ମାମୁଁଘରକୁ ବୁଲି ଆସିଥିଲେ, ନାବାଳିକାଙ୍କୁ ଅପହରଣ କରିନେଲେ; ଅଭିଯୁକ୍ତଙ୍କୁ ଖୋଜୁଛି ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୬।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ମାମୁ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଭାରପ୍ରାପ୍ତ ଥାନା ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୭୫/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ତଦନ୍ତକାରୀ ଅଧିକାରୀ ମନୋଜ ସିଂ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରିଥିଲେ ମଧ୍ୟ ଅପହୃତା ନାବାଳିକା କିମ୍ବା […] The post ମାମୁଁଘରକୁ ବୁଲି ଆସିଥିଲେ, ନାବାଳିକାଙ୍କୁ ଅପହରଣ କରିନେଲେ; ଅଭିଯୁକ୍ତଙ୍କୁ ଖୋଜୁଛି ଦିଗପହଣ୍ଡି ପୋଲିସ appeared first on Dharitri Odia News.

ମାମୁଁଘରକୁ ବୁଲି ଆସିଥିଲେ, ନାବାଳିକାଙ୍କୁ ଅପହରଣ କରିନେଲେ; ଅଭିଯୁକ୍ତଙ୍କୁ ଖୋଜୁଛି ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୬।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ମାମୁ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଭାରପ୍ରାପ୍ତ ଥାନା ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୭୫/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ତଦନ୍ତକାରୀ ଅଧିକାରୀ ମନୋଜ ସିଂ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରିଥିଲେ ମଧ୍ୟ ଅପହୃତା ନାବାଳିକା କିମ୍ବା ଅଭିଯୁକ୍ତ ଙ୍କ ସନ୍ଧାନ ମିଳିପାରିନାହିଁ।
ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁ ର ନାବାଳିକା ଜଣକ ଗତ ପ୍ରାୟ ୧୦ ଦିନ ପୂର୍ବେ ଦିଗପହଣ୍ଡି ବ୍ଲକ ଅଧିନ ତାଙ୍କ ମାମୁ ଘର ଗାଁକୁ ବୁଲି ଆସିଥିଲେ। ଗତ ସୋମବାର ରାତି ପ୍ରାୟ ସାଢ଼େ ୧୧ ଟାରେ ନାବାଳିକାଙ୍କ ମାମୁଙ୍କ ଫୋନକୁ ଅନ୍ୟ ଏକ ଅଜଣା ନଂରୁ ଫୋନ ଆସିଥିଲା। ସେ ଫୋନ ଉଠାଇ ନ ଥିଲେ। ବୁଧବାର ମଧ୍ୟାହ୍ନରୁ ସେ ଘରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଖୁବ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି।

The post ମାମୁଁଘରକୁ ବୁଲି ଆସିଥିଲେ, ନାବାଳିକାଙ୍କୁ ଅପହରଣ କରିନେଲେ; ଅଭିଯୁକ୍ତଙ୍କୁ ଖୋଜୁଛି ଦିଗପହଣ୍ଡି ପୋଲିସ appeared first on Dharitri Odia News.