ପାରାଦୀପରେ ହଇଚଇ: ତୈଳବାହୀ ଜାହାଜରେ ୨୧ ପାକିସ୍ତାନୀ ନାବିକ
ପାରାଦୀପ, ୧୪।୫(ଶରତ ରାଉତ):ପାରାଦୀପ ବନ୍ଦର ଏସ୍ପିଏମ୍ (ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମ) ବର୍ଥରେ ବୁଧବାର ତୈଳବାହୀ ଜାହାଜ ଏକତଟି ସିରେନ-୨ ଲାଗିବ। ଉକ୍ତ ଜାହାଜରେ ୨୫ ନାବିକଙ୍କ ମଧ୍ୟରୁ ୨୧ଜଣ ପାକିସ୍ତାନୀ ଥିବା ମଙ୍ଗଳବାର ଜଣାପଡ଼ିଛି। ଏ ନେଇ ଇମିଗ୍ରେଶନ ବିଭାଗ ପକ୍ଷରୁ ତତ୍ପରତା ଦେଖା ଦେଇଛି। ଜାହାଜରେ ପାକିସ୍ତାନୀ ନାବିକ ଥିବାରୁ ପଣ୍ୟ ଖଲାସ ସମୟ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଇମିଗ୍ରେଶନ ବିଭାଗ ମେରାଇନ ପୋଲିସ, ପାରାଦୀପ ବନ୍ଦର ପ୍ରଶାସନକୁ ଅବଗତ କରାଇଛି। କାରଣ […] The post ପାରାଦୀପରେ ହଇଚଇ: ତୈଳବାହୀ ଜାହାଜରେ ୨୧ ପାକିସ୍ତାନୀ ନାବିକ appeared first on Dharitri Odia News.
ପାରାଦୀପ, ୧୪।୫(ଶରତ ରାଉତ):ପାରାଦୀପ ବନ୍ଦର ଏସ୍ପିଏମ୍ (ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମ) ବର୍ଥରେ ବୁଧବାର ତୈଳବାହୀ ଜାହାଜ ଏକତଟି ସିରେନ-୨ ଲାଗିବ। ଉକ୍ତ ଜାହାଜରେ ୨୫ ନାବିକଙ୍କ ମଧ୍ୟରୁ ୨୧ଜଣ ପାକିସ୍ତାନୀ ଥିବା ମଙ୍ଗଳବାର ଜଣାପଡ଼ିଛି। ଏ ନେଇ ଇମିଗ୍ରେଶନ ବିଭାଗ ପକ୍ଷରୁ ତତ୍ପରତା ଦେଖା ଦେଇଛି। ଜାହାଜରେ ପାକିସ୍ତାନୀ ନାବିକ ଥିବାରୁ ପଣ୍ୟ ଖଲାସ ସମୟ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଇମିଗ୍ରେଶନ ବିଭାଗ ମେରାଇନ ପୋଲିସ, ପାରାଦୀପ ବନ୍ଦର ପ୍ରଶାସନକୁ ଅବଗତ କରାଇଛି। କାରଣ ପାକିସ୍ତାନୀ ନାଗରିକ ଭାରତ ସୀମା ମଧ୍ୟରେ ପ୍ରବେଶ ଉପରେ ବୈଦେଶିକ କଟକଣା ରହିଛି। ଉକ୍ତ ଜାହାଜରେ ହଂକଂ ପତାକା ରହିଛି। ଦକ୍ଷିଣ କୋରିଆ ଦେଶରୁ ୧୩୫ ମେଟ୍ରିକ ଟନ ଅଶୋଧିତ ତୈଳ ବୋଝେଇ ହୋଇ ଆସୁଛି। ଉକ୍ତ ତୈଳ ଏସ୍ପିଏମ୍ ବର୍ଥରେ ବୁଧବାର ଖଲାସ ହେବ ବୋଲି ବନ୍ଦର ଡିଟିଆର (ଡେଲି ଟ୍ରାଫିକ ରିପୋର୍ଟ)ରୁ ଜଣାପଡିଛି। ନାବିକଙ୍କ ମଧ୍ୟରେ ୨୧ ପାକିସ୍ତାନ, ୨ ଭାରତୀୟ, ଜଣେ ଶ୍ରୀଲଙ୍କା, ଜଣେ ଥାଇଲାଣ୍ଡ ଦେଶର ବୋଲି ଇମିଗ୍ରେଶନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ପାରାଦୀପ ବନ୍ଦର ଏସ୍ପିଏମ୍ ପୋତାଶ୍ରୟଠାରୁ ୨୦ କି.ମି. ଦୂର ସମୁଦ୍ର ମଧ୍ୟରେ ଜାହାଜ ରହିଛି। ସେଠାରେ ଭାସମାନ ବର୍ଥକୁ ଏସ୍ପିଏମ୍ ବୋଲି କୁହାଯାଏ। ସେଠାରେ କେବଳ ବୃହତ ତୈଳବାହୀ ଜାହାଜରୁ ଅଶୋଧିତ ତୈଳ ପାଇପ୍ଲାଇନ ଯୋଗେ ଖଲାସ କରାଯାଇଥାଏ। ବୁଧବାର ଜାହାଜ ଲାଗିବା ପାଇଁ କ୍ଲିୟରାନ୍ସ ମିଳିଛି। କିନ୍ତୁ ଅପସାରଣ ଶେଷ ପର୍ଯ୍ୟନ୍ତ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ପ୍ରଶ୍ନ ଉଠେ, ମେରାଇନ ପୋଲିସର ପାଟ୍ରୋଲିଂ ବୋଟ ଏ ପର୍ଯ୍ୟନ୍ତ ମହାନଦୀ ମୁହାଣ ଅତିକ୍ରମ କରିନାହିଁ। ବୁଧବାର କିପରି ଏସ୍ପିଏମ୍ ପର୍ଯ୍ୟନ୍ତ ପୋଲିସ ଯିବ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।
The post ପାରାଦୀପରେ ହଇଚଇ: ତୈଳବାହୀ ଜାହାଜରେ ୨୧ ପାକିସ୍ତାନୀ ନାବିକ appeared first on Dharitri Odia News.