ଶାଢ଼ି ବାଣ୍ଟି ଧରାପଡ଼ିଲେ ୨ଯୁବକ
ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ତେବେ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ମତଦାନ ପୂର୍ବରୁ ରବିବାର କିଛି ପ୍ରାର୍ଥୀ ବିଭିନ୍ନ ଅସାଧୁ ଉପାୟ ଅବଳମ୍ବନ କରୁଥିବା ପରିଲକ୍ଷିତ ହୋଇଛି। କିଏ ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି ତ ଆଉ କେହି ଶାଢ଼ି ବାଣ୍ଟୁଥିବା ଚର୍ଚ୍ଚା ଚାଲିଛି। ସେହିପରି ପ୍ରାର୍ଥୀଙ୍କଠାରୁ ମିଳିଥିବା ଟଙ୍କାରେ ରବିବାର ରାତିରେ ବିଭିନ୍ନ ସ୍ଥାନରେ ଭୋଜିଭାତ ଆସର ଜମିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି। […] The post ଶାଢ଼ି ବାଣ୍ଟି ଧରାପଡ଼ିଲେ ୨ଯୁବକ appeared first on Dharitri Odia News.
ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସୋମବାର ସାଧାରଣ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ତେବେ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ ମତଦାନ ପୂର୍ବରୁ ରବିବାର କିଛି ପ୍ରାର୍ଥୀ ବିଭିନ୍ନ ଅସାଧୁ ଉପାୟ ଅବଳମ୍ବନ କରୁଥିବା ପରିଲକ୍ଷିତ ହୋଇଛି।
କିଏ ଭୋଟରଙ୍କୁ ଟଙ୍କା ବାଣ୍ଟୁଛନ୍ତି ତ ଆଉ କେହି ଶାଢ଼ି ବାଣ୍ଟୁଥିବା ଚର୍ଚ୍ଚା ଚାଲିଛି। ସେହିପରି ପ୍ରାର୍ଥୀଙ୍କଠାରୁ ମିଳିଥିବା ଟଙ୍କାରେ ରବିବାର ରାତିରେ ବିଭିନ୍ନ ସ୍ଥାନରେ ଭୋଜିଭାତ ଆସର ଜମିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।
ତେବେ ବରଗଡ଼ ସହର ଗୋବିନ୍ଦପାଲିକୁ ଆସି ଶାଢ଼ି ବାଣ୍ଟୁଥିବା ବେଳେ ୨ଯୁବକ ଧରାପଡ଼ିବା ଘଟଣାର ଚର୍ଚ୍ଚାର ବିଷୟ ହୋଇଛି। ସମ୍ପୃକ୍ତ ୨ଯୁବକଙ୍କଠାରୁ ପ୍ରାୟ ୨୦୦ଖଣ୍ଡ ଶାଢ଼ି ଏବଂ ସେମାନଙ୍କ ବ୍ୟବହୃତ ବାଇକ୍କୁ ପୋଲିସ ଜବତ କରିଛି। ସମ୍ପୃକ୍ତ ୨ଯୁବକଙ୍କୁ ପୋଲିସ ଅଟକ ରଖି ପଚରଉଚୁରା କରୁଛି।
The post ଶାଢ଼ି ବାଣ୍ଟି ଧରାପଡ଼ିଲେ ୨ଯୁବକ appeared first on Dharitri Odia News.