ରୁଷ ସହ ଯୁଦ୍ଧରେ ଜେଲେନସ୍କିଙ୍କ ହାତ ଛାଡ଼ୁଛନ୍ତି ସହଯୋଗୀ, ୬ ମନ୍ତ୍ରୀ ଦେଲେ ଇସ୍ତଫା
ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ପ୍ରତିଦିନ ନୂଆ ମୋଡ ନେଉଛି । ଏହାରି ଭିତରେ ୟୁକ୍ରେନରେ ବଡ଼ ଧରଣ ହଇଚଇ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଛଅ ଜଣ ମନ୍ତ୍ରୀ ଏକାସଙ୍ଗରେ ଇସ୍ତଫା ଦେଇଛନ୍ତି । ଏହି ମନ୍ତ୍ରୀମାନେ କେଉଁ କାରଣରୁ ଇସ୍ତଫା ଦେଇଛନ୍ତି ତାହା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ ।ଇସ୍ତଫା ଦେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଉପ-ପ୍ରଧାନମନ୍ତ୍ରୀ ଓହ୍ଲା ଷ୍ଟେଫନିଶିନା, ବିଦେଶ ମନ୍ତ୍ରୀ ଦିମିତ୍ରି କୁଲେବା, ଷ୍ଟ୍ରାଟେଜିକ୍ ଇଣ୍ଡଷ୍ଟ୍ରିଜ୍ ମନ୍ତ୍ରୀ ଆଲେକଜାଣ୍ଡର କାମିଶିନ, ଆଇନ ମନ୍ତ୍ରୀ ଡେନିସ ମାଲିୟୁସ୍କା, ପରିବେଶ ମନ୍ତ୍ରୀ ରୁସ୍ତଲାନ ଷ୍ଟ୍ରିଲେଟ୍ସ ଏବଂ ମନ୍ତ୍ରୀ ଇରୀନା ବେରଶଚୁକ ସାମିଲ ଅଛନ୍ତି । ଏମାନଙ୍କ ସହ ରାଜ୍ୟ ସମ୍ପତ୍ତି କୋଷ (ଏସପିଏଫୟୁ) ମୁଖ୍ୟ ବିଟାଲିୟା କୋବଲ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଅନେକ ଯୁଦ୍ଧରେ ଜେଲେନସ୍କିଙ୍କୁ ଗୋଟିଏ ପରେ ଗୋଟିଏ ଝଟକାର ସାମନା କରିବାକୁ ପଡ଼ୁଛି । ଜେଲେନସ୍କିଙ୍କ ସେନା କୁର୍ସ୍କ ସମେତ ଅନ୍ୟ ସୀମାନ୍ତ ଅଞ୍ଚଳରେ ପରାଜିତ ହେଉଛନ୍ତି । ଏହି ପରାଜୟକୁ ଏଡାଇବା ପାଇଁ ୟୁକ୍ରେନୀ ଫୋର୍ସ ରୁଷ ଉପରେ ଆକ୍ରମଣକୁ ଅଧିକ ତୀବ୍ର କରିଛି । ଏହା ବ୍ୟତୀତ ଗତ ତିନି ଦିନରେ ରୁଷ ଯେପରି ଭାବେ ୟୁକ୍ରେନକୁ ଦୋହଲାଇଛି, ତାହା ପରେ ଜେଲେନସ୍କି ସେନା ପ୍ରତିଶୋଧ ନେବାକୁ ଆଗବର ହୋଇଛି ।ୟୁକ୍ରେନୀ ସେନା ରୁଷ ଭିତରେ ଏ
ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ପ୍ରତିଦିନ ନୂଆ ମୋଡ ନେଉଛି । ଏହାରି ଭିତରେ ୟୁକ୍ରେନରେ ବଡ଼ ଧରଣ ହଇଚଇ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଛଅ ଜଣ ମନ୍ତ୍ରୀ ଏକାସଙ୍ଗରେ ଇସ୍ତଫା ଦେଇଛନ୍ତି । ଏହି ମନ୍ତ୍ରୀମାନେ କେଉଁ କାରଣରୁ ଇସ୍ତଫା ଦେଇଛନ୍ତି ତାହା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ ।
ଇସ୍ତଫା ଦେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ଉପ-ପ୍ରଧାନମନ୍ତ୍ରୀ ଓହ୍ଲା ଷ୍ଟେଫନିଶିନା, ବିଦେଶ ମନ୍ତ୍ରୀ ଦିମିତ୍ରି କୁଲେବା, ଷ୍ଟ୍ରାଟେଜିକ୍ ଇଣ୍ଡଷ୍ଟ୍ରିଜ୍ ମନ୍ତ୍ରୀ ଆଲେକଜାଣ୍ଡର କାମିଶିନ, ଆଇନ ମନ୍ତ୍ରୀ ଡେନିସ ମାଲିୟୁସ୍କା, ପରିବେଶ ମନ୍ତ୍ରୀ ରୁସ୍ତଲାନ ଷ୍ଟ୍ରିଲେଟ୍ସ ଏବଂ ମନ୍ତ୍ରୀ ଇରୀନା ବେରଶଚୁକ ସାମିଲ ଅଛନ୍ତି । ଏମାନଙ୍କ ସହ ରାଜ୍ୟ ସମ୍ପତ୍ତି କୋଷ (ଏସପିଏଫୟୁ) ମୁଖ୍ୟ ବିଟାଲିୟା କୋବଲ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଅନେକ ଯୁଦ୍ଧରେ ଜେଲେନସ୍କିଙ୍କୁ ଗୋଟିଏ ପରେ ଗୋଟିଏ ଝଟକାର ସାମନା କରିବାକୁ ପଡ଼ୁଛି । ଜେଲେନସ୍କିଙ୍କ ସେନା କୁର୍ସ୍କ ସମେତ ଅନ୍ୟ ସୀମାନ୍ତ ଅଞ୍ଚଳରେ ପରାଜିତ ହେଉଛନ୍ତି । ଏହି ପରାଜୟକୁ ଏଡାଇବା ପାଇଁ ୟୁକ୍ରେନୀ ଫୋର୍ସ ରୁଷ ଉପରେ ଆକ୍ରମଣକୁ ଅଧିକ ତୀବ୍ର କରିଛି । ଏହା ବ୍ୟତୀତ ଗତ ତିନି ଦିନରେ ରୁଷ ଯେପରି ଭାବେ ୟୁକ୍ରେନକୁ ଦୋହଲାଇଛି, ତାହା ପରେ ଜେଲେନସ୍କି ସେନା ପ୍ରତିଶୋଧ ନେବାକୁ ଆଗବର ହୋଇଛି ।
ୟୁକ୍ରେନୀ ସେନା ରୁଷ ଭିତରେ ଏବଂ ଯୁଦ୍ଧର ମୈଦାନରେ ବି ଭୀଷଣ ଆକ୍ରମଣ କରି ଫ୍ରଣ୍ଟଫୁଟକୁ ଆସିବା ପାଇଁ ଉଦ୍ୟମ କରୁଛି । ଡୋନେସ୍କରେ ୟୁକ୍ରେନୀ ଫୋର୍ସ ରୁଷର ଦୁଇଟି ଠିକାଣକୁ ଧ୍ୱଂସ କରିଛି । ୟୁକ୍ରେନ ଗୁରିଲା ଆକ୍ରମଣ ମଧ୍ୟ କରୁଛି । କିନ୍ତୁ ସମୟ ବିତିବା ସହ ୟୁକ୍ରେନର ପରାଜୟ ନିକଟ ହେବାରେ ଲାଗିଛି । ତେବେ ଯୁଦ୍ଧ ପାଇଁ ଆବଶ୍ୟକୀୟ ହତିଆର ନିୟମିତ ମିଳିଲେ ପରାଜୟକୁ ୟୁକ୍ରେନ ଏଡାଇପାରିବ ।