ଦାନ୍ତ ଦେଖାଇବାକୁ ଯାଇଥିଲେ ଯୁବତୀ, ଭଲ ଦେଖାଯାଉଛ କହି ଓଠକୁ କାମୁଡିଦେଲେ ଡାକ୍ତର

ହାଇଦ୍ରାବାଦ,୨୨।୨: ହାଇଦ୍ରାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ମେଡିକାଲକୁ ଚେକ୍‌ଅପ୍‌ ପାଇଁ ଆସିଥିବା ଯୁବତୀଙ୍କ ଓଠକୁ ଦନ୍ତ ଚିକିତ୍ସକ କାମୁଡି ଦେଇଛନ୍ତି। ମହିଳାଜଣକ ପ୍ରତିଦିନ ଏହି ଡେନିଷ୍ଟଙ୍କ ପାଖକୁ ଚେକ୍‌ଅପ୍‌ କରିବାକୁ ଆସୁଥିଲେ। ଅଭିଯୋଗ କରିବାକୁ ଡାକ୍ତର ଜଣକ ଥଟ୍ଟା କରି କହିଛନ୍ତି, ଏବେ ଆହୁରି ସୁନ୍ଦର ଲାଗୁଛନ୍ତି। ସୋସିଆଲ ମିଡିଆ ଏକ୍ସ’ ରେ ଏକ ଫଟୋ ପୋଷ୍ଟ ହୋଇଛି। ଯେଉଁଥିରେ ଯୁବତୀଙ୍କ ତଳ ଓଠର ଡାହାଣ ଅଂଶ ଗାଏବ ହୋଇଯାଇଛି। ପୀଡିତାଙ୍କ […] The post ଦାନ୍ତ ଦେଖାଇବାକୁ ଯାଇଥିଲେ ଯୁବତୀ, ଭଲ ଦେଖାଯାଉଛ କହି ଓଠକୁ କାମୁଡିଦେଲେ ଡାକ୍ତର appeared first on Dharitri Odia News.

ଦାନ୍ତ ଦେଖାଇବାକୁ ଯାଇଥିଲେ ଯୁବତୀ, ଭଲ ଦେଖାଯାଉଛ କହି ଓଠକୁ କାମୁଡିଦେଲେ ଡାକ୍ତର

ହାଇଦ୍ରାବାଦ,୨୨।୨: ହାଇଦ୍ରାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ମେଡିକାଲକୁ ଚେକ୍‌ଅପ୍‌ ପାଇଁ ଆସିଥିବା ଯୁବତୀଙ୍କ ଓଠକୁ ଦନ୍ତ ଚିକିତ୍ସକ କାମୁଡି ଦେଇଛନ୍ତି। ମହିଳାଜଣକ ପ୍ରତିଦିନ ଏହି ଡେନିଷ୍ଟଙ୍କ ପାଖକୁ ଚେକ୍‌ଅପ୍‌ କରିବାକୁ ଆସୁଥିଲେ। ଅଭିଯୋଗ କରିବାକୁ ଡାକ୍ତର ଜଣକ ଥଟ୍ଟା କରି କହିଛନ୍ତି, ଏବେ ଆହୁରି ସୁନ୍ଦର ଲାଗୁଛନ୍ତି।

ସୋସିଆଲ ମିଡିଆ ଏକ୍ସ’ ରେ ଏକ ଫଟୋ ପୋଷ୍ଟ ହୋଇଛି। ଯେଉଁଥିରେ ଯୁବତୀଙ୍କ ତଳ ଓଠର ଡାହାଣ ଅଂଶ ଗାଏବ ହୋଇଯାଇଛି। ପୀଡିତାଙ୍କ ସାଙ୍ଗ ସୋମିୟା ସଙ୍ଗମ ନାମକୁ ଯୁବତୀ ଏହି ଫଟୋଟିକୁ ଏକ୍ସରେ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ମୋର ବନ୍ଧୁ ତାଙ୍କ ଓଠକୁ ସମ୍ପୂର୍ଣ୍ଣ ଖୋଲିବାରେ ସକ୍ଷମ ହୋଇପାରୁ ନାହାନ୍ତି। ସେ ଖୁସିରେ ଖୋଲିକି ହସି ମଧ୍ୟ ପାରୁ ନାହାନ୍ତି। ଏଥିପାଇଁ ସେ ପ୍ରବଳ ଯନ୍ତ୍ରଣା ଭୋଗୁଛନ୍ତି। ଓଠକୁ ପୂର୍ବବସ୍ଥାକୁ ଫେରାଇ ଆଣିବା ପାଇଁ ଷ୍ଟେରଏଡ ନେଉଛନ୍ତି।

କହିରଖୁଛୁ କି, ଜୁବୁଲି ହିଲ୍ସସ୍ଥିତ FMS ହସ୍ପିଟାଲରେ ଏହି ଘଟଣା ଘଟିଛି। ପୀଡିତାଙ୍କ ମାଆ ଏନେଇ ଅଭିଯୋଗ କରିବାରୁ ହସ୍ପୀଟାଲର ଡାକ୍ତର ତାଙ୍କୁ ଆଶ୍ୱସ୍ତି ଦେଇଥିଲେ ଯେ, ଝିଅଙ୍କ ଓଠ ଶୀଘ୍ର ଭଲ ହୋଇଯିବ। କିନ୍ତୁ ବର୍ଷେ ବିତିଯାଇଥିଲେ ମଧ୍ୟ ଚିକିତ୍ସକଙ୍କ ଅବହେଳାର ପରିଣାମ ମହିଳାଙ୍କୁ ଭୋଗିବାକୁ ପଡୁଛି।

The post ଦାନ୍ତ ଦେଖାଇବାକୁ ଯାଇଥିଲେ ଯୁବତୀ, ଭଲ ଦେଖାଯାଉଛ କହି ଓଠକୁ କାମୁଡିଦେଲେ ଡାକ୍ତର appeared first on Dharitri Odia News.