ଦୁର୍ଘଟଣାରେ ମାମୁ, ୨ ଭାଣିଜୀଙ୍କ ମୃତ୍ୟୁ ଘଟଣା: ବନ୍ଧା ହେଲେ ଟ୍ୟାଙ୍କର ଚାଳକ
ଦିଗପହଣ୍ଡି,୧୨ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ଗୁରୁବାର କଟକ ଜିଲା କାନପୁର ଥାନା ବାଲିଝରି ଗ୍ରାମର ଗାଡ଼ି ଚାଳକ ସୁଶାନ୍ତ ରାଉତଙ୍କୁ କେଶ୍ ନଂ.୧୯୭/୨୫ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛି। ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ. ରାଜ୍ୟ ରାଜପଥରେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟାରେ ଟ୍ୟାଙ୍କର ଧକ୍କାରେ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗ୍ରାମର ଜି.ତ୍ରିନାଥ ରେଡ୍ଡୀ(୩୯) ଏବଂ ତାଙ୍କ ଭାଣିଜୀ ଦ୍ୱୟ ବର୍ଷା ରେଡ୍ଡୀ(୧୮), ରୁଦ୍ରିକା ରେଡ୍ଡୀ(୭)ଙ୍କ ମୃତ୍ୟୁ ଘଟିଥିଲା। ଭାଣିଜୀ ଦ୍ୱୟ […] The post ଦୁର୍ଘଟଣାରେ ମାମୁ, ୨ ଭାଣିଜୀଙ୍କ ମୃତ୍ୟୁ ଘଟଣା: ବନ୍ଧା ହେଲେ ଟ୍ୟାଙ୍କର ଚାଳକ appeared first on Dharitri Odia News.
ଦିଗପହଣ୍ଡି,୧୨ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ଗୁରୁବାର କଟକ ଜିଲା କାନପୁର ଥାନା ବାଲିଝରି ଗ୍ରାମର ଗାଡ଼ି ଚାଳକ ସୁଶାନ୍ତ ରାଉତଙ୍କୁ କେଶ୍ ନଂ.୧୯୭/୨୫ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛି।
ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ. ରାଜ୍ୟ ରାଜପଥରେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟାରେ ଟ୍ୟାଙ୍କର ଧକ୍କାରେ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗ୍ରାମର ଜି.ତ୍ରିନାଥ ରେଡ୍ଡୀ(୩୯) ଏବଂ ତାଙ୍କ ଭାଣିଜୀ ଦ୍ୱୟ ବର୍ଷା ରେଡ୍ଡୀ(୧୮), ରୁଦ୍ରିକା ରେଡ୍ଡୀ(୭)ଙ୍କ ମୃତ୍ୟୁ ଘଟିଥିଲା। ଭାଣିଜୀ ଦ୍ୱୟ ପରିବାର ଲୋକଙ୍କ ସହ ମାମୁ ଘର ଗାଁ ଦକ୍ଷିଣପୁରକୁ ଏକ ଭୋଜିକାର୍ଯ୍ୟ ପାଇଁ ଆସିଥିଲେ। ଉଭୟଙ୍କ ପାଇଁ ନୂଆ ଡ୍ରେସ କିଣି ମାମୁଁ ତ୍ରିନାଥ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।
The post ଦୁର୍ଘଟଣାରେ ମାମୁ, ୨ ଭାଣିଜୀଙ୍କ ମୃତ୍ୟୁ ଘଟଣା: ବନ୍ଧା ହେଲେ ଟ୍ୟାଙ୍କର ଚାଳକ appeared first on Dharitri Odia News.