ପୁନମ ପାଣ୍ଡେଙ୍କ ଟ୍ରେଣ୍ଡ ମଧ୍ୟରେ ଦିଲ୍ଲୀ ପୋଲିସର ପୋଷ୍ଟ ଭାଇରାଲ
ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁକୁ ନେଇ ମିଥ୍ୟା ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତାଙ୍କୁ ଅନେକ ସମାଲୋଚନା କରାଯାଉଛି। କିଛି ଲୋକ ପୁନମଙ୍କ ଉପରେ ନିଜର ରାଗ ବି ଶୁଝାଉଛନ୍ତି। ସମସ୍ତେ ଜାଣନ୍ତି ଗତ ଶୁକ୍ରବାର ପୁନମଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ପୋଷ୍ଟ ଆସିଥିଲା, ଯେଉଁଥିରେ ଲେଖାଥିଲା ଅଭିନେତ୍ରୀ ୩୨ ବର୍ଷ ବୟସରେ ଗର୍ଭାଶୟ କର୍କଟରେ ମୃତ୍ୟୁବରଣ କରିଛନ୍ତି। ପୋଷ୍ଟ ପଢ଼ିବା ପରେ କିଛି ଲୋକ ଅତ୍ୟନ୍ତ ଦୁଃଖ ପ୍ରକାଶ […] The post ପୁନମ ପାଣ୍ଡେଙ୍କ ଟ୍ରେଣ୍ଡ ମଧ୍ୟରେ ଦିଲ୍ଲୀ ପୋଲିସର ପୋଷ୍ଟ ଭାଇରାଲ appeared first on Dharitri Odia News.
ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁକୁ ନେଇ ମିଥ୍ୟା ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତାଙ୍କୁ ଅନେକ ସମାଲୋଚନା କରାଯାଉଛି। କିଛି ଲୋକ ପୁନମଙ୍କ ଉପରେ ନିଜର ରାଗ ବି ଶୁଝାଉଛନ୍ତି। ସମସ୍ତେ ଜାଣନ୍ତି ଗତ ଶୁକ୍ରବାର ପୁନମଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ପୋଷ୍ଟ ଆସିଥିଲା, ଯେଉଁଥିରେ ଲେଖାଥିଲା ଅଭିନେତ୍ରୀ ୩୨ ବର୍ଷ ବୟସରେ ଗର୍ଭାଶୟ କର୍କଟରେ ମୃତ୍ୟୁବରଣ କରିଛନ୍ତି। ପୋଷ୍ଟ ପଢ଼ିବା ପରେ କିଛି ଲୋକ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିବା ବେଳେ କିଛି ଲୋକ ବିଗତ ଦିନଗୁଡ଼ିକୁ ମନେ ପକାଇ କାନ୍ଦ ଇମୋଜି ଦେଇ ନିଜର ଭାବନା ପ୍ରକାଶ କରିଥିଲେ। ଶନିବାର ପୁନମ ଏକ ଭିଡିଓ ଜାରି କରି କହିଥିଲେ ଯେ, ସେ ଜୀବିତ ଏବଂ ଗର୍ଭାଶୟ କର୍କଟ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ସେ ଏହା କରିଛନ୍ତି। ଏହା ପରେ ସୋସିଆଲ ମିଡିଆରେ ଲୋକମାନେ ପୁନମଙ୍କୁ ଲୋକେ ଆହୁରି ବହୁତ ଟ୍ରୋଲ୍ କରୁଛନ୍ତି। ସେପଟେ ଦିଲ୍ଲୀ ପୋଲିସ ଏକ ପୋଷ୍ଟ ଶେୟାର କରି ଲୋକଙ୍କୁ ବିଶେଷ ପରାମର୍ଶ ଦେଇଛି। ପୁନମଙ୍କ ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଏହି ପୋଷ୍ଟ ଶେୟାର କରିଛି ବୋଲି ଜଣାପଡ଼ିଛି।
हाँ हाँ, इधर-उधर मत देखो, तुम्हारी ही बात हो रही है@dtptraffic #RoadSafety pic.twitter.com/8OyLbrQ8j6
— Delhi Police (@DelhiPolice) February 3, 2024
ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦିଲ୍ଲୀ ପୋଲିସ ଏହାର ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରିଛି। ଏଥିରେ କ୍ୟାପ୍ଶନ୍ ଲେଖା ଅଛି, ହଁ ହଁ ତୁମେ। ଇଆଡ଼େ ସିଆଡ଼େ ଚାହଁନା। ତୁମ କଥା କହିଁ କହୁଛୁ। ତୁମେ ଅଣ୍ଡରଟେକର୍, ମିହିର ବିରାନୀ କିମ୍ବା ସ୍ପେଶାଲ କେସ୍ ନୁହେଁ। ଯଦି ତୁମେ ପୁନର୍ବାର ଜୀବିତ ହେବାକୁ ଯାଉଛ, ତେବେ ସବୁବେଳେ ପାଇଁ ହେଲମେଟ୍ ପିନ୍ଧନ୍ତୁ ଏବଂ ସିଟ୍ ବେଲ୍ଟ ବାନ୍ଧନ୍ତୁ। ଏହା ବୁଝିବାକୁ ହେବ ଯେ, ଏହି ପୋଷ୍ଟ ମାଧ୍ୟମରେ ପୋଲିସ ଲୋକଙ୍କୁ ସଡ଼କ ସୁରକ୍ଷା ବାର୍ତ୍ତା ମାଧ୍ୟମରେ ସଚେତନ କରାଉଛି।
ସୋସିଆଲ ମିଡିଆ ୟୁଜରମାନେ ଏହି ପୋଷ୍ଟରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଜରିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ପୁନମଙ୍କ ନାମ ମଧ୍ୟ ଏହା ସହିତ ଆସିବା ଉଚିତ’। ଅନ୍ୟ ଜଣେ ୟୁଜର କହିଛନ୍ତି, ଦିନକୁ ଦିନ ଏହା ମୋର ପ୍ରିୟ ପେଜ୍ ପାଲଟିଛି। ଆଉ ଜଣେ ୟୁଜର କହିଛନ୍ତି, ଦୟାକରି ପୁନମଙ୍କ ନାମରେ ମାମଲା ରୁଜୁ କରାଯାଉ।
The post ପୁନମ ପାଣ୍ଡେଙ୍କ ଟ୍ରେଣ୍ଡ ମଧ୍ୟରେ ଦିଲ୍ଲୀ ପୋଲିସର ପୋଷ୍ଟ ଭାଇରାଲ appeared first on Dharitri Odia News.