ଗାନ୍ଧିନଗରରେ ରେକର୍ଡ କଲେ ଶାହ,୭ ଲକ୍ଷରୁ ଅଧିକ ଭୋଟ୍ରେ ବିଜୟୀ
ଗୁଜରାଟ ୪/୬: ୭ ଲକ୍ଷରୁ ଅଧିକ ଭୋଟ୍ରେ ଜିତି ରେକର୍ଡ କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ସେ ଗୁଜରାଟ ଗାନ୍ଧିନଗର ଆସନରୁ ୭ଲକ୍ଷରୁ ଅଧିକ ଭୋଟ୍ରେ ବିଜୟୀ ହୋଇଛନ୍ତି । ସେ ଲଗାତାର ଦ୍ବିତୀୟ ଥର ପାଇଁ ଏହି ଆସନରୁ ବାଜିମାତ କରିଛନ୍ତି । ଏଠାରେ ସୋନାଲ ପଟେଲଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ। ତେବେ କାଉଣ୍ଟିଂ ଆରମ୍ଭରୁ ରେସ୍ରେ ଆଗରେ ଥିଲେ ଅମିତ ଶାହ । ଶେଷରେ ଅଧିକ ଭୋଟ୍ରେ ବାଜି ମାରିନେଇଛନ୍ତି ଅମିତ ଶାହ ।