ସକାଳୁ ସକାଳୁ ୨ ଥର ଭୂକମ୍ପ: ଭୟରେ ଲୋକେ ଦୌଡିଲେ
ଇମ୍ଫାଲ,୨୮।୫: ମଣିପୁରରେ ବୁଧବାର ସକାଳୁ ଦୁଇଟି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୨.୫ ଏବଂ ୫.୨ ମାପ କରାଯାଇଥିଲା। ଭୂକମ୍ପ ଅନୁଭବ କରିବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ମେ ୨୮ରେ ରାତି ୧:୫୪ (ଭାରତୀୟ ସମୟ) ରେ ମଣିପୁରର ଚୁରାଚାନ୍ଦପୁର ଜିଲାରେ ୫.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଏହାର ଗଭୀରତା ୪୦ କିଲୋମିଟର ଥିଲା। ଏହାର କିଛି […] The post ସକାଳୁ ସକାଳୁ ୨ ଥର ଭୂକମ୍ପ: ଭୟରେ ଲୋକେ ଦୌଡିଲେ appeared first on Dharitri Odia News.
ଇମ୍ଫାଲ,୨୮।୫: ମଣିପୁରରେ ବୁଧବାର ସକାଳୁ ଦୁଇଟି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୨.୫ ଏବଂ ୫.୨ ମାପ କରାଯାଇଥିଲା। ଭୂକମ୍ପ ଅନୁଭବ କରିବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ମେ ୨୮ରେ ରାତି ୧:୫୪ (ଭାରତୀୟ ସମୟ) ରେ ମଣିପୁରର ଚୁରାଚାନ୍ଦପୁର ଜିଲାରେ ୫.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଏହାର ଗଭୀରତା ୪୦ କିଲୋମିଟର ଥିଲା। ଏହାର କିଛି ସମୟ ପରେ, ମଣିପୁରରେ ଦ୍ୱିତୀୟ ଥର ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ମଣିପୁରର ନୋନି ଜିଲାରେ ରାତି ୨:୨୬ (ଭାରତୀୟ ସମୟ) ରେ ୨.୫ ତୀବ୍ରତାର ଏକ ମୃଦୁ ଭୂମିକମ୍ପ ହୋଇଥିଲା। ଏହାର ଗଭୀରତା ୨୫ କିଲୋମିଟର ଥିଲା। ଭୂମିକମ୍ପ ଯୋଗୁ ଜୀବନ ଏବଂ ସମ୍ପତ୍ତି କ୍ଷତିର କୌଣସି ଖବର ନାହିଁ। କିନ୍ତୁ, ଲଗାତାର ଦୁଇଟି ଭୂମିକମ୍ପ ଯୋଗୁଁ ମଣିପୁରର ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଗଲେ।
ନିକଟରେ ମିଆଁମାରରେ ଏକ ଭୟଙ୍କର ଭୂମିକମ୍ପ ହୋଇଥିଲା। ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ।
The post ସକାଳୁ ସକାଳୁ ୨ ଥର ଭୂକମ୍ପ: ଭୟରେ ଲୋକେ ଦୌଡିଲେ appeared first on Dharitri Odia News.