ଆନ୍ଦୋଳନସ୍ଥଳକୁ ଯାଉଥିବା ବେଳେ ଗଛରେ ପିଟିହେଲା ପୋଲିସ ଭ୍ୟାନ୍‌, ଆଉ ତା’ ପରେ…

କେନ୍ଦୁଝର,୧୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଏକ ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେଲକୋଇରେ ଚକଧର ଜଳସେଚନ ପ୍ରକଳ୍ପ ପ୍ରତିବାଦରେ ଆରମ୍ଭ ହୋଇଥିବା ୧୨ ଘଣ୍ଟିଆ ଏନ୍‌ଏଚ୍‌ ୪୯ ଅବରୋଧ ଆନ୍ଦୋଳନ ଓ ତେଲକୋଇ ବନ୍ଦ ଆନ୍ଦୋଳନ ପାଇଁ ପୋଲିସ ଫୋର୍ସ ଧରି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ସେମାନଙ୍କୁ ଉଦ୍ଧାର […] The post ଆନ୍ଦୋଳନସ୍ଥଳକୁ ଯାଉଥିବା ବେଳେ ଗଛରେ ପିଟିହେଲା ପୋଲିସ ଭ୍ୟାନ୍‌, ଆଉ ତା’ ପରେ… appeared first on Dharitri Odia News.

ଆନ୍ଦୋଳନସ୍ଥଳକୁ ଯାଉଥିବା ବେଳେ ଗଛରେ ପିଟିହେଲା ପୋଲିସ ଭ୍ୟାନ୍‌, ଆଉ ତା’ ପରେ…

କେନ୍ଦୁଝର,୧୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଏକ ପୋଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେଲକୋଇରେ ଚକଧର ଜଳସେଚନ ପ୍ରକଳ୍ପ ପ୍ରତିବାଦରେ ଆରମ୍ଭ ହୋଇଥିବା ୧୨ ଘଣ୍ଟିଆ ଏନ୍‌ଏଚ୍‌ ୪୯ ଅବରୋଧ ଆନ୍ଦୋଳନ ଓ ତେଲକୋଇ ବନ୍ଦ ଆନ୍ଦୋଳନ ପାଇଁ ପୋଲିସ ଫୋର୍ସ ଧରି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ଆହତମାନଙ୍କୁ ମେଡିକାଲ ପଠାଯାଇଥିବା ବେଳେ ଅନ୍ୟମାନେ ଡ୍ୟୁଟିରେ ଯାଇଥିବା ଜଣାପଡ଼ିଛି।

The post ଆନ୍ଦୋଳନସ୍ଥଳକୁ ଯାଉଥିବା ବେଳେ ଗଛରେ ପିଟିହେଲା ପୋଲିସ ଭ୍ୟାନ୍‌, ଆଉ ତା’ ପରେ… appeared first on Dharitri Odia News.