ବଢ଼ିଲା ମାଗଣାରେ ଅଧାର ଅପଡେଟ୍ କରିବା ତାରିଖ: ଘରେ ବସି ଏମିତି କରନ୍ତୁ ସଂଶୋଧନ

ନୂଆଦିଲ୍ଲୀ: ୟୁନିକ୍ ଆଇଡିଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଶନିବାର ଏକ ବଡ଼ ଘୋଷଣା କରିଛି। ମାଗଣାରେ ଆଧାର ଅପଡେଟ୍ କରିବା ସମୟ ସୀମା ବୃଦ୍ଧି କରିଛି ୟୁଆଇଡିଏଆଇ। ପୂର୍ବରୁ ମାଗଣା ଆଧାର ଅପଡେଟ୍ର ଶେଷ ତାରିଖ ୧୪ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଥିଲା। ଏବେ ଏହାକୁ ୧୪ ଜୁନ୍ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯଦି ଆପଣ ଆପଣଙ୍କ ଆଧାରକାର୍ଡରେ ଥିବା ତ୍ରୁଟି ସଂଶୋଧନ କିମ୍ବା ଫଟୋ ଆଦି ବଦଳାଇବାକୁ ଚାହୁଁଛନ୍ତି ତେବେ ଆସନ୍ତା ବର୍ଷ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ମାଗଣାରେ କରିପାରିବେ। ଏଥିପାଇଁ କୌଣସି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।ମାଗଣାରେ ଅଧାର ଅପଡେଟ୍ କରିବା ତାରିଖକୁ ବାରମ୍ବାର ବାରମ୍ବାର ବୃଦ୍ଧି କରାଯାଉଛି। ଏହା ପୂର୍ବରୁ ୧୪ ଜୁନ୍ ୨୦୨୪ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। ତା’ପରେ ଏହା ଡିସେମ୍ବର ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ପରେ ଆଜି ଏହି ତାରିଖକୁ ପୁଣି ବଢ଼ାଇ ଦିଆଯାଇଛି। ଏହାଦ୍ୱାରା ଭାରତର କୋଟି କୋଟି ନାଗରିକ ମାଗଣାରେ ଆଧାରକାର୍ଡ ସଂଶୋଧନ କରିପାରୁଛନ୍ତି।  ଯଦି ଆପଣ ବି ଆପଣଙ୍କ ଆଧାରକାର୍ଡ ସଂଶୋଧନ କରିବାକୁ ଚାହୁଁଛନ୍ତି ତେବେ ନିମ୍ନଲିଖିତ ରାସ୍ତା ଅନୁସରଣ କରନ୍ତୁ। କେମିତି କରିବେ ଅନ୍‌ଲାଇନ ଆଧାର ଅପଡେଟ୍?୧) ୟୁଆଇଡିଏଆଇର ଅଫିସିଆଲ୍ ୱେବସାଇଟ୍, myaadhaar.uidai.gov.in କୁ ଯାଇ ଏହାର ଡାହାଣ ପଟରେ ଥିବା ଲଗ୍ ଇନ ଉପରେ କ୍ଲିକ୍ କରନ୍ତୁ।୨) ଏହାପରେ ଆଧାର ନମ୍ବର, 

ବଢ଼ିଲା ମାଗଣାରେ ଅଧାର ଅପଡେଟ୍ କରିବା ତାରିଖ: ଘରେ ବସି ଏମିତି କରନ୍ତୁ ସଂଶୋଧନ

ନୂଆଦିଲ୍ଲୀ: ୟୁନିକ୍ ଆଇଡିଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଶନିବାର ଏକ ବଡ଼ ଘୋଷଣା କରିଛି। ମାଗଣାରେ ଆଧାର ଅପଡେଟ୍ କରିବା ସମୟ ସୀମା ବୃଦ୍ଧି କରିଛି ୟୁଆଇଡିଏଆଇ। ପୂର୍ବରୁ ମାଗଣା ଆଧାର ଅପଡେଟ୍ର ଶେଷ ତାରିଖ ୧୪ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଥିଲା। ଏବେ ଏହାକୁ ୧୪ ଜୁନ୍ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। 

ଯଦି ଆପଣ ଆପଣଙ୍କ ଆଧାରକାର୍ଡରେ ଥିବା ତ୍ରୁଟି ସଂଶୋଧନ କିମ୍ବା ଫଟୋ ଆଦି ବଦଳାଇବାକୁ ଚାହୁଁଛନ୍ତି ତେବେ ଆସନ୍ତା ବର୍ଷ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ମାଗଣାରେ କରିପାରିବେ। ଏଥିପାଇଁ କୌଣସି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ।

ମାଗଣାରେ ଅଧାର ଅପଡେଟ୍ କରିବା ତାରିଖକୁ ବାରମ୍ବାର ବାରମ୍ବାର ବୃଦ୍ଧି କରାଯାଉଛି। ଏହା ପୂର୍ବରୁ ୧୪ ଜୁନ୍ ୨୦୨୪ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। ତା’ପରେ ଏହା ଡିସେମ୍ବର ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ପରେ ଆଜି ଏହି ତାରିଖକୁ ପୁଣି ବଢ଼ାଇ ଦିଆଯାଇଛି। ଏହାଦ୍ୱାରା ଭାରତର କୋଟି କୋଟି ନାଗରିକ ମାଗଣାରେ ଆଧାରକାର୍ଡ ସଂଶୋଧନ କରିପାରୁଛନ୍ତି।  ଯଦି ଆପଣ ବି ଆପଣଙ୍କ ଆଧାରକାର୍ଡ ସଂଶୋଧନ କରିବାକୁ ଚାହୁଁଛନ୍ତି ତେବେ ନିମ୍ନଲିଖିତ ରାସ୍ତା ଅନୁସରଣ କରନ୍ତୁ। 

କେମିତି କରିବେ ଅନ୍‌ଲାଇନ ଆଧାର ଅପଡେଟ୍?

୧) ୟୁଆଇଡିଏଆଇର ଅଫିସିଆଲ୍ ୱେବସାଇଟ୍, myaadhaar.uidai.gov.in କୁ ଯାଇ ଏହାର ଡାହାଣ ପଟରେ ଥିବା ଲଗ୍ ଇନ ଉପରେ କ୍ଲିକ୍ କରନ୍ତୁ।
୨) ଏହାପରେ ଆଧାର ନମ୍ବର, କ୍ୟାପଚା ଏବଂ OTP ବ୍ୟବହାର କରି ଲଗ୍ ଇନ୍ କରନ୍ତୁ।
୩) ବର୍ତ୍ତମାନ ଡକ୍ୟୁମେଣ୍ଟ୍ ଅପଡେଟ୍ ବିଭାଗକୁ ଯାଆନ୍ତୁ ଏବଂ ପ୍ରଦତ୍ତ ବିବରଣୀଗୁଡିକ ଯାଞ୍ଚ କରନ୍ତୁ। 
୪) ଡ୍ରପ୍ ଡାଉନ୍ ତାଲିକାରୁ ଉପଯୁକ୍ତ ଡକ୍ୟୁମେଣ୍ଟ୍ ପ୍ରକାର ଚୟନ କରନ୍ତୁ ଏବଂ ବୈଧତା ପାଇଁ ମୂଳ ଡକ୍ୟୁମେଣ୍ଟଗୁଡିକର ସ୍କାନ୍ ହୋଇଥିବା କପି ଅପଲୋଡ୍ କରନ୍ତୁ।
୫) ସର୍ଭିସ୍ ରିକୁଏଷ୍ଟ ନମ୍ବରକୁ ନୋଟ୍ କରିବାକୁ ଭୁଲନ୍ତୁ ନାହିଁ। ଏହା ଆପଣଙ୍କର ଆଧାର ଅପଡେଟ୍ ଅନୁରୋଧ ପ୍ରକ୍ରିୟାକରଣ ପାଇଁ ପଦକ୍ଷେପଗୁଡ଼ିକୁ ଟ୍ରାକ୍ କରିବାରେ ସାହାଯ୍ୟ କରିବ।