ବାରହା ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା, ଖାଇଦେଲା ହାତୀ

ଭୁବନେଶ୍ୱର,୧୩।୨: ଭୁବନେଶ୍ୱର ସ୍ଥିତ ଭରତପୁର ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ ଘଟିଛି। ସୋମବାର ମଧ୍ୟରାତ୍ରରେ ଦନ୍ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ବାରହା ଶିକାର ପାଇଁ ଶିକାରୀ ଖଞ୍ଜିଥିବା ବୋମା ଖାଇ ହାତୀଟିର ଅବସ୍ଥା ଗୁରୁତର ଥିଲା। ଭରତପୁର ଜଙ୍ଗଲରୁ ଅସୁସ୍ଥ ଦନ୍ତା ହାତୀଟିକୁ ଠାବ କରାଯାଇଥିଲା। ଅସୁସ୍ଥ ହାତୀଟିକୁ ଓୟୁଏଟି ଓ ନନ୍ଦନକାନନ ପ୍ରାଣୀ ଚିକିତ୍ସକ ଚିକିତ୍ସା କରୁଥିଲେ। ବିସ୍ଫୋରଣରେ ହାତୀଟିର ଜିଭ ଛିଡ଼ିଯିବା ସହ ମାଢ଼ି ହାଡ଼ ଫାଟି ନଷ୍ଟ ହୋଇଯାଇଥିଲା। ତେବେ ହାତୀଟି […] The post ବାରହା ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା, ଖାଇଦେଲା ହାତୀ appeared first on Dharitri Odia News.

ବାରହା ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା, ଖାଇଦେଲା ହାତୀ

ଭୁବନେଶ୍ୱର,୧୩।୨: ଭୁବନେଶ୍ୱର ସ୍ଥିତ ଭରତପୁର ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ ଘଟିଛି। ସୋମବାର ମଧ୍ୟରାତ୍ରରେ ଦନ୍ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ବାରହା ଶିକାର ପାଇଁ ଶିକାରୀ ଖଞ୍ଜିଥିବା ବୋମା ଖାଇ ହାତୀଟିର ଅବସ୍ଥା ଗୁରୁତର ଥିଲା। ଭରତପୁର ଜଙ୍ଗଲରୁ ଅସୁସ୍ଥ ଦନ୍ତା ହାତୀଟିକୁ ଠାବ କରାଯାଇଥିଲା।

ଅସୁସ୍ଥ ହାତୀଟିକୁ ଓୟୁଏଟି ଓ ନନ୍ଦନକାନନ ପ୍ରାଣୀ ଚିକିତ୍ସକ ଚିକିତ୍ସା କରୁଥିଲେ। ବିସ୍ଫୋରଣରେ ହାତୀଟିର ଜିଭ ଛିଡ଼ିଯିବା ସହ ମାଢ଼ି ହାଡ଼ ଫାଟି ନଷ୍ଟ ହୋଇଯାଇଥିଲା। ତେବେ ହାତୀଟି ଖୋର୍ଦ୍ଧା ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି।

The post ବାରହା ଶିକାର ପାଇଁ ଖଞ୍ଜା ଯାଇଥିଲା ବୋମା, ଖାଇଦେଲା ହାତୀ appeared first on Dharitri Odia News.