ସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ମାଳ ମାଳ କୋଠା ଦେଖି ତାଜୁବ ହୋଇଗଲା ଭିଜିଲାନ୍ସ
ଭୁବନେଶ୍ୱର,୧୧।୯: ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ କରିଛି। ଚଢାଉ ବେଳେ ଯନ୍ତ୍ରୀଙ୍କ ୬ଟି ବହୁତଳ କୋଠା ଭିଜିଲାନ୍ସ ଟିମ ଠାବ କରିଛି। ୨ଟି ୪ ମହଲା, ୨ଟି ୩ ମହଲା ଓ ୨ଟି ୨ ମହଲା କୋଠା ଠାବ ହୋଇଛି। ବ୍ରହ୍ମପୁର ତୁଳସୀନଗରରେ ୪ ମହଲା କୋଠା, ଯାହାର ମୂଲ୍ୟ ୨.୪ କୋଟି। ଭଞ୍ଜନଗର ବାଗ୍ଦେବୀ ରୋଡରେ ୬ ହଜାର ବର୍ଗଫୁଟର ୪ ମହଲା କୋଠା ସହ […] The post ସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ମାଳ ମାଳ କୋଠା ଦେଖି ତାଜୁବ ହୋଇଗଲା ଭିଜିଲାନ୍ସ appeared first on Dharitri Odia News.
ଭୁବନେଶ୍ୱର,୧୧।୯: ଭଞ୍ଜନଗର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ପ୍ରସନ୍ନ ସ୍ବାଇଁଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ କରିଛି। ଚଢାଉ ବେଳେ ଯନ୍ତ୍ରୀଙ୍କ ୬ଟି ବହୁତଳ କୋଠା ଭିଜିଲାନ୍ସ ଟିମ ଠାବ କରିଛି। ୨ଟି ୪ ମହଲା, ୨ଟି ୩ ମହଲା ଓ ୨ଟି ୨ ମହଲା କୋଠା ଠାବ ହୋଇଛି। ବ୍ରହ୍ମପୁର ତୁଳସୀନଗରରେ ୪ ମହଲା କୋଠା, ଯାହାର ମୂଲ୍ୟ ୨.୪ କୋଟି। ଭଞ୍ଜନଗର ବାଗ୍ଦେବୀ ରୋଡରେ ୬ ହଜାର ବର୍ଗଫୁଟର ୪ ମହଲା କୋଠା ସହ ୩ ମହଲା କୋଠା ରହିଛି। ସେହିପରି ଭଞ୍ଜନଗରରେ ୨୫୦୦ ବର୍ଗଫୁଟର ଆଉ ଏକ ୩ ମହଲା କୋଠା, ଭଞ୍ଜନଗର ୬ ନମ୍ବର ୱାର୍ଡରେ ଗୋଟିଏ, ଲୁଡୁଲୁଡିରେ ଗୋଟିଏ ୨ ମହଲା କୋଠା, ଭଞ୍ଜନଗରରେ ୪ଟି ଏବଂ ବ୍ରହ୍ମପୁରରେ ଗୋଟିଏ ଘରଯୋଗ୍ୟ ପ୍ଲଟ ଠାବ କରାଯାଇଛି। ଭିଜିଲାନ୍ସ ଯନ୍ତ୍ରୀଙ୍କ ସୁନା ଗହଣା, ବ୍ୟାଙ୍କ ଜମା, ଗାଡ଼ିର ହିସାବ କରୁଛି।
The post ସହକାରୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ମାଳ ମାଳ କୋଠା ଦେଖି ତାଜୁବ ହୋଇଗଲା ଭିଜିଲାନ୍ସ appeared first on Dharitri Odia News.