ଗୁରୁବାର ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ, ବ୍ରହ୍ମପୁରରେ ହେବ ଭାଜପା ସମାବେଶ
ଭୁବନେଶ୍ୱର,୨୦।୨(ସୁନିତ୍ ମିଶ୍ର): କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେ ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ମନମୋହନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ନୂଆଦିଲ୍ଲୀରେ ଆୟୋଜିତ ୨ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଦଳର କାର୍ଯ୍ୟକର୍ତାଙ୍କୁ […] The post ଗୁରୁବାର ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ, ବ୍ରହ୍ମପୁରରେ ହେବ ଭାଜପା ସମାବେଶ appeared first on Dharitri Odia News.
ଭୁବନେଶ୍ୱର,୨୦।୨(ସୁନିତ୍ ମିଶ୍ର): କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେ ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।
ମନମୋହନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ନୂଆଦିଲ୍ଲୀରେ ଆୟୋଜିତ ୨ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଦଳର କାର୍ଯ୍ୟକର୍ତାଙ୍କୁ ଅଶେଷ ଶକ୍ତି, ଉତ୍ସାହ ପ୍ରଦାନ କରିଛି। ସ୍ବଳ୍ପ ସମୟର ଅଧିବେଶନ ସମସ୍ତଙ୍କ ଭିତରେ ଉତ୍ସାହ ଭରି ଦେଇଥିଲା। ଦଳକୁ ଜିତାଇ ନରେନ୍ଦ୍ର ମୋଦିଙ୍କୁ ୩ୟ ଥର ପ୍ରଧାନମନ୍ତ୍ରୀ ଆସନରେ ଅଭିଷିକ୍ତ କରିବାକୁ ଅଧିବେଶନରେ ସମସ୍ତ କାର୍ଯ୍ୟକର୍ତା ସଂକଳ୍ପ ନେଇଛନ୍ତି। ତାକୁ ତୃଣମୂଳ ଓ ବୁଥ୍ସ୍ତର ପର୍ଯ୍ୟନ୍ତ ନେବାକୁ ନିଷ୍ପତ୍ତି ହୋଇଛି ବୋଲି ମନମୋହନ କହିଛନ୍ତି।
The post ଗୁରୁବାର ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ, ବ୍ରହ୍ମପୁରରେ ହେବ ଭାଜପା ସମାବେଶ appeared first on Dharitri Odia News.