ନେପାଳ ବସ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି; ଏବେବି ୨ ନିଖୋଜ, ଚାଲିଛି ରେସକ୍ୟୁ
ନୂଆଦିଲ୍ଲୀ: ନେପାଳ ଭୟଙ୍କର ବସ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨୪ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୮ ବର୍ଷୀୟା ଶିଶୁ ଥିବା ସୂଚନା ରହିଛି । ଏବେବି ୨ଜଣ ପର୍ଯ୍ୟଟକ ନିଖୋଜ ରହିଛନ୍ତି । ସ୍ଥାନୀୟ ପ୍ରଶାସନ ଏବଂ ରେସକ୍ୟୁ ଟିମ୍ ୧୬ ଯାତ୍ରୀଙ୍କୁ ଉଦ୍ଧାର କରି ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ସାଢ଼େ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଉତ୍ତର ପ୍ରଦେଶର ଗୋରଖପୁରରୁ ନେପାଳ ଯାଉଥିବା ତୀର୍ଥଯାତ୍ରୀ ବସ୍ ତନୁହନୁ ଜିଲ୍ଲାର ଆଇନା ପାହାଡ଼ରେ ନିକଟରେ ୧୫୦ମିଟର ତଳକୁ ଖସି ମାର୍ସଙ୍ଗଡି ନଦୀରେ ଭାସିଯାଇଥିଲା । ବସରେ ୪୩ଜଣ ପର୍ଯ୍ୟଟକ ଯାତ୍ରା କରୁଥିଲେ । ଏହି ବସ୍ ପୋଖରାର ମାଜେରି ରିସର୍ଟରେ ରହୁଥିବା ଭାରତୀୟ ଯାତ୍ରୀଙ୍କୁ ନେଇ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିଲା । ନେପାଳରେ ସ୍ଥିତ ଭାରତୀୟ ଦୂତାବାସର ରିପୋର୍ଟ ମୁତାବକ, ଏହି ଭୟଙ୍କର ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୪ ପ୍ରାଣ ହରାଇଛନ୍ତି । ୧୬ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨ ଯାତ୍ରୀ ଏବେବି ନିଖୋଜ ରହିଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଉତ୍ତର ପ୍ରଦେଶର ବିପର୍ଯ୍ୟୟ ପ୍ରଶମନ ବିଭାଗର ସୂଚନା ଅନୁଯାୟୀ, ୪୩ଜଣ ପର୍ଯ୍ୟଟକଙ୍କୁ ନେଇ ବସ୍ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିଲା । ଏମାନଙ୍କ ମଧ୍ୟରେ
ନୂଆଦିଲ୍ଲୀ: ନେପାଳ ଭୟଙ୍କର ବସ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨୪ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୮ ବର୍ଷୀୟା ଶିଶୁ ଥିବା ସୂଚନା ରହିଛି । ଏବେବି ୨ଜଣ ପର୍ଯ୍ୟଟକ ନିଖୋଜ ରହିଛନ୍ତି । ସ୍ଥାନୀୟ ପ୍ରଶାସନ ଏବଂ ରେସକ୍ୟୁ ଟିମ୍ ୧୬ ଯାତ୍ରୀଙ୍କୁ ଉଦ୍ଧାର କରି ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ସାଢ଼େ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଉତ୍ତର ପ୍ରଦେଶର ଗୋରଖପୁରରୁ ନେପାଳ ଯାଉଥିବା ତୀର୍ଥଯାତ୍ରୀ ବସ୍ ତନୁହନୁ ଜିଲ୍ଲାର ଆଇନା ପାହାଡ଼ରେ ନିକଟରେ ୧୫୦ମିଟର ତଳକୁ ଖସି ମାର୍ସଙ୍ଗଡି ନଦୀରେ ଭାସିଯାଇଥିଲା । ବସରେ ୪୩ଜଣ ପର୍ଯ୍ୟଟକ ଯାତ୍ରା କରୁଥିଲେ । ଏହି ବସ୍ ପୋଖରାର ମାଜେରି ରିସର୍ଟରେ ରହୁଥିବା ଭାରତୀୟ ଯାତ୍ରୀଙ୍କୁ ନେଇ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିଲା ।
ନେପାଳରେ ସ୍ଥିତ ଭାରତୀୟ ଦୂତାବାସର ରିପୋର୍ଟ ମୁତାବକ, ଏହି ଭୟଙ୍କର ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୪ ପ୍ରାଣ ହରାଇଛନ୍ତି । ୧୬ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୨ ଯାତ୍ରୀ ଏବେବି ନିଖୋଜ ରହିଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଉତ୍ତର ପ୍ରଦେଶର ବିପର୍ଯ୍ୟୟ ପ୍ରଶମନ ବିଭାଗର ସୂଚନା ଅନୁଯାୟୀ, ୪୩ଜଣ ପର୍ଯ୍ୟଟକଙ୍କୁ ନେଇ ବସ୍ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିଲା । ଏମାନଙ୍କ ମଧ୍ୟରେ ୧୭ଜଣ ମହିଳା ଏବଂ ୨୬ଜଣ ପୁରୁଷ ରହିଥିଲେ । ରେସକ୍ୟୁ ଟିମ୍ ମୃତ ଓ ଜୀବିତଙ୍କୁ ମାଶାଇ ମୋଟ୍ ୪୧ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଛି ।