OASଙ୍କୁ ବାହା ହେଲେ ମାହାଙ୍ଗା ବିଧାୟକ

ଭୁବନେଶ୍ୱର,୨ା୩ : ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବାରିମୂଳ ଗାଁର ସିପ୍ରା ପ୍ରିୟଦର୍ଶିନୀ(ମାମୁନି)ଙ୍କ ସହ ସାରଦାଙ୍କର ହାତଗଣ୍ଠି ପଡ଼ିଛି। ଉଭୟଙ୍କ ବାହାଘର ରାଜସ୍ଥାନ ଉଦୟପୁରରେ ଏକ ରାଜକୀୟ ଶୈଳୀରେ ହୋଇଛି। ସେଥିପାଇଁ ଉଭୟ ବରକନ୍ୟା ତରଫରୁ ପ୍ରାୟ ୫୦ ଜଣ ଉଦୟପୁରରେ ପହଞ୍ଚିଥିଲେ। ସିପ୍ରା ପ୍ରିୟଦର୍ଶିନୀ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଜଅଁରା ବାରିମୂଳ ଗାଁର ରମେଶ ବଳଙ୍କ ଜ୍ୟେଷ୍ଠ କନ୍ୟା। ରେଭେନ୍ସା […] The post OASଙ୍କୁ ବାହା ହେଲେ ମାହାଙ୍ଗା ବିଧାୟକ appeared first on Dharitri Odia News.

OASଙ୍କୁ ବାହା ହେଲେ ମାହାଙ୍ଗା ବିଧାୟକ

ଭୁବନେଶ୍ୱର,୨ା୩ : ରବିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବାରିମୂଳ ଗାଁର ସିପ୍ରା ପ୍ରିୟଦର୍ଶିନୀ(ମାମୁନି)ଙ୍କ ସହ ସାରଦାଙ୍କର ହାତଗଣ୍ଠି ପଡ଼ିଛି। ଉଭୟଙ୍କ ବାହାଘର ରାଜସ୍ଥାନ ଉଦୟପୁରରେ ଏକ ରାଜକୀୟ ଶୈଳୀରେ ହୋଇଛି। ସେଥିପାଇଁ ଉଭୟ ବରକନ୍ୟା ତରଫରୁ ପ୍ରାୟ ୫୦ ଜଣ ଉଦୟପୁରରେ ପହଞ୍ଚିଥିଲେ।

ସିପ୍ରା ପ୍ରିୟଦର୍ଶିନୀ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଜଅଁରା ବାରିମୂଳ ଗାଁର ରମେଶ ବଳଙ୍କ ଜ୍ୟେଷ୍ଠ କନ୍ୟା। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ନିଶ୍ଚିନ୍ତକୋଇଲି ବ୍ଲକରେ ସାମାଜିକ ସମ୍ପ୍ରସାରଣ ଅଧିକାରିଣୀ ଭାବେ କାର୍ଯ୍ୟ କରୁଥିଲେ। ପରେ ୨୦୨୩ ଓଡ଼ିଶା ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇ ଏବେ ତାଲିମ ନେଉଛନ୍ତି । ସାରଦା(୪୮) ଆଉ ବିବାହ କରିବେ ନାହିଁ ବୋଲି ମାହାଙ୍ଗାରେ ଆଲୋଚନା ହେଉଥିଲା। ହେଲେ ଆଜି ୨୭ବର୍ଷୀୟା ଓଏଏସ୍‌ ସିପ୍ରାଙ୍କ ହାତ ଧରିଛନ୍ତି।

The post OASଙ୍କୁ ବାହା ହେଲେ ମାହାଙ୍ଗା ବିଧାୟକ appeared first on Dharitri Odia News.