ନେଇପାରିଲେନି ନିଶ୍ୱାସ, ସୁପରଷ୍ଟାର ମୋହନଲାଲ ହସ୍ପିଟାଲ୍ରେ ଭର୍ତ୍ତି
ନୂଆଦିଲ୍ଲୀ,୧୮।୮: ସୁପରଷ୍ଟାର ମୋହନଲାଲଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମୋହନଲାଲଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଯିବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ମେଡିକାଲ ପକ୍ଷରୁ ମଧ୍ୟ ଅଫିସିଆଲ ବିବୃତି ଜାରି କରାଯାଇଛି, ଯେଉଁଥିରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯାଇଛି। ମୋହନଲାଲ ହସ୍ପିଟାଲ୍ରେ ଭର୍ତ୍ତି ହେବା ଖବର ଶୁଣି ତାଙ୍କର ପ୍ରଶଂସକ ମାନେ ଚିନ୍ତାରେ ପଡି ଯାଇଛନ୍ତି। ମୋହନଲାଲ ମାଲାୟାଲମ୍ ଚଳଚ୍ଚିତ୍ରର ଜଣେ ଜଣାଶୁଣା ଅଭିନେତା। ଏବେ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ବିବ୍ରତିକର […] The post ନେଇପାରିଲେନି ନିଶ୍ୱାସ, ସୁପରଷ୍ଟାର ମୋହନଲାଲ ହସ୍ପିଟାଲ୍ରେ ଭର୍ତ୍ତି appeared first on Dharitri Odia News.
ନୂଆଦିଲ୍ଲୀ,୧୮।୮: ସୁପରଷ୍ଟାର ମୋହନଲାଲଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମୋହନଲାଲଙ୍କ ସ୍ୱାସ୍ଥ୍ୟ ବିଗିଡ଼ିଯିବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ମେଡିକାଲ ପକ୍ଷରୁ ମଧ୍ୟ ଅଫିସିଆଲ ବିବୃତି ଜାରି କରାଯାଇଛି, ଯେଉଁଥିରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯାଇଛି। ମୋହନଲାଲ ହସ୍ପିଟାଲ୍ରେ ଭର୍ତ୍ତି ହେବା ଖବର ଶୁଣି ତାଙ୍କର ପ୍ରଶଂସକ ମାନେ ଚିନ୍ତାରେ ପଡି ଯାଇଛନ୍ତି।
ମୋହନଲାଲ ମାଲାୟାଲମ୍ ଚଳଚ୍ଚିତ୍ରର ଜଣେ ଜଣାଶୁଣା ଅଭିନେତା। ଏବେ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ବିବ୍ରତିକର ଖବର ସାମ୍ନାକୁ ଆସିଛି। ଅତ୍ୟଧିକ ଜ୍ୱର ଏବଂ ଶ୍ୱାସ ନେବାରେ ଅସୁବିଧା ହେଉଥିବା ଅଭିଯୋଗ ହେବା ପରେ ତାଙ୍କୁ କୋଚି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ଦଳ ତାଙ୍କ ଟର୍ଟମେଣ୍ଟରେ ନିୟୋଜିତ ଅଛନ୍ତି। ତାଙ୍କୁ କିଛି ଔଷଧ ଦିଆଯାଇଛି। ଏହା ବ୍ୟତୀତ ଅଭିନେତାଙ୍କୁ ପାଞ୍ଚ ଦିନ ସର୍ବସାଧାରଣ ସ୍ଥାନକୁ ଯିବାକୁ ବାରଣ କରାଯାଇଛି।
ଅଫିସିଆଲ ବିବୃତି ଅନୁଯାୟୀ ଏହି ଅଭିନେତା ଭାଇରାଲ ସଂକ୍ରମଣରେ ପୀଡିତ। ସେ ମାୟାଲଜିଆ (ମାଂସପେଶୀ ଯନ୍ତ୍ରଣା) ବିଷୟରେ ଅଭିଯୋଗ କରୁଥିଲେ। ଏହି କାରଣରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୋହନଲାଲଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏହି ବିବୃତ୍ତିକୁ ଇଣ୍ଡଷ୍ଟ୍ରି ଟ୍ରାକର ଶ୍ରୀଧର ପିଲ୍ଲାଇ ସେୟାର କରିଛନ୍ତି। ପାଞ୍ଚ ଦିନ ପାଇଁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଅଭିନେତାଙ୍କୁ ମଧ୍ୟ ଜନଗହଳିପୂର୍ଣ୍ଣ ସ୍ଥାନଠାରୁ ଦୂରରେ ରହିବାକୁ ପଡିବ। ମୋହନଲାଲଙ୍କ ବିଷୟରେ ଜାଣିବା ପରେ ତାଙ୍କ ପ୍ରଶଂସକମାନେ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରୁଛନ୍ତି।
The post ନେଇପାରିଲେନି ନିଶ୍ୱାସ, ସୁପରଷ୍ଟାର ମୋହନଲାଲ ହସ୍ପିଟାଲ୍ରେ ଭର୍ତ୍ତି appeared first on Dharitri Odia News.