High Court Judge: ନିଆଁ ଧରାଇଦେଲା ଦୁର୍ନୀତି, ଜଜଙ୍କ ଘରୁ ମିଳିଲା ଆଖି ଖୋସି ହୋଇଗଲା ଭଳି ବିଡ଼ା ବିଡ଼ା ଟଙ୍କା
ନିଆଁ ଲାଗିବା ସମୟରେ ଜଷ୍ଟିସ ବର୍ମା ଘରେ ନଥିଲେ । ସହର ବାହାରେ ଥିଲେ । ତେଣୁ ତାଙ୍କ ପରିବାର ସଦସ୍ୟମାନେ ଦମକଳ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ । ନିଆଁ ଲିଭାଇଥିଲେ ଦମକଳ ବାହିନୀର କର୍ମଚାରୀ । ତେବେ ଗୋଟିଏ ରୁମ୍ ଖୋଲିଲା ବେଳକୁ ଟଙ୍କା ବିଡ଼ା ସବୁ ଦେଖିଥିଲେ କର୍ମଚାରୀ । ଉପସ୍ଥିତ ଥିବା କର୍ମଚାରୀ ଓ ପୋଲିସ ହଠାତ୍ କିଛି ବୁଝି ପାରିନଥିଲେ । କ’ଣ କରିବେ ବୋଲି ଉପରିସ୍ଥ ଅଫିସରଙ୍କୁ ପଚାରିଥିଲେ । ଜଜଙ୍କ ଘରୁ ଟଙ୍କା ରିକଭରୀ କରିବାକୁ ସାହସ ଜୁଟାଇପାରିନଥିଲେ ।