କେବଳ ରାଷ୍ଟ୍ରପତି ହେବେନି ଡୋନାଲ୍ଡ ଟ୍ରମ୍ପ, ରାଜ୍ୟସଭାରେ ବି ମିଳିଲା ବହୁମତ

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର କେବଳ ରାଷ୍ଟ୍ରପତି ପଦରେ ନିର୍ବାଚନ ଜିତି ନାହାନ୍ତି ବରଂ ରିପବ୍ଲିକନ ପାର୍ଟି ସାହାଯ୍ୟରେ ଆମେରିକା ସିନେଟରେ ମଧ୍ୟ ବହୁମତ ହାସଲ କରିଛନ୍ତି। ଆମେରିକାର ସିନେଟ୍‌ ଭାରତର ରାଜ୍ୟସଭା ପରି ସମାନ।  ଏହି ନିର୍ବାଚନରେ ରିପବ୍ଲିକନ ପାର୍ଟି ଓହାୟୋ ଓ ଓ୍ଵେଷ୍ଟ ଭର୍ଜିନିଆ ପରି ପ୍ରମୁଖ ରାଜ୍ୟରେ ବିଜୟ ହାସଲ କରିବାରେ ସଫଳ ହୋଇଛି। ଟ୍ରମ୍ପଙ୍କ ସମର୍ଥିତ ପ୍ରାର୍ଥୀ ବର୍ଣ୍ଣିଂ ମୋରେନୋ ଓ ଜିମ ଜଷ୍ଟିସ ଗୁରୁତ୍ଵପୂର୍ଣ୍ଣ ସିଟ୍ ଜିତି ରିପବ୍ଲିକନ ପାର୍ଟିକୁ ମଜବୁତ ସ୍ଥିତିକୁ ନେଇ ଆସିଥିଲେ। ଏହା ସହିତ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍‌ରେ ମଧ୍ୟ ରିପବ୍ଲିକନ କିଛି ଗୁରୁତ୍ଵପୂର୍ଣ୍ଣ ସିଟ୍‌ରେ ଅଗ୍ରଣୀ ହାସଲ କରିଛି। ଫଳରେ ଆଇନ ପ୍ରସ୍ତୁତିରେ ଡୋନାଲ୍ଡ ଟ୍ରମ୍ପଙ୍କ ଭୂମିକା ଆହୁରି ବ୍ୟାପକ ହୋଇ ପାରିବ।ବର୍ତ୍ତମାନ ରିପବ୍ଲିକନ ପାଖରେ ୨୭୭-୨୨୪ ବହୁମତ ରହିଛି। ମଙ୍ଗଳବାର ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଆମେରିକା ସଂସଦର ଉଚ୍ଚ ସଦନରେ ଏକ ତୃତୀୟାଂଶ ସଦସ୍ୟ ଅର୍ଥାତ ୩୪ ସିଟ୍ ପାଇଁ ମତଦାନ ହୋଇଥିଲା। ଏଥିରେ ପାଖାପାଖି ୯ ସିଟ୍‌ରେ କଡ଼ା ମୁକାବିଲା ହୋଇଥିଲା। ଡେମୋକ୍ରାଟିକ ପାର୍ଟି ପାଖରେ ସିନେଟରେ ସାମାନ୍ୟ ବହୁମତ ଥିଲା। ୪ ସ୍ଵାଧୀନ ସିନେଟର ଓ ନିଜ ଦଳର ୪୭ ସିନେଟରକୁ ମିଶାଇ ଡେମୋକ୍ରାଟିକର ୫୧ ସିଟ୍ ବହୁମତ ହାସଲ ଥିଲା। ମାତ୍ର ମଙ୍ଗଳବାର ଅନୁଷ୍ଠିତ ନିର୍ବାଚନରେ ଡେମୋକ୍ରାଟିକର

କେବଳ ରାଷ୍ଟ୍ରପତି ହେବେନି ଡୋନାଲ୍ଡ ଟ୍ରମ୍ପ,  ରାଜ୍ୟସଭାରେ ବି ମିଳିଲା ବହୁମତ

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର କେବଳ ରାଷ୍ଟ୍ରପତି ପଦରେ ନିର୍ବାଚନ ଜିତି ନାହାନ୍ତି ବରଂ ରିପବ୍ଲିକନ ପାର୍ଟି ସାହାଯ୍ୟରେ ଆମେରିକା ସିନେଟରେ ମଧ୍ୟ ବହୁମତ ହାସଲ କରିଛନ୍ତି। ଆମେରିକାର ସିନେଟ୍‌ ଭାରତର ରାଜ୍ୟସଭା ପରି ସମାନ।  ଏହି ନିର୍ବାଚନରେ ରିପବ୍ଲିକନ ପାର୍ଟି ଓହାୟୋ ଓ ଓ୍ଵେଷ୍ଟ ଭର୍ଜିନିଆ ପରି ପ୍ରମୁଖ ରାଜ୍ୟରେ ବିଜୟ ହାସଲ କରିବାରେ ସଫଳ ହୋଇଛି। ଟ୍ରମ୍ପଙ୍କ ସମର୍ଥିତ ପ୍ରାର୍ଥୀ ବର୍ଣ୍ଣିଂ ମୋରେନୋ ଓ ଜିମ ଜଷ୍ଟିସ ଗୁରୁତ୍ଵପୂର୍ଣ୍ଣ ସିଟ୍ ଜିତି ରିପବ୍ଲିକନ ପାର୍ଟିକୁ ମଜବୁତ ସ୍ଥିତିକୁ ନେଇ ଆସିଥିଲେ। ଏହା ସହିତ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍‌ରେ ମଧ୍ୟ ରିପବ୍ଲିକନ କିଛି ଗୁରୁତ୍ଵପୂର୍ଣ୍ଣ ସିଟ୍‌ରେ ଅଗ୍ରଣୀ ହାସଲ କରିଛି। ଫଳରେ ଆଇନ ପ୍ରସ୍ତୁତିରେ ଡୋନାଲ୍ଡ ଟ୍ରମ୍ପଙ୍କ ଭୂମିକା ଆହୁରି ବ୍ୟାପକ ହୋଇ ପାରିବ।

ବର୍ତ୍ତମାନ ରିପବ୍ଲିକନ ପାଖରେ ୨୭୭-୨୨୪ ବହୁମତ ରହିଛି। ମଙ୍ଗଳବାର ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଆମେରିକା ସଂସଦର ଉଚ୍ଚ ସଦନରେ ଏକ ତୃତୀୟାଂଶ ସଦସ୍ୟ ଅର୍ଥାତ ୩୪ ସିଟ୍ ପାଇଁ ମତଦାନ ହୋଇଥିଲା। ଏଥିରେ ପାଖାପାଖି ୯ ସିଟ୍‌ରେ କଡ଼ା ମୁକାବିଲା ହୋଇଥିଲା। ଡେମୋକ୍ରାଟିକ ପାର୍ଟି ପାଖରେ ସିନେଟରେ ସାମାନ୍ୟ ବହୁମତ ଥିଲା। ୪ ସ୍ଵାଧୀନ ସିନେଟର ଓ ନିଜ ଦଳର ୪୭ ସିନେଟରକୁ ମିଶାଇ ଡେମୋକ୍ରାଟିକର ୫୧ ସିଟ୍ ବହୁମତ ହାସଲ ଥିଲା। ମାତ୍ର ମଙ୍ଗଳବାର ଅନୁଷ୍ଠିତ ନିର୍ବାଚନରେ ଡେମୋକ୍ରାଟିକର ପରାଜୟ ସହ ଗୃହରେ ରିପବ୍ଲିକନ ପାର୍ଟିର ନିୟନ୍ତ୍ରଣ ସ୍ଥାପିତ ହୋଇଛି। ଏହା ସହିତ ସିନେଟ୍‌ରେ ଏବେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ଡୋନାଲ୍ଡ ଟ୍ରମ୍ପଙ୍କ ଦଳ। 

ଆମେରିକାର ଲୋକସଭା ଓ ରାଜ୍ୟସଭା

ଆମେରିକାରେ ଭାରତୀୟ ସଂସଦ ପରି କଂଗ୍ରେସ ନାମକ ସଂସ୍ଥା ରହିଛି, ଯାହାର ଦୁଇଟି ଗୃହ ରହିଛି।

୧ – ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍

ଏହା ଭାରତର ଲୋକସଭା ପରି ସମାନ। ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍‌ରେ ପ୍ରତିନିଧିଙ୍କ ସଂଖ୍ୟା ୪୩୫ ରହିଛି। ଏହା ବିଭିନ୍ନ ରାଜ୍ୟର  ଜନସଂଖ୍ୟା ଆଧାରରେ ନିର୍ବାଚିତ ହୋଇଥାନ୍ତି। ଏହି ଗୃହର ସଦସ୍ୟଙ୍କ କାର୍ଯ୍ୟକାଳ ୨ ବର୍ଷ ହୋଇଥାଏ ଓ ପ୍ରତି ୨ ବର୍ଷରେ ନିର୍ବାଚନ ହୁଏ। 

୨ – ସିନେଟ୍

ଏହାକୁ ଭାରତର ରାଜ୍ୟସଭା ସମାନ ଭାବେ ବିବେଚନା କରାଯାଏ। ସିନେଟ୍‌ରେ ମୋଟ ୧୦୦ ସିନେଟର ରହିଥାନ୍ତି। ଏହି ଗୃହର ସଦସ୍ୟଙ୍କ କାର୍ଯ୍ୟକାଳ ୬ ବର୍ଷ ହୋଇଥାଏ। ଆଉ ପ୍ରତି ୨ ବର୍ଷରେ ଏକ ତୃତୀୟାଂଶ ସଦସ୍ୟଙ୍କ ନିର୍ବାଚନ ହୋଇଥାଏ।