ସାବଧାନ !! ପାକିସ୍ତାନରୁ ଆସୁଛି +92 ନମ୍ବରରୁ ହ୍ୱାଟ୍ସଆପ୍‌ କଲ୍

ବଢିଚାଲିଛି ସାଇବର୍‌ ଠକେଇ। ଦିନକୁ ଦିନ ନୂଆ ନୂଆ ତରିକାରେ ସାଇବର ଠକମାନେ ଲୁଟ୍‌ ଚଳାଇଛନ୍ତି।

ସାବଧାନ !! ପାକିସ୍ତାନରୁ ଆସୁଛି +92 ନମ୍ବରରୁ ହ୍ୱାଟ୍ସଆପ୍‌ କଲ୍

+୯୨ ନମ୍ବରରୁ କଲ୍ ଆସିଲେ ସାବଧାନ। ସୁରକ୍ଷା ନେଇ ସୂଚନା ଜାରି କଲା କମିଶନରେଟ୍ ପୋଲିସ। ଠକେଇରୁ ବର୍ତ୍ତିବାକୁ ସତର୍କ କରାଇଲା ପୋଲିସ। ପାକିସ୍ତାନ ନମ୍ବର ହ୍ୱାଟ୍ସଆପ୍ କଲ ଆସିଲେ ସାବଧାନ ରହିବାକୁ ପରାମର୍ଶ ଦେଇଛି ପୋଲିସ। +୯୨ ନମ୍ବରରୁ କଲ୍ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ଅପିଲ୍ କରାଯାଇଛି।

ସାଇବର ଅପରାଧୀ ବିଭିନ୍ନ ମିଥ୍ୟା ଅଭିଯୋଗ କରି ଟଙ୍କା ଲୁଟୁଛନ୍ତି। ଏହି ନମ୍ବରରେ କଲ କରି ନିଜକୁ ପୋଲିସ ଅଧିକାରୀ ପରିଚୟ ଦେଇ ଟଙ୍କା ଲୁଟୁଥିବା ନେଇ ଅଭିଯୋଗ ହେଇଛି। ଏଥିଲାଗି ଜନସାଧାରଣଙ୍କୁ ସତର୍କ ଓ ସଜାଗ ରହିବାକୁ ପୋଲିସ ବିଭାଗ ଅପିଲ କରିଛି।

ଅଧିକ ପଢ଼ନ୍ତୁ: ସାଇବର ଠକଙ୍କ ନୂଆ ଚାଲ୍‌ 'ଡିଜିଟାଲ୍‌ ଆରେଷ୍ଟ'; ସତର୍କ କରାଇଲା ଗୃହ ମନ୍ତ୍ରଣାଳୟ

+୯୨ ନମ୍ବରରେ କଲ କରି ନିଜକୁ ପୋଲିସ ଅଧିକାରୀର ପରିଚୟ ଦେଉଛନ୍ତି। ଆଉ କହୁଛନ୍ତି, ଆପଣଙ୍କ ପ୍ରିୟଜନଙ୍କ ନାମରେ ଗୁରୁତର ଅପରାଧର ମିଥ୍ୟା ଅଭିଯୋଗ କରି ଟଙ୍କା ଲୁଟୁଥିବା ନେଇ ଅଭିଯୋଗ ହେଇଛି। ଏଥିଲାଗି ଜନସାଧାରଣଙ୍କୁ ସତର୍କ ଓ ସଜାଗ ରହିବାକୁ ପୋଲିସ ବିଭାଗ ଅପିଲ କରିଛି।

ବଢିଚାଲିଛି ସାଇବର୍‌ ଠକେଇ। ଦିନକୁ ଦିନ ନୂଆ ନୂଆ ତରିକାରେ ସାଇବର ଠକମାନେ ଲୁଟ୍‌ ଚଳାଇଛନ୍ତି। ଏବେ ସେମାନେ ପୋଲିସ, ସିବିଆଇ, ଇଡି ଭଳି ଅନ୍ୟ ତଦନ୍ତକାରୀ ସଂସ୍ଥାର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବେଶରେ ଧମକ ଦେଇ ଲୁଟୁଛନ୍ତି। ଏବେ ଏଭଳି ଧରଣର ଲୁଟ୍‌ ବେଶୀ ସଂଖ୍ୟାରେ ହେଉଛି। ଏଭଳି ଡିଜିଟାଲ୍‌ ଠକେଇକୁ ‘ଡିଜିଟାଲ୍‌ ଆରେଷ୍ଟ’ ବୋଲି କୁହାଯାଉଛି। ତେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏଭଳି ସାଇବର ଅପରାଧୀଙ୍କ ବିରୋଧରେ ସତର୍କ ସୂଚନା ଜାରି କରିଛି।

ଅଧିକ ପଢ଼ନ୍ତୁ: ସାଇବର ଅପରାଧୀଙ୍କ ନୂଆ ପ୍ଲଟ ଟେଲିଗ୍ରାମ-ହ୍ୱାଟ୍ସଆପ କଲ୍; ଆଖିପିଛୁଳାକେ ଆକାଉଣ୍ଟ ଖାଲି