ଦିବ୍ୟାଙ୍ଗଙ୍କ ଘର ଜାଳିଦେଲେ ନିଶାଶକ୍ତ ଯୁବକ: ସବୁକିଛି ହୋଇଗଲା ଛାରଖାର
ଅମରପାଲି, ୨୭/୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୁଦଗୁଦା ଗ୍ରାମରେ ଜଣେ ଦିବ୍ୟାଙ୍ଗଙ୍କ ଘରକୁ ଗୁରୁବାର ଅପରାହ୍ନରେ ଜଣେ ନିଶାଶକ୍ତ ଯୁବକ ନିଆଁ ଲଗାଇ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଗୁଦୁଗୁଦା ଗ୍ରାମର ଦୋବ୍ଧି ତରଙ୍ଗ ଘୁଟା ଜଣେ ଦିବ୍ୟାଙ୍ଗ ଅଟନ୍ତି। ତାଙ୍କ ଘରେ ସେ ତାଙ୍କ ସ୍ତ୍ରୀ, ଏକ ମାତ୍ର ଝିଅ ଓ ଶାଳୀଙ୍କ ସହିତ ରହୁଥିଲେ। ସେ ଓ ତାଙ୍କ ସ୍ତ୍ରୀ କୁଲି ମଜୁରୀ କରି […] The post ଦିବ୍ୟାଙ୍ଗଙ୍କ ଘର ଜାଳିଦେଲେ ନିଶାଶକ୍ତ ଯୁବକ: ସବୁକିଛି ହୋଇଗଲା ଛାରଖାର appeared first on Dharitri Odia News.
ଅମରପାଲି, ୨୭/୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୁଦଗୁଦା ଗ୍ରାମରେ ଜଣେ ଦିବ୍ୟାଙ୍ଗଙ୍କ ଘରକୁ ଗୁରୁବାର ଅପରାହ୍ନରେ ଜଣେ ନିଶାଶକ୍ତ ଯୁବକ ନିଆଁ ଲଗାଇ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଗୁଦୁଗୁଦା ଗ୍ରାମର ଦୋବ୍ଧି ତରଙ୍ଗ ଘୁଟା ଜଣେ ଦିବ୍ୟାଙ୍ଗ ଅଟନ୍ତି। ତାଙ୍କ ଘରେ ସେ ତାଙ୍କ ସ୍ତ୍ରୀ, ଏକ ମାତ୍ର ଝିଅ ଓ ଶାଳୀଙ୍କ ସହିତ ରହୁଥିଲେ। ସେ ଓ ତାଙ୍କ ସ୍ତ୍ରୀ କୁଲି ମଜୁରୀ କରି ଚଳୁଥିଲେ। ଗୁରୁବାର ଅପରାହ୍ନରେ ସେହି ଗ୍ରାମର ରାଜେନ୍ଦ୍ର ପୁଟା (ବାଙ୍କା) ନାମକ ଜଣେ ଯୁବକ ନିଶାଶକ୍ତ ଅବସ୍ଥାରେ ଆସି ଦୋବ୍ଧି ତରଙ୍ଗଙ୍କ ସମେତ ତାଙ୍କ ସ୍ତ୍ରୀଙ୍କୁ ଗାଳିଗୁଲଜ କରିଥିଲେ। ପରେ ଆହୁରି ଉତ୍ତ୍ୟକ୍ତ ହୋଇ ଦୋବ୍ଧିଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଚାଳ ଘର ହୋଇଥିବାରୁ ସହଜରେ ନିଆଁ ଘର ସାରା ଲାଗି ଯାଇଥିଲା। ଭାବବ୍ଧି ଓ ତାଙ୍କ ସ୍ତ୍ରୀ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରି ପାରି ନ ଥିଲେ। ପରବର୍ତ୍ତୀ ସମୟରେ ଗ୍ରାମବାସୀ ଆସି ନିଆଁ ଲିଭାଇଥିଲେ ମଧ୍ୟ ଆୟତ୍ତ କରି ପାରି ନ ଥିଲେ।
ଖବର ପାଇ ବୀରମହାରାଜପୁର ଦମକଳ ବାହିନୀ ଆସି ନିଆଁକୁ ଲିଭାଇଲା ବେଳକୁ ସମ୍ପୂର୍ଣ୍ଣ ଘର ଜଳି ଯାଇଥିଲା। ଘରେ ଥିବା ବର୍ଷଯାକର ଧାନ, ଚାଉଳ, ଟଙ୍କା ପଇସା, ଘର କରଣା ସାମଗ୍ରୀ, ଲୁଗାପଟା ସବୁ ଜଳିଯାଇଛି। ତେବେ ପରିବାରର ୪ ପ୍ରାଣୀ ଏବେ ଅସହାୟ ହୋଇ ପଡିଛନ୍ତି। ଠେଙ୍ଗୋ ଡ୍ୟାମ ଫାଣ୍ଡି ଅଧିକାରୀ ବିଭୁନ୍ଦ୍ର ବରାଳ ପୋଲିସ ବାହିନୀ ସହିତ
ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି। ନିଆଁ ଲଗାଇ ଥିବା ଅଭିଯୁକ୍ତ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୀଡିତା ଦିବ୍ୟାଙ୍ଗ ଯୁବକଙ୍କ ପରିବାର ଅତ୍ୟନ୍ତ ଗରିବ ଓ ଅସହାୟ ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ସହିତ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
The post ଦିବ୍ୟାଙ୍ଗଙ୍କ ଘର ଜାଳିଦେଲେ ନିଶାଶକ୍ତ ଯୁବକ: ସବୁକିଛି ହୋଇଗଲା ଛାରଖାର appeared first on Dharitri Odia News.