ନିଜ ପାଖରେ ଏହି ସବୁ ମନ୍ତ୍ରଣାଳୟ ରଖିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସରକାର ରବିବାର ଶପଥ ଗ୍ରହଣ କରିଛନ୍ତି। ନରେନ୍ଦ୍ର ମୋଦି ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତେବେ ସୋମବାର ସୋମବାର ପ୍ରଧାନମନ୍ତ୍ରୀ ପ୍ରଥମ କ୍ୟାବିନେଟ ବୈଠକ କରି ବିଭାଗ ବଣ୍ଟନ କରିଛନ୍ତି। ମନ୍ତ୍ରଣାଳୟର ବଣ୍ଟନରେ ପୂର୍ବ ସରକାରଙ୍କ ଝଲକ ଦେଖିବାକୁ ମିଳିଛି। ଶ୍ରେଷ୍ଠ ୪ ମନ୍ତ୍ରଣାଳୟ ଯାହାଙ୍କ ପାଖରେ ଥିଲା ସେମାନଙ୍କୁ ସେହି ମନ୍ତ୍ରଣାଳୟ ଦିଆଯାଇଛି। ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କିଛି ମନ୍ତ୍ରଣାଳୟ ନିଜ ପାଖରେ ରଖିଛନ୍ତି। […] The post ନିଜ ପାଖରେ ଏହି ସବୁ ମନ୍ତ୍ରଣାଳୟ ରଖିଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍ଡିଏ ସରକାର ରବିବାର ଶପଥ ଗ୍ରହଣ କରିଛନ୍ତି। ନରେନ୍ଦ୍ର ମୋଦି ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତେବେ ସୋମବାର ସୋମବାର ପ୍ରଧାନମନ୍ତ୍ରୀ ପ୍ରଥମ କ୍ୟାବିନେଟ ବୈଠକ କରି ବିଭାଗ ବଣ୍ଟନ କରିଛନ୍ତି। ମନ୍ତ୍ରଣାଳୟର ବଣ୍ଟନରେ ପୂର୍ବ ସରକାରଙ୍କ ଝଲକ ଦେଖିବାକୁ ମିଳିଛି। ଶ୍ରେଷ୍ଠ ୪ ମନ୍ତ୍ରଣାଳୟ ଯାହାଙ୍କ ପାଖରେ ଥିଲା ସେମାନଙ୍କୁ ସେହି ମନ୍ତ୍ରଣାଳୟ ଦିଆଯାଇଛି। ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କିଛି ମନ୍ତ୍ରଣାଳୟ ନିଜ ପାଖରେ ରଖିଛନ୍ତି।
ପ୍ରଧାନମନ୍ତ୍ରୀ ନିଜ ପାଖରେ ବ୍ୟକ୍ତିଗତ, ଜନ ଅଭିଯୋଗ ଏବଂ ପେନସନ ମନ୍ତ୍ରଣାଳୟ, ପରମାଣୁ ଶକ୍ତି ବିଭାଗ, ମହାକାଶ ବିଭାଗ ରଖିଛନ୍ତି।
ଏହା ବ୍ୟତୀତ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଗତଥର ଭଳି ଅମିତ ଶାହାଙ୍କ ହାତରେ ଅଛି, ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଗତଥର ଭଳି ରାଜନାଥ ସିଂଙ୍କୁ ଦିଆଯାଇଛି। ସେହିଭଳି ବୈଦେଶିକ ମନ୍ତ୍ରଣାଳୟ ଏସ୍. ଜୟଶଙ୍କର, ସଡ଼କ ପରିବହନ ଏବଂ ରାଜପଥ ନୀତୀନ ଗଡକରୀ ଏବଂ ଅର୍ଥ ମନ୍ତ୍ରଣାଳୟ ନିର୍ମଳା ସୀତାରମଣଙ୍କୁ ଦିଆଯାଇଛି।
The post ନିଜ ପାଖରେ ଏହି ସବୁ ମନ୍ତ୍ରଣାଳୟ ରଖିଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.