ରାଜ୍ୟରେ ଆସନ୍ତାକାଲି ଠାରୁ ବୃଦ୍ଧି ପାଇବ ତାପମାତ୍ରା
ଭୁବନେଶ୍ୱର,୧।୪: ରାଜ୍ୟର କିଛି ଜିଲାରେ ୪ରୁ ୬ ତାରିଖ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ଏଥିସହ କିଛି ସ୍ଥାନରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ରେକର୍ଡ କରାଯାଇଛି। ଚାନ୍ଦବାଲି ୩୯.୬, ଭୁବନେଶ୍ୱର ୩୯.୪, ଝାରସୁଗୁଡା ୩୯, ବାଲେଶ୍ୱର ୩୮.୫, ସମ୍ବଲପୁର ୩୮.୫, ହୀରାକୁଦ ୩୮.୫, କେନ୍ଦୁଝର […] The post ରାଜ୍ୟରେ ଆସନ୍ତାକାଲି ଠାରୁ ବୃଦ୍ଧି ପାଇବ ତାପମାତ୍ରା appeared first on Dharitri Odia News.
ଭୁବନେଶ୍ୱର,୧।୪: ରାଜ୍ୟର କିଛି ଜିଲାରେ ୪ରୁ ୬ ତାରିଖ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ଏଥିସହ କିଛି ସ୍ଥାନରେ ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ରେକର୍ଡ କରାଯାଇଛି। ଚାନ୍ଦବାଲି ୩୯.୬, ଭୁବନେଶ୍ୱର ୩୯.୪, ଝାରସୁଗୁଡା ୩୯, ବାଲେଶ୍ୱର ୩୮.୫, ସମ୍ବଲପୁର ୩୮.୫, ହୀରାକୁଦ ୩୮.୫, କେନ୍ଦୁଝର ୩୭.୮, ରାଉରକେଲା ୩୮.୧, ପୁରୀ ୩୩.୫, ପାରାଦୀପ ୩୩.୧, ଗୋପାଳପୁର ୩୧.୮ ଡିଗ୍ରୀ ତାପମାତ୍ରା ରହିଛି।
ଅନ୍ୟପଟେ ରାଜ୍ୟରେ ଆସନ୍ତାକାଲି ଠାରୁ ଦିନ ତାପମାତ୍ରା ସହିତ ରାତି ତାପମାତ୍ରା୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଜଳବାୟୁରେ ଆଦ୍ରତା ୫୦ ପ୍ରତିଶତ ରହିବା କାରଣରୁ ରାତିରେ ମଧ୍ୟ ଅସହ୍ୟ ଗରବ ଓ ଗୁଳଗୁଳି ଅନୁଭୂତ ହେବ । ତାପମାତ୍ରା ବୃଦ୍ଧି ପାଉଥିବାରୁ ପାଣିପାଗ ବିଭାଗ ଏବଂ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଲୋକମାନଙ୍କ ପାଇଁ ସୂଚନା ଜାରି କରାଯାଇଛି। ଅଂଶୁଘାତ ଓ ଡାଇରିଆର ପ୍ରତିଷେଧକ ବ୍ୟବସ୍ଥା ପାଇଁ ସମସ୍ତ ଡାକ୍ତରଖାନାରେ ଆବଶ୍ୟକୀୟ ସୁବିଧା ଉପଲବ୍ଧ କରିବା ପାଇଁ
କୁହାଯାଇଛି । ଅଗ୍ନିଶମ ବିଭାଗ ସହିତ ଅନ୍ୟ ବିଭାଗଗୁଡିକୁ ମଧ୍ୟ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
The post ରାଜ୍ୟରେ ଆସନ୍ତାକାଲି ଠାରୁ ବୃଦ୍ଧି ପାଇବ ତାପମାତ୍ରା appeared first on Dharitri Odia News.