ନବୀନଙ୍କ ପାୱାରଫୁଲ ଅଫିସରଙ୍କୁ ସିଏମଓରୁ ହଟାଇଲେ ମୋହନ ସରକାର
ଭୁବନେଶ୍ୱର,୧୮।୭: ସିଏମଓରୁ ହଟିଲେ ଆଇଏଏସ ରୁପାରୋଶନ ସାହୁ। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ରୁପାରୋଶନଙ୍କ ବଦଳି ହୋଇଛି। ତାଙ୍କୁ ଏସସି/ଏସଟି ଉନ୍ନୟନ ବିଭାଗ କମିଶନର ତଥା ସଚିବ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ରୁପା ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ଟିମ ନବୀନଙ୍କ ପାୱାରଫୁଲ ଅଫିସର ଭାବେ ରୂପା ଓ ତାଙ୍କ ଆଇପିଏସ ସୱାମୀ ଅନୁପ ସାହୁ ପରିଚିତ ଥିଲେ । ଡିଏସ କୁଟ୍ଟେଙ୍କ ଖାସ ଆଇପିଏସ ଅନୁପ ଏବେବି ଗୁଇନ୍ଦା ବିଭାଗର ଆଇଜି […] The post ନବୀନଙ୍କ ପାୱାରଫୁଲ ଅଫିସରଙ୍କୁ ସିଏମଓରୁ ହଟାଇଲେ ମୋହନ ସରକାର appeared first on Dharitri Odia News.
ଭୁବନେଶ୍ୱର,୧୮।୭: ସିଏମଓରୁ ହଟିଲେ ଆଇଏଏସ ରୁପାରୋଶନ ସାହୁ। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ରୁପାରୋଶନଙ୍କ ବଦଳି ହୋଇଛି। ତାଙ୍କୁ ଏସସି/ଏସଟି ଉନ୍ନୟନ ବିଭାଗ କମିଶନର ତଥା ସଚିବ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ରୁପା ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ଟିମ ନବୀନଙ୍କ ପାୱାରଫୁଲ ଅଫିସର ଭାବେ ରୂପା ଓ ତାଙ୍କ ଆଇପିଏସ ସୱାମୀ ଅନୁପ ସାହୁ ପରିଚିତ ଥିଲେ । ଡିଏସ କୁଟ୍ଟେଙ୍କ ଖାସ ଆଇପିଏସ ଅନୁପ ଏବେବି ଗୁଇନ୍ଦା ବିଭାଗର ଆଇଜି ଅଛନ୍ତି । ରୂପାଙ୍କ ବଦଳି ସହ ପୂର୍ବର ନବୀନ ପଟ୍ଟନାୟକ ସରକାରରେ ପାୱାରଫୁଲ ଥିବା ସମସ୍ତ ଅଫିସରଙ୍କୁ ସିଏମଓରୁ ହଟାଇ ଦିଆଯାଇଛି ।
ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ବ୍ୟାଚ ଆଇଏଏସ ଅଫିସର ତଥା କଟକ ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ୨୦୧୨ ବ୍ୟାଚ ଆଇଏଏସ ଅଫିସର ଜଗତସିଂହପୁର ଜିଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି।
The post ନବୀନଙ୍କ ପାୱାରଫୁଲ ଅଫିସରଙ୍କୁ ସିଏମଓରୁ ହଟାଇଲେ ମୋହନ ସରକାର appeared first on Dharitri Odia News.