ଡେଙ୍ଗୁରା ପିଟି ଓ୍ବାରେଣ୍ଟିଙ୍କ ନାଁରେ ଲଟ୍‌କା ଜାରି କଲା ପୋଲିସ

ବଲାଙ୍ଗୀର,୨୯ା୫(ସୁନୀଲ କୁମାର ମହାନ୍ତି): କୋର୍ଟରେ ହାଜର ହୋଇ ନ ଥିବା ବିଭିନ୍ନ ମାମଲାର ଓ୍ବାରେଣ୍ଟିମାନଙ୍କ ବିରୋଧରେ ବଲାଙ୍ଗୀର ଟାଉନ ଥାନା ପୋଲିସ ପକ୍ଷରୁ ଲଟ୍‌କା ଜାରି କରାଯାଇଛି। ସହରର ଟିକ୍ରାପଡ଼ା, ମାଲପଡ଼ା, ଇନ୍ଦିରାନଗର, ମାଲଗୋଦାମପଡ଼ା, ପ୍ରତାପସାଗର ପଡ଼ା ସମେତ ବିଭିନ୍ନ ପଡ଼ାରେ ଡେଙ୍ଗୁରା ପିଟି ପୋଲିସ ବିଭିନ୍ନ ମାମଲାର ଓ୍ବାରେଣ୍ଟିଙ୍କ ନାମର ଲଟ୍‌କା ଲଗାଇଥିଲା। ତିନି ଦିନ ମଧ୍ୟରେ ବଲାଙ୍ଗୀର ଟାଉନ ଥାନା ବା ଓ୍ବାରେଣ୍ଟ ଜାରି କରିଥିବା ଅଦାଲତରେ ହାଜର ନ ହେଲେ ସେମାନଙ୍କ ଚଳନ୍ତି […] The post ଡେଙ୍ଗୁରା ପିଟି ଓ୍ବାରେଣ୍ଟିଙ୍କ ନାଁରେ ଲଟ୍‌କା ଜାରି କଲା ପୋଲିସ appeared first on Dharitri Odia News.

ଡେଙ୍ଗୁରା ପିଟି ଓ୍ବାରେଣ୍ଟିଙ୍କ ନାଁରେ ଲଟ୍‌କା ଜାରି କଲା ପୋଲିସ

ବଲାଙ୍ଗୀର,୨୯ା୫(ସୁନୀଲ କୁମାର ମହାନ୍ତି): କୋର୍ଟରେ ହାଜର ହୋଇ ନ ଥିବା ବିଭିନ୍ନ ମାମଲାର ଓ୍ବାରେଣ୍ଟିମାନଙ୍କ ବିରୋଧରେ ବଲାଙ୍ଗୀର ଟାଉନ ଥାନା ପୋଲିସ ପକ୍ଷରୁ ଲଟ୍‌କା ଜାରି କରାଯାଇଛି। ସହରର ଟିକ୍ରାପଡ଼ା, ମାଲପଡ଼ା, ଇନ୍ଦିରାନଗର, ମାଲଗୋଦାମପଡ଼ା, ପ୍ରତାପସାଗର ପଡ଼ା ସମେତ ବିଭିନ୍ନ ପଡ଼ାରେ ଡେଙ୍ଗୁରା ପିଟି ପୋଲିସ ବିଭିନ୍ନ ମାମଲାର ଓ୍ବାରେଣ୍ଟିଙ୍କ ନାମର ଲଟ୍‌କା ଲଗାଇଥିଲା। ତିନି ଦିନ ମଧ୍ୟରେ ବଲାଙ୍ଗୀର ଟାଉନ ଥାନା ବା ଓ୍ବାରେଣ୍ଟ ଜାରି କରିଥିବା ଅଦାଲତରେ ହାଜର ନ ହେଲେ ସେମାନଙ୍କ ଚଳନ୍ତି ଓ ଅଚଳନ୍ତି ସମ୍ପତ୍ତି ବ୍ୟାଜ୍ୟାପ୍ତ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଡେଙ୍ଗୁରା ଦେଇ ସହରର ସର୍ବସାଧାରଣ ସ୍ଥାନରେ ନୋଟିସ୍‌ ଜାରି କରାଯାଇଛି। ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟ ଓ ଥାନା ଅଧିକାରୀ ଅବନୀ ସାହୁଙ୍କ ସମେତ ଟାଉନ ଥାନାର ସମସ୍ତ ପୋଲିସ ଉପସ୍ଥିତି ଥିଲେ l

The post ଡେଙ୍ଗୁରା ପିଟି ଓ୍ବାରେଣ୍ଟିଙ୍କ ନାଁରେ ଲଟ୍‌କା ଜାରି କଲା ପୋଲିସ appeared first on Dharitri Odia News.