କୋହଲିଙ୍କ ବ୍ୟାଟ୍ରେ ଲାଗି ଯାଇଛି ‘କଳଙ୍କି’, ସେପଟେ ରନ ବର୍ଷା କରୁଛନ୍ତି ରୁଟ୍-ଓ୍ଵିଲିୟମସନ-ସ୍ମିଥ୍
ନୂଆଦିଲ୍ଲୀ: ବିରାଟ କୋହଲି ପର୍ଥରେ ଖେଳା ଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ରେ ଦମଦାର ଶତକ ହାସଲ କରିଥିଲେ। ଦୀର୍ଘ ସମୟ ପରେ କୋହଲିଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଥିଲା। ଏହା ପରେ ପ୍ରଶଂସକ ଆଶା କରିଥିଲେ ଯେ, କୋହଲି ଫର୍ମକୁ ଫେରିଛନ୍ତି ଏବଂ ତାଙ୍କ ବ୍ୟାଟରୁ ଏବେ ନିରନ୍ତର ଭଲ ଇନିଂସ ଦେଖିବାକୁ ମିଳିବ। ମାତ୍ର ଏମିତି ହୋଇନି। ଦେଖିଲେ ଲାଗୁଛି ଟେଷ୍ଟ କ୍ରିକେଟ୍ରେ କୋହଲିଙ୍କ ବ୍ୟାଟରେ କଳଙ୍କି ଲାଗି ଯାଇଛି। ଅନ୍ୟପଟେ ଫାବ-୪ରେ ଥିବା ଜୋ ରୁଟ୍, ଷ୍ଟିଭ୍ ସ୍ମିଥ ଓ କେନ ଓ୍ଵିଲିୟମସନ ଏହି ସମୟରେ ଶତକ ପରେ ଶତକ ମାରି ଚାଲିଛନ୍ତି।Also read: ବର୍ଡର-ଗାଭାସ୍କର ହାରିଲେବି ଟିମ୍ ଇଣ୍ଡିଆ ଖେଳି ପାରିବ ୱାର୍ଲଡ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ! ଜାଣନ୍ତୁ କେମିତି ?୨୦୨୧ ପରଠୁ ଟେଷ୍ଟରେ କୋହଲିଙ୍କ ବ୍ୟାଟ୍ରୁ କେବଳ ତିନି ଶତକ ଦେଖିବାକୁ ମିଳିଛି। ଅନ୍ୟ ତିନି ବ୍ୟାଟର ଏହି ସମୟରେ ଖୁବ୍ ଶତକ ଅର୍ଜନ କରିଛନ୍ତି। ଏହି ସମୟରେ ଜୋ ରୁଟ୍ ସବୁଠୁ ଅଧିକ ଶତକ ଲଗାଇବାରେ ଶୀର୍ଷରେ ରହିଛନ୍ତି। କିନ୍ତୁ କୋହଲିଙ୍କ ବ୍ୟାଟରୁ ମାତ୍ର ୩ ଶତକ ବାହାରିଛି। ରୁଟ୍ ସର୍ବାଧିକ ୧୯ ଶତକ ହାସଲ କରିଥିବା ବେଳେ କେନ ଓ୍ଵିଲିୟମସନ ଓ ଷ୍ଟିଭ ସ୍ମିଥ୍ଙ୍କ ବ୍ୟାଟ୍ରୁ ଖୁବ୍ ଟେଷ୍ଟ ଶତକ ବାହାରିଛି।୨୦୨୧ ଆରମ୍ଭରେ ଫାବ୍-୪ଙ୍କ ଶତକବିରାଟ କୋହଲି- ୨୭ ଶତକଷ୍ଟିଭ୍ ସ୍ମିଥ- ୨୬ ଶତକକେନ ଓ୍ଵିଲିୟମସନ- ୨୪ ଶତକଜୋ ରୁଟ୍-
ନୂଆଦିଲ୍ଲୀ: ବିରାଟ କୋହଲି ପର୍ଥରେ ଖେଳା ଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ରେ ଦମଦାର ଶତକ ହାସଲ କରିଥିଲେ। ଦୀର୍ଘ ସମୟ ପରେ କୋହଲିଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଥିଲା। ଏହା ପରେ ପ୍ରଶଂସକ ଆଶା କରିଥିଲେ ଯେ, କୋହଲି ଫର୍ମକୁ ଫେରିଛନ୍ତି ଏବଂ ତାଙ୍କ ବ୍ୟାଟରୁ ଏବେ ନିରନ୍ତର ଭଲ ଇନିଂସ ଦେଖିବାକୁ ମିଳିବ। ମାତ୍ର ଏମିତି ହୋଇନି। ଦେଖିଲେ ଲାଗୁଛି ଟେଷ୍ଟ କ୍ରିକେଟ୍ରେ କୋହଲିଙ୍କ ବ୍ୟାଟରେ କଳଙ୍କି ଲାଗି ଯାଇଛି। ଅନ୍ୟପଟେ ଫାବ-୪ରେ ଥିବା ଜୋ ରୁଟ୍, ଷ୍ଟିଭ୍ ସ୍ମିଥ ଓ କେନ ଓ୍ଵିଲିୟମସନ ଏହି ସମୟରେ ଶତକ ପରେ ଶତକ ମାରି ଚାଲିଛନ୍ତି।
Also read: ବର୍ଡର-ଗାଭାସ୍କର ହାରିଲେବି ଟିମ୍ ଇଣ୍ଡିଆ ଖେଳି ପାରିବ ୱାର୍ଲଡ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ! ଜାଣନ୍ତୁ କେମିତି ?
୨୦୨୧ ପରଠୁ ଟେଷ୍ଟରେ କୋହଲିଙ୍କ ବ୍ୟାଟ୍ରୁ କେବଳ ତିନି ଶତକ ଦେଖିବାକୁ ମିଳିଛି। ଅନ୍ୟ ତିନି ବ୍ୟାଟର ଏହି ସମୟରେ ଖୁବ୍ ଶତକ ଅର୍ଜନ କରିଛନ୍ତି। ଏହି ସମୟରେ ଜୋ ରୁଟ୍ ସବୁଠୁ ଅଧିକ ଶତକ ଲଗାଇବାରେ ଶୀର୍ଷରେ ରହିଛନ୍ତି। କିନ୍ତୁ କୋହଲିଙ୍କ ବ୍ୟାଟରୁ ମାତ୍ର ୩ ଶତକ ବାହାରିଛି। ରୁଟ୍ ସର୍ବାଧିକ ୧୯ ଶତକ ହାସଲ କରିଥିବା ବେଳେ କେନ ଓ୍ଵିଲିୟମସନ ଓ ଷ୍ଟିଭ ସ୍ମିଥ୍ଙ୍କ ବ୍ୟାଟ୍ରୁ ଖୁବ୍ ଟେଷ୍ଟ ଶତକ ବାହାରିଛି।
୨୦୨୧ ଆରମ୍ଭରେ ଫାବ୍-୪ଙ୍କ ଶତକ
ବିରାଟ କୋହଲି- ୨୭ ଶତକ
ଷ୍ଟିଭ୍ ସ୍ମିଥ- ୨୬ ଶତକ
କେନ ଓ୍ଵିଲିୟମସନ- ୨୪ ଶତକ
ଜୋ ରୁଟ୍- ୧୭ ଶତକ
ବର୍ତ୍ତମାନ ଫାବ୍-୪ଙ୍କ ଶତକ
ଜୋ ରୁଟ୍- ୩୬ ଶତକ
ଓ୍ଵିଲିୟମସନ- ୩୩ ଶତକ
ସ୍ମିଥ- ୩୩ ଶତକ
କୋହଲି- ୩୦ ଶତକ
କୋହଲିଙ୍କ ଟେଷ୍ଟ କ୍ୟାରିୟର
ବିରାଟ କୋହଲି ଏ ପର୍ଯ୍ୟନ୍ତ ନିଜ କ୍ୟାରିୟରରେ ୧୨୦ ଟେଷ୍ଟ ଖେଳିଛନ୍ତି। ଏଥିରେ ୨୦୫ ଇନିଂସରେ ୪୭.୨୨ ହାରରେ ୯୧୬୩ ରନ କରିଛନ୍ତି। ଏଥିରେ ୩୦ ଶତକ ଓ ୩୧ ଅର୍ଦ୍ଧଶତକ ସାମିଲ। ବିରାଟ କୋହଲିଙ୍କ ସର୍ବୋଚ୍ଚ ସ୍କୋର ହେଉଛି ଅପରାଜିତ ୨୫୪ ରନ। କୋହଲି ୨୦୧୧ ଜୁନରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିଲେ।