ପୋଲିସ ଏନକାଉଣ୍ଟରରେ ଗଡ଼ିଲା ଦୁଇ ଟପ୍‌ କ୍ୟାଡର ମାଓବାଦୀଙ୍କ ମୁଣ୍ଡ : ୧୩ ଲକ୍ଷର ଥିଲା

ମାଲକାନଗିରି,୧୬।୪(ଦୁର୍ଯ୍ୟୋଧନ ପାତ୍ର): ପୁଣି ପୋଲିସ ଏନକାଉଣ୍ଟରରେ ଦୁଇ ଟପ୍‌ କ୍ୟାଡର ମାଓବାଦୀଙ୍କ ମୁଣ୍ଡ ଗଡ଼ିଛି। ଛତିଶଗଡ଼ର କୋଣ୍ଡାଗାଓଁ ଜିଲାର କିଲମ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିବା ମାଓବାଦୀ ପୁର୍ବ ବସ୍ତର ସଙ୍ଗଠନର DVCM କ୍ୟାଡର ମାଓବାଦୀ ହଳଧର ଏବଂ ACM କ୍ୟାଡର ମାଓବାଦୀ ରାମେ। ଘଟଣାସ୍ଥଳରୁ ଗୋଟିଏ AK୪୭ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଅଧିକ ମାଓବାଦୀ ମୃତାହତ ଆଶଙ୍କାରେ ଏବେବି […] The post ପୋଲିସ ଏନକାଉଣ୍ଟରରେ ଗଡ଼ିଲା ଦୁଇ ଟପ୍‌ କ୍ୟାଡର ମାଓବାଦୀଙ୍କ ମୁଣ୍ଡ : ୧୩ ଲକ୍ଷର ଥିଲା appeared first on Dharitri Odia News.

ପୋଲିସ ଏନକାଉଣ୍ଟରରେ ଗଡ଼ିଲା ଦୁଇ ଟପ୍‌ କ୍ୟାଡର ମାଓବାଦୀଙ୍କ ମୁଣ୍ଡ : ୧୩ ଲକ୍ଷର ଥିଲା

ମାଲକାନଗିରି,୧୬।୪(ଦୁର୍ଯ୍ୟୋଧନ ପାତ୍ର): ପୁଣି ପୋଲିସ ଏନକାଉଣ୍ଟରରେ ଦୁଇ ଟପ୍‌ କ୍ୟାଡର ମାଓବାଦୀଙ୍କ ମୁଣ୍ଡ ଗଡ଼ିଛି। ଛତିଶଗଡ଼ର କୋଣ୍ଡାଗାଓଁ ଜିଲାର କିଲମ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିବା ମାଓବାଦୀ ପୁର୍ବ ବସ୍ତର ସଙ୍ଗଠନର DVCM କ୍ୟାଡର ମାଓବାଦୀ ହଳଧର ଏବଂ ACM କ୍ୟାଡର ମାଓବାଦୀ ରାମେ। ଘଟଣାସ୍ଥଳରୁ ଗୋଟିଏ AK୪୭ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଅଧିକ ମାଓବାଦୀ ମୃତାହତ ଆଶଙ୍କାରେ ଏବେବି ସର୍ଚ୍ଚ ଅପରେଶନ ଜାରି ରହିଛି। DRG ଜବାନଙ୍କ କମ୍ବିଂ ଅପରେଶନ ବେଳେ ଏହି ସଫଳତା ମିଳିଛି। ତେବେ ଏହି ଦୁଇ ମାଓବାଦୀଙ୍କ ନାଁରେ ୧୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।

 

The post ପୋଲିସ ଏନକାଉଣ୍ଟରରେ ଗଡ଼ିଲା ଦୁଇ ଟପ୍‌ କ୍ୟାଡର ମାଓବାଦୀଙ୍କ ମୁଣ୍ଡ : ୧୩ ଲକ୍ଷର ଥିଲା appeared first on Dharitri Odia News.