ମାଲିକ-କୁକୁର ଅନାବିଳ ପ୍ରେମ,ବରଫ ଉପରେ ଫେରିବା ବାଟକୁ ଚାହିଁ ବସିଛି ବେଲ୍‌କା

ନୂଆଦିଲ୍ଲୀ ୪/୧୨: କହନ୍ତି ଦୁନିଆରେ କୁକୁର ସବୁଠାରୁ ବିଶ୍ବସ୍ତ । ଏକଥା ସମସ୍ତେ ଜାଣିଥିବେ ଅଳ୍ପ ବହୁତେ ନିଭାଇଥିବେ । କୁକୁର ଓ ମଣିଷର ଫ୍ରେଣ୍ଡସିପକୁ ନେଇ ଅନେକ ଷ୍ଟୋରୀ ରହିଛି । ଏହି ବିଷୟବସ୍ତୁ ଆଧାରରେ ଅନେକ ଫିଲ୍ମ ମଧ୍ୟ ତିଆରି ହୋଇଛି । ହେଲେ ଆମେ କହୁଥିବା ଏ ସତ ଘଟଣା ଟିକେ ନିଆରା । ମାଲିକର ମୃତ୍ୟୁ ପରେ ବି ବରଫ ଉପରେ ବସି ଫେରିବା ବାଟକୁ କେମିତି ଚାହିଁଛି ପୋଷା କୁକୁର ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଏ ଖବର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ନ୍ୟୁଜ ।   ଥଣ୍ଡାକୁ ଖାତିର ନାହିଁ । ବରଫ ଉପରେ ସେମିତି ଅନେଇ ବସିଛି । ମୋ ମାଲିକ ଆସିବ । ଆମେ ଦୁହେଁ ମିଶି ଘରକୁ ଫେରିବୁ । ୟେ ହେଉଛି ରୁଷର ଏକ ପୋଷା କୁକୁର । ନାଁ ତାର  ବେଲ୍‌କା । ବିଚରା ବେଲ୍‌କା ଜାଣିନି ସେ ଯାହା ବାଟକୁ ଅପେକ୍ଷା କରି ବସିଛି ସେ ଆଉ କେବେ ଫେରିବେନି । କାରଣ ଅଫେରା ରାଇଜରୁ କଣ କିଏ ଫେରିପାରିବ । ବେଲ୍‌କା ଆଉ ତା ମାଲିକ ପରସ୍ପରକୁ ବହୁତ ଭଲ ପାଉଥିଲେ । ସବୁବେଳେ ମାଲିକର ଛାଇ ହୋଇ ସୁରକ୍ଷା ଦେଉଥିଲା ବେଲ୍‌କା । ଉଭୟ ସବୁଆଡେ ଏକାଠି ଯାଉଥିଲେ । ହେଲେ ହଠାତ ଘଟିଲା ଅଘଟଣ । କିଛି ଦିନ ତଳେ ମାଲିକ ବରଫ ପାଲଟିଥିବା ଉଫା ନଦୀକୂଳରେ ସାଇକେଲ ଚଲାଉଥିଲେ । ହଠାତ ବରଫ ଖଣ୍ଡ ଭାଙ୍ଗିଗଲା ଆଉ ସେ ଥଣ୍ଡା ପାଣିରେ ପଡିଗଲେ । ପାଣିର ପ୍ରଖର ସ୍ରୋତରେ ସେ ଭାସିଯାଇଥିଲେ । ଉଦ୍ଧାର କାରୀ ଟିମ୍‌ ବହୁ ଖୋଜାଖୋଜି ପରେ ମାଲିକଙ୍କ ମୃତଦେହ

ମାଲିକ-କୁକୁର ଅନାବିଳ ପ୍ରେମ,ବରଫ ଉପରେ ଫେରିବା ବାଟକୁ ଚାହିଁ ବସିଛି ବେଲ୍‌କା

ନୂଆଦିଲ୍ଲୀ ୪/୧୨: କହନ୍ତି ଦୁନିଆରେ କୁକୁର ସବୁଠାରୁ ବିଶ୍ବସ୍ତ । ଏକଥା ସମସ୍ତେ ଜାଣିଥିବେ ଅଳ୍ପ ବହୁତେ ନିଭାଇଥିବେ । କୁକୁର ଓ ମଣିଷର ଫ୍ରେଣ୍ଡସିପକୁ ନେଇ ଅନେକ ଷ୍ଟୋରୀ ରହିଛି । ଏହି ବିଷୟବସ୍ତୁ ଆଧାରରେ ଅନେକ ଫିଲ୍ମ ମଧ୍ୟ ତିଆରି ହୋଇଛି । ହେଲେ ଆମେ କହୁଥିବା ଏ ସତ ଘଟଣା ଟିକେ ନିଆରା । ମାଲିକର ମୃତ୍ୟୁ ପରେ ବି ବରଫ ଉପରେ ବସି ଫେରିବା ବାଟକୁ କେମିତି ଚାହିଁଛି ପୋଷା କୁକୁର ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଏ ଖବର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ନ୍ୟୁଜ ।   

ଥଣ୍ଡାକୁ ଖାତିର ନାହିଁ । ବରଫ ଉପରେ ସେମିତି ଅନେଇ ବସିଛି । ମୋ ମାଲିକ ଆସିବ । ଆମେ ଦୁହେଁ ମିଶି ଘରକୁ ଫେରିବୁ । ୟେ ହେଉଛି ରୁଷର ଏକ ପୋଷା କୁକୁର । ନାଁ ତାର  ବେଲ୍‌କା । ବିଚରା ବେଲ୍‌କା ଜାଣିନି ସେ ଯାହା ବାଟକୁ ଅପେକ୍ଷା କରି ବସିଛି ସେ ଆଉ କେବେ ଫେରିବେନି । କାରଣ ଅଫେରା ରାଇଜରୁ କଣ କିଏ ଫେରିପାରିବ । ବେଲ୍‌କା ଆଉ ତା ମାଲିକ ପରସ୍ପରକୁ ବହୁତ ଭଲ ପାଉଥିଲେ । ସବୁବେଳେ ମାଲିକର ଛାଇ ହୋଇ ସୁରକ୍ଷା ଦେଉଥିଲା ବେଲ୍‌କା । ଉଭୟ ସବୁଆଡେ ଏକାଠି ଯାଉଥିଲେ । ହେଲେ ହଠାତ ଘଟିଲା ଅଘଟଣ । 


କିଛି ଦିନ ତଳେ ମାଲିକ ବରଫ ପାଲଟିଥିବା ଉଫା ନଦୀକୂଳରେ ସାଇକେଲ ଚଲାଉଥିଲେ । ହଠାତ ବରଫ ଖଣ୍ଡ ଭାଙ୍ଗିଗଲା ଆଉ ସେ ଥଣ୍ଡା ପାଣିରେ ପଡିଗଲେ । ପାଣିର ପ୍ରଖର ସ୍ରୋତରେ ସେ ଭାସିଯାଇଥିଲେ । ଉଦ୍ଧାର କାରୀ ଟିମ୍‌ ବହୁ ଖୋଜାଖୋଜି ପରେ ମାଲିକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସେହି ସମୟରେ ମାଲିକକୁ ଖୋଜି ଖୋଜି ନଦୀ କୂଳରେ ପହଞ୍ଚିଯାଇଥିଲା ବେଲ୍‌କା । ହେଲେ ସେ ବୁଝିନଥିଲା ତା ମାଲିକ ଆଉ କେବେ ତା ପାଖକୁ ଫେରି ଆସି ତାକୁ କୋଳେଇ ନେବେନି । ୪ଦିନ ଧରି ବରଫ ନଦୀ କୂଳରେ ବସିରହିଲା ବେଲ୍‌କା ହେଲେ ମାଲିକ ଫେରିନଥିଲେ । ପରିବାର ଲୋକେ ବେଲ୍‌କାକୁ ଖୋଜି ଖୋଜି ନଦୀ କୂଳକୁ ଆସି ପହଞ୍ଚିଥିଲେ । ଆଉ ତାକୁ ନେଇ ଘରକୁ ଫେରିଥିଲେ । ହେଲେ ଘରେ ବେଲ୍‌କା ର ମନ ବୁଝିନଥିଲା ।

ମାଲିକକୁ ନ ପାଇ ପୁଣି ନଦୀ କୂଳକୁ ଧାଇଁ ଆସିଲା ବେଲ୍‌କା । ଏବେବି ସେ ଭାବୁଛି ତା ମାଲିକ ଫେରିଆସିବେ ଓ ଦୁହେଁ ମିଶିକି ପୁଣି ଘରକୁ ଯିବେ । ବେଲ୍‌କାର ଏହି ବିଶ୍ବସନୀୟତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ବେଲ୍‌କାର ଏହି କାହାଣୀ ଅନେକ ବିଶ୍ବସ୍ତ କୁକୁରଙ୍କ କଥା ମନେ ପକାଇଦେଉଛି । ୨୦୨୦ରେ ଚାଇନାର ଉହାନରେ ଜିଆଓ-ବାଓ ନାମକ ୭ ବର୍ଷର କୁକୁର ପୁରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲା । କରୋନାରେ ମାଲିକର ମୃତ୍ୟୁ ପରେ ସେ ଉହାନ ଟାଇକଙ୍ଗ ହସ୍‌ପିଟାଲରେ ୩ ମାସରୁ ଅଧିକ ସମୟ ଅପେକ୍ଷା କରିଥିଲା ।