ବ୍ୟକ୍ତିଙ୍କୁ ଚପଲରେ ପିଟିଲେ ପାକିସ୍ତାନୀ ଗାୟକ ରାହତ ଅଲ୍ଲୀ ଖାନ, ଏବେ ମାଗୁଛନ୍ତି କ୍ଷମା, ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୨୮।୧: ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଭେଟି ଦେଇଥିବା ପାକିସ୍ତାନୀ ଗାୟକ ରାହାତ ଫତେହ ଅଲ୍ଲୀ ଖାନ୍ ଏବେ ହରଡଘଣାରେ ପଡିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଲଜ୍ଜାଜନକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ ନିଜ ଚାକରଙ୍କୁ ଚୁଟି ଭିଡି ଚପଲରେ ପିଟୁଥିବାର ନଜିର ଆସିଛନ୍ତି। ଆଖପାଖ ଯେତେ ରୋକିଲେ ମଧ୍ୟ ସେ ଥୟ ଧରୁ ନାହାନ୍ତି। ରାହାତ ବଡ ପାଟିରେ ଗାଳି କରିବା ସହ ଚପଲରେ ପିଟିବାରେ ଲାଗିଛନ୍ତି। କିନ୍ତୁ ବ୍ୟକ୍ତିଜଣକ […] The post ବ୍ୟକ୍ତିଙ୍କୁ ଚପଲରେ ପିଟିଲେ ପାକିସ୍ତାନୀ ଗାୟକ ରାହତ ଅଲ୍ଲୀ ଖାନ, ଏବେ ମାଗୁଛନ୍ତି କ୍ଷମା, ଭିଡିଓ ଭାଇରାଲ appeared first on Dharitri Odia News.
ନୂଆଦିଲ୍ଲୀ,୨୮।୧: ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଭେଟି ଦେଇଥିବା ପାକିସ୍ତାନୀ ଗାୟକ ରାହାତ ଫତେହ ଅଲ୍ଲୀ ଖାନ୍ ଏବେ ହରଡଘଣାରେ ପଡିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଲଜ୍ଜାଜନକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ ନିଜ ଚାକରଙ୍କୁ ଚୁଟି ଭିଡି ଚପଲରେ ପିଟୁଥିବାର ନଜିର ଆସିଛନ୍ତି। ଆଖପାଖ ଯେତେ ରୋକିଲେ ମଧ୍ୟ ସେ ଥୟ ଧରୁ ନାହାନ୍ତି। ରାହାତ ବଡ ପାଟିରେ ଗାଳି କରିବା ସହ ଚପଲରେ ପିଟିବାରେ ଲାଗିଛନ୍ତି। କିନ୍ତୁ ବ୍ୟକ୍ତିଜଣକ ଚୁପଚାପ ତାଙ୍କ ମାଡ ସହୁଛନ୍ତି।
ଭିଡିଓ ଭାଇରାଲ ହେବା ପରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି। ଟ୍ରୋଲରେ କୁହାଯାଇଛି କି, ରାହତ ମଦ ବୋତଲ ପାଇଁ ଚାକର ଉପରେ ରାଗିଯାଇଛନ୍ତି ଯାହାପରେ ତାଙ୍କୁ ଚପଲରେ ପିଟିବାକୁ ଲାଗିଛନ୍ତି। ଭିଡିଓରେ ସେ ବାରମ୍ବାର କହୁଛନ୍ତି, ମୋ ବୋତଲ କେଉଁଠି ଅଛି?
Rahat fateh ali khan beating his employeepic.twitter.com/KDx9DA1rCx
— Faizi (@faizannriaz) January 27, 2024
ତେବେ ଏହି ଭିଡିଓ ଭାଇରାଲ ହେବାପରେ ରାହତ ସଫେଇ ଦେଇଛନ୍ତି। ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଭିଡିଓ ପୋଷ୍ଟ କରି ଏଥିପାଇଁ କ୍ଷମା ମାଗିଛନ୍ତି।
The post ବ୍ୟକ୍ତିଙ୍କୁ ଚପଲରେ ପିଟିଲେ ପାକିସ୍ତାନୀ ଗାୟକ ରାହତ ଅଲ୍ଲୀ ଖାନ, ଏବେ ମାଗୁଛନ୍ତି କ୍ଷମା, ଭିଡିଓ ଭାଇରାଲ appeared first on Dharitri Odia News.