ମେଣ୍ଟ ଚର୍ଚ୍ଚା ମଧ୍ୟରେ ଟିକେଟ୍‌ ପାଇଁ ନେତାଙ୍କ କସରତ, ତୃତୀୟ ତାଲିକାରେ ଓଡ଼ିଶାରୁ ପ୍ରାର୍ଥୀ ଦେବ ଭାଜପା

ଭୁବନେଶ୍ୱର,୧୮।୩: ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଭାଜପା ପ୍ରାର୍ଥୀ ତାଲିକା ପ୍ରସ୍ତୁତିକୁ ନେଇ ଭାଜପା ଘନ ଘନ ବୈଠକ କରୁଛି। ଆଜି ଦିଲ୍ଲୀରେ ଭାଜପାର କୋର କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସାମିଲ ହେବେ। ଏଥିରେ ୟୁପି ସମେତ ଓଡ଼ିଶା, ପଶ୍ଚିମବଙ୍ଗ ଆସନ ଉପରେ ଆଲୋଚନ ହେବ। ଏପଟେ ରାଜ୍ୟ କାର୍ଯ୍ୟାଳୟରେ ନେତାଙ୍କ ଭିଡ ଲାଗିଛି। ଟିକେଟ୍‌ ପାଇଁ […] The post ମେଣ୍ଟ ଚର୍ଚ୍ଚା ମଧ୍ୟରେ ଟିକେଟ୍‌ ପାଇଁ ନେତାଙ୍କ କସରତ, ତୃତୀୟ ତାଲିକାରେ ଓଡ଼ିଶାରୁ ପ୍ରାର୍ଥୀ ଦେବ ଭାଜପା appeared first on Dharitri Odia News.

ମେଣ୍ଟ ଚର୍ଚ୍ଚା ମଧ୍ୟରେ ଟିକେଟ୍‌ ପାଇଁ ନେତାଙ୍କ କସରତ, ତୃତୀୟ ତାଲିକାରେ ଓଡ଼ିଶାରୁ ପ୍ରାର୍ଥୀ ଦେବ ଭାଜପା

ଭୁବନେଶ୍ୱର,୧୮।୩: ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଭାଜପା ପ୍ରାର୍ଥୀ ତାଲିକା ପ୍ରସ୍ତୁତିକୁ ନେଇ ଭାଜପା ଘନ ଘନ ବୈଠକ କରୁଛି। ଆଜି ଦିଲ୍ଲୀରେ ଭାଜପାର କୋର କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସାମିଲ ହେବେ। ଏଥିରେ ୟୁପି ସମେତ ଓଡ଼ିଶା, ପଶ୍ଚିମବଙ୍ଗ ଆସନ ଉପରେ ଆଲୋଚନ ହେବ।

ଏପଟେ ରାଜ୍ୟ କାର୍ଯ୍ୟାଳୟରେ ନେତାଙ୍କ ଭିଡ ଲାଗିଛି। ଟିକେଟ୍‌ ପାଇଁ କସରତ ଚାଲିଛି। ଭାଜପା ନେତା କହିଛନ୍ତି ଯେ, ନିର୍ବାଚନ ପାଇଁ ଦଳ ସମୂର୍ଣ୍ଣ ପ୍ରସ୍ତୁତ ଅଛି। ସମ୍ଭାବ୍ୟ ତାଲିକା ପ୍ରସ୍ତୁତ ରହିଛି। କନ୍ଦ୍ରୀୟ ସଂସଦୀୟ କମିଟିର ମୋହର ବାଜିବା ପରେ ଖୁବ୍‌ଶୀଘ୍ର ଘୋଷଣା ହୋଇଯିବ। ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ଉପସ୍ଥିତିରେ ନିର୍ବାଚନ କମିଟି ବୈଠକରେ ନିର୍ବାଚନ ପାଇଁ ପ୍ରାର୍ଥୀ ଓ ରଣନୀତି ଚୂଡାନ୍ତ ହୋଇଛି ।

The post ମେଣ୍ଟ ଚର୍ଚ୍ଚା ମଧ୍ୟରେ ଟିକେଟ୍‌ ପାଇଁ ନେତାଙ୍କ କସରତ, ତୃତୀୟ ତାଲିକାରେ ଓଡ଼ିଶାରୁ ପ୍ରାର୍ଥୀ ଦେବ ଭାଜପା appeared first on Dharitri Odia News.