂଶୁଘାତ ସମନ୍ଧିୟ ତାଲିମ ଶିବିର ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କ୍ଷେତରାଜପୁର ତରଫରୁ ଆଜି ଅନୁଷ୍ଠିତ ହୋଇଯାଇଛି।ସାଧାରଣ ନିର୍ବାଚନ ପାଇଁ ଆଶା ,ମହିଳା ସ୍ୱାସ୍ଥ୍ୟ କର୍ମୀ ,ଷ୍ଟାଫନର୍ସ ମାନଙ୍କୁ ଅଂଶୁଘାତ ପ୍ରାଥମିକ ଚିକିତ୍ସା ଉପରେ ତାଲିମ ପ୍ରଦାନ କରିଛନ୍ତି ଡା. ବ୍ରଜେନ୍ଦ୍ର ପଣ୍ଡା (ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ)।ଅଂଶୁଘାତ ସମନ୍ଧିୟ ପ୍ରାଥମିକ ଚିକିତ୍ସା କିପରି କରାଯିବ ପୁଣି ରୋଗୀକୁ ଉନ୍ବତମାନର ଚିକିତ୍ସା ପାଇଁ ଡାକ୍ତରଖାନାକୁ ପ୍ରେରଣ କରାଯିବ ସେ ଉପରେ ବିଶେଷ ଆଲୋଚନା କରିଥିଲେ l ପ୍ରତ୍ୟେକ ଆଶାକୁ […] The post ଅଂଶୁଘାତର ପ୍ରତିକାର ନେଇ ତାଲିମ ଶିବିର appeared first on Odisha.News.

ଅଂଶୁଘାତର ପ୍ରତିକାର ନେଇ ତାଲିମ ଶିବିର

ସମ୍ବଲପୁର:ଅଂଶୁଘାତ ସମନ୍ଧିୟ ତାଲିମ ଶିବିର ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କ୍ଷେତରାଜପୁର ତରଫରୁ ଆଜି ଅନୁଷ୍ଠିତ ହୋଇଯାଇଛି।ସାଧାରଣ ନିର୍ବାଚନ ପାଇଁ ଆଶା ,ମହିଳା ସ୍ୱାସ୍ଥ୍ୟ କର୍ମୀ ,ଷ୍ଟାଫନର୍ସ ମାନଙ୍କୁ ଅଂଶୁଘାତ ପ୍ରାଥମିକ ଚିକିତ୍ସା ଉପରେ ତାଲିମ ପ୍ରଦାନ କରିଛନ୍ତି ଡା. ବ୍ରଜେନ୍ଦ୍ର ପଣ୍ଡା (ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ)।ଅଂଶୁଘାତ ସମନ୍ଧିୟ ପ୍ରାଥମିକ ଚିକିତ୍ସା କିପରି କରାଯିବ ପୁଣି ରୋଗୀକୁ ଉନ୍ବତମାନର ଚିକିତ୍ସା ପାଇଁ ଡାକ୍ତରଖାନାକୁ ପ୍ରେରଣ କରାଯିବ ସେ ଉପରେ ବିଶେଷ ଆଲୋଚନା କରିଥିଲେ l ପ୍ରତ୍ୟେକ ଆଶାକୁ ଓଆରଏସ ସହିତ ଆବଶ୍ୟକ ଔଷଧ ବଣ୍ଟନ କରାଯାଇଥିଲା l ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚାଉଁରପୁର ,ଜେପିଏମ ଠାରେ ମଧ୍ୟ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛିl ପିଏଚଏମ ଦିଲୀପ କୁମାର ନନ୍ଦ ତାଲିମ ଶିବିରକୁ ପରିଚାଳନା କରିଥିବା ବେଳେ ବିନ୍ଦୁ ଶେଖର ମାଝୀ,ବନ୍ଦିତା ପାଣିଗ୍ରାହୀ ଏଥିରେ ସହଯୋଗ କରିଥିଲେ l

The post ଅଂଶୁଘାତର ପ୍ରତିକାର ନେଇ ତାଲିମ ଶିବିର appeared first on Odisha.News.