ପୁ ଲେଶ୍ୱର ରେ ମକର ଯାତ୍ରା ମହୋତ୍ସବ ଆରମ୍ଭ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ପଞ୍ଚାୟତ ଅନ୍ତର୍ଗତ ପୁଳେଶ୍ଵର ଠାରେ ମକର ଯାତ୍ରା ଅବସରରେ ୨୪ ପ୍ରହରୀ ନାମ ଯଜ୍ଞ ପାଇଁ ସୋମବାର ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।‌ ସକାଳୁ ସ୍ଥାନୀୟ ହରିହର ଜୋର ଠାରେ ଗଙ୍ଗାମାତା ଙ୍କୁ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ବହୁ ସଂଖ୍ୟକ ମହିଳା ଓ ପୁରୁଷ, ଯୁବକ ଯୁବତୀ ମାନେ ଜଳ ପୂର୍ଣ୍ଣ କଳସି ଧରି ହରିବୋଲ […] The post ପୁ ଲେଶ୍ୱର ରେ ମକର ଯାତ୍ରା ମହୋତ୍ସବ ଆରମ୍ଭ appeared first on Odisha.News.

ପୁ ଲେଶ୍ୱର ରେ ମକର ଯାତ୍ରା ମହୋତ୍ସବ ଆରମ୍ଭ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ପଞ୍ଚାୟତ ଅନ୍ତର୍ଗତ ପୁଳେଶ୍ଵର ଠାରେ ମକର ଯାତ୍ରା ଅବସରରେ ୨୪ ପ୍ରହରୀ ନାମ ଯଜ୍ଞ ପାଇଁ ସୋମବାର ବିରାଟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।‌ ସକାଳୁ ସ୍ଥାନୀୟ ହରିହର ଜୋର ଠାରେ ଗଙ୍ଗାମାତା ଙ୍କୁ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ବହୁ ସଂଖ୍ୟକ ମହିଳା ଓ ପୁରୁଷ, ଯୁବକ ଯୁବତୀ ମାନେ ଜଳ ପୂର୍ଣ୍ଣ କଳସି ଧରି ହରିବୋଲ , ହୁଳହୁଳି, ସଂର୍କୀତନ , ଶଙ୍ଖ ଧ୍ୱନିରେ ଏକ ଆଧ୍ୟାତ୍ମିକ ପରିବେଶରେ ନଗର ପରିକ୍ରମା କରାଯାଇଥିଲା । ପରେ ସମସ୍ତେ ନାମଯଜ୍ଞ ମଣ୍ଡପ ଠାରେ ପହଞ୍ଚି କଳସ ସ୍ଥାପନ କରିଥିଲେ। ଏଥିରେ ପୂଜକ କୃଷ୍ଣପ୍ରସାଦ ଦାସ ଓ ଗୋପାଳ ଦାସ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସରଦ ଖୁଣ୍ଟିଆ ଓ ଧର୍ମପତ୍ନୀ ମନରୋମା ଖୁଣ୍ଟିଆ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ । ଚଳିତ ବର୍ଷ ଏଠାକାର ମକର ଯାତ୍ରା ୬୭ ବର୍ଷରେ ପହଞ୍ଚିଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସାଜସଜ୍ଜାଠାରୁ ଆରମ୍ଭ କରି ମେଢ଼, ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୁରୁତ୍ବ ଦିଆଯାଇଛି। ଏଥିରେ କମିଟି ସଭାପତି ଶ୍ୟାମ ନାରାୟଣ ମିଶ୍ର , ,ଲବ ରାଜହଂସ , ଅଶ୍ୱିନୀ ବିଶି , ଶିବ କର୍ମୀ , ଗୌତମ ଦେହୁରୀ ,ଗୋପାଳ ବାରିକ , ସତ୍ୟା ପଧାନ, ଆଲୋକ ଭୋଇ, ବିନୋଦ ଖୁଣ୍ଟିଆ, ରଞ୍ଜନ ଭୁକ୍ତା , ସୁରେନ୍ଦ୍ର ଗାଈଗରିଆ, ବଳରାମ ଘିବିଲା , ଖିରୋଦ ରାଜହଂସ ପ୍ରମୁଖ କର୍ମକର୍ତ୍ତା କଳସ ଶୋଭା ଯାତ୍ରା ପରିଚାଳନା କରିଥିଲେ ।‌ ମଙ୍ଗଳବାର ସକାଳୁ ରୀତିନୀତି ଅନୁଯାୟୀ ଅଧିବାସ ଓ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ଯାତ୍ରା ୪ଦିନ ଧରି ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ଜଣାଯାଇଛି । ଚଳିତ ବର୍ଷ ମକର ଯାତ୍ରା କୁ ଆକର୍ଷଣୀୟ କରିବା ପାଇଁ ମନୋଲୋଭା ମେଢ , ସୁଉଚ୍ଚ ତୋରଣ ଓ ରଙ୍ଗୀନ ଆଲୋକମାଳାରେ ଗ୍ରାମ ସୁସଜ୍ଜିତ କରାଯାଇଛି। ସେହିପରି ସୁବଳୟା ସ୍ଥିତ ଅଷ୍ଟମ ବାବା ଅବଧୂତ ମହୋତ୍ସବ ପାଇଁ ରୀତିନୀତି ଅନୁସାରେ କଳସ ଶୋଭାଯାତ୍ରା ବହୁତ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି ।

The post ପୁ ଲେଶ୍ୱର ରେ ମକର ଯାତ୍ରା ମହୋତ୍ସବ ଆରମ୍ଭ appeared first on Odisha.News.