ଦିଲ୍ଲୀରେ କେଜ୍ରିଓ୍ବାଲଙ୍କ ଡ୍ୟାମେଜ୍ କଣ୍ଟ୍ରୋଲ ନୀତି; ଗେହଲଟଙ୍କ ସ୍ଥାନରେ ଶୋକନଙ୍କୁ ସାମିଲ୍

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ପ୍ରମୁଖ ଚେହେରା କୈଳାଶ ଗେହଲଟ ଦଳ ଛାଡ଼ିବା ପରେ ଦିଲ୍ଲୀ ସରକାରଙ୍କୁ ବଡ଼ ଝଟକା ଲାଗିଛି । ନଜଫଗଢ଼ର ଦୁଇ ଥର ବିଧାୟକ ଗେହଲଟ୍ ଆପ୍ ସରକାରରେ ୭ ବର୍ଷ ଧରି ମନ୍ତ୍ରୀପଦ ସମ୍ଭାଳିଛନ୍ତି । କୈଳାଶ ଗେହଲଟ ଯିବା ପରେ ଦିଲ୍ଲୀର ପ୍ରାୟ ୨୫ଟି ବିଧାନସଭା ଆସନରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନରେ କଡ଼ା ଟକ୍କର ହେବ । ଦିଲ୍ଲୀ ଦୋଆବ୍ କ୍ଷେତ୍ରରେ ପ୍ରାୟ ଶହେରୁ ଅଧିକ ଗାଁ ଆସୁଛି । ଯେଉଁଠି ଗୁର୍ଜର ଏବଂ ଜାଟ୍ ସମୁଦାୟଙ୍କ ଦବଦବା ଅଧିକ ରହିଛି । ବିଧାନସଭା ନିର୍ବାଚନରେ ବଡ଼ କ୍ଷତିକୁ ଏଡ଼ାଇବାକୁ ଆମ୍ ଆଦମୀ ପାର୍ଟି ବଡ଼ ଚାଲ୍ ଖେଳିଛି । ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ ରଘୁବିନ୍ଦର ଶୋକିନଙ୍କୁ ଆତିଶିଙ୍କ କ୍ୟାବିନେଟରେ ସାମିଲ୍ କରାଯାଇଛି । ଜାଟ୍ ସମୁଦାୟର ଶୋକିନ୍ ନଙ୍ଗଲୋଈରୁ ଦୁଇ ଥର ବିଧାୟକ ହୋଇଛନ୍ତି । ଏହାଛଡ଼ା ସୋମବାର କଂଗ୍ରେସ ନେତା ଏବଂ ମଟିୟାଲା ବିଧାୟକ ସୁମେଶ ଶୋକିନ୍ ଆପ୍ ପାର୍ଟି ସଂଯୋଜକ କେଜ୍ରିଓ୍ବାଲଙ୍କ ଉପସ୍ଥିତିରେ ସାମିଲ୍ ହୋଇଛନ୍ତି । ଗୋଟିଏ ବାଣରେ ତିନି ଟାର୍ଗେଟ୍:କୈଳାଶ ଗେହଲଟ ଇସ୍ତଫା ଦେବା ପରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ରଘୁବିନ୍ଦର ଶୋକିନଙ୍କୁ କ୍ୟାବିନେଟରେ ସାମିଲ୍ କରିଛନ୍ତି । ଏହା ସହିତ ସେ ଗୋଟିଏ ତୀରରେ ତିନୋଟି ଜାଗାକୁ ଟାର୍ଗେଟ୍ କରିଛନ୍ତି । ପ୍ରଥମେ ଦିଲ୍ଲୀ ଦୋଆବ୍ କ୍ଷେତ୍ରରେ ଜଣେ ଜାଟ୍ ସମୁଦାୟ ନେତାଙ୍କୁ କ୍ୟାବିନେଟରେ ସ୍ଥାନ ଦେବା । ଯ

ଦିଲ୍ଲୀରେ କେଜ୍ରିଓ୍ବାଲଙ୍କ ଡ୍ୟାମେଜ୍ କଣ୍ଟ୍ରୋଲ ନୀତି; ଗେହଲଟଙ୍କ ସ୍ଥାନରେ ଶୋକନଙ୍କୁ ସାମିଲ୍

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ପ୍ରମୁଖ ଚେହେରା କୈଳାଶ ଗେହଲଟ ଦଳ ଛାଡ଼ିବା ପରେ ଦିଲ୍ଲୀ ସରକାରଙ୍କୁ ବଡ଼ ଝଟକା ଲାଗିଛି । ନଜଫଗଢ଼ର ଦୁଇ ଥର ବିଧାୟକ ଗେହଲଟ୍ ଆପ୍ ସରକାରରେ ୭ ବର୍ଷ ଧରି ମନ୍ତ୍ରୀପଦ ସମ୍ଭାଳିଛନ୍ତି । କୈଳାଶ ଗେହଲଟ ଯିବା ପରେ ଦିଲ୍ଲୀର ପ୍ରାୟ ୨୫ଟି ବିଧାନସଭା ଆସନରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନରେ କଡ଼ା ଟକ୍କର ହେବ । ଦିଲ୍ଲୀ ଦୋଆବ୍ କ୍ଷେତ୍ରରେ ପ୍ରାୟ ଶହେରୁ ଅଧିକ ଗାଁ ଆସୁଛି । ଯେଉଁଠି ଗୁର୍ଜର ଏବଂ ଜାଟ୍ ସମୁଦାୟଙ୍କ ଦବଦବା ଅଧିକ ରହିଛି । ବିଧାନସଭା ନିର୍ବାଚନରେ ବଡ଼ କ୍ଷତିକୁ ଏଡ଼ାଇବାକୁ ଆମ୍ ଆଦମୀ ପାର୍ଟି ବଡ଼ ଚାଲ୍ ଖେଳିଛି । ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ ରଘୁବିନ୍ଦର ଶୋକିନଙ୍କୁ ଆତିଶିଙ୍କ କ୍ୟାବିନେଟରେ ସାମିଲ୍ କରାଯାଇଛି । ଜାଟ୍ ସମୁଦାୟର ଶୋକିନ୍ ନଙ୍ଗଲୋଈରୁ ଦୁଇ ଥର ବିଧାୟକ ହୋଇଛନ୍ତି । ଏହାଛଡ଼ା ସୋମବାର କଂଗ୍ରେସ ନେତା ଏବଂ ମଟିୟାଲା ବିଧାୟକ ସୁମେଶ ଶୋକିନ୍ ଆପ୍ ପାର୍ଟି ସଂଯୋଜକ କେଜ୍ରିଓ୍ବାଲଙ୍କ ଉପସ୍ଥିତିରେ ସାମିଲ୍ ହୋଇଛନ୍ତି । 

ଗୋଟିଏ ବାଣରେ ତିନି ଟାର୍ଗେଟ୍:

କୈଳାଶ ଗେହଲଟ ଇସ୍ତଫା ଦେବା ପରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ରଘୁବିନ୍ଦର ଶୋକିନଙ୍କୁ କ୍ୟାବିନେଟରେ ସାମିଲ୍ କରିଛନ୍ତି । ଏହା ସହିତ ସେ ଗୋଟିଏ ତୀରରେ ତିନୋଟି ଜାଗାକୁ ଟାର୍ଗେଟ୍ କରିଛନ୍ତି । ପ୍ରଥମେ ଦିଲ୍ଲୀ ଦୋଆବ୍ କ୍ଷେତ୍ରରେ ଜଣେ ଜାଟ୍ ସମୁଦାୟ ନେତାଙ୍କୁ କ୍ୟାବିନେଟରେ ସ୍ଥାନ ଦେବା । ଯାହା ଗେହଲଟଙ୍କ ଯିବା ପରେ ଖାଲିପଡ଼ିଥିଲା । ଦ୍ବିତୀୟରେ ପାର୍ଟି ଛାଡ଼ି ଯାଉଥିବା ନେତାଙ୍କୁ କଡ଼ା ସନ୍ଦେଶ ଦେଇଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଏହାଛଡ଼ା ଆସନ୍ତା ବର୍ଷ ଫେବ୍ରୁଆରୀରେ ବିଧାନସଭା ନିର୍ବାଚନ ରହିଥିଲେ ମଧ୍ୟ ଭୋଟ୍ ବେଳେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ।