ହାରିଲେ ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର,ମେହବୁବା
ନୂଆଦିଲ୍ଲୀ,୪।୬: ଜମ୍ମୁ-କଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍ତି ନିର୍ବାଚନ ହାରିଯାଇଛନ୍ତି। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ବାରମୁଲ୍ଲା ଲୋକ ସଭା ଆସନରୁ ଲଢ଼ୁଥିବା ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ଉପାଧ୍ୟକ୍ଷ ଓମାର ଜେଲ୍ରେ ଥିବା ପୂର୍ବତନ ବିଧାୟକ ଶେଖ୍ ଅବଦୁଲ୍ଲା ରଶିଦଙ୍କଠାରୁ ପରାଜିତ ହୋଇଛନ୍ତି। ସେହିପରି ଅନନ୍ତନାଗ-ରାଜୌରୀ ଆସନରୁ ଲଢୁଥିବା ପିଡିପି ଅଧ୍ୟକ୍ଷା ମେହବୁବା ନ୍ୟାଶନାଲ କନ୍ଫରେନ୍ସର ଗୁଜ୍ଜର ନେତା ମିଆଁ ଅଲତାଫଙ୍କଠାରୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ ହୋଇଛନ୍ତି। The post ହାରିଲେ ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର,ମେହବୁବା appeared first on Dharitri Odia News.
ନୂଆଦିଲ୍ଲୀ,୪।୬: ଜମ୍ମୁ-କଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍ତି ନିର୍ବାଚନ ହାରିଯାଇଛନ୍ତି। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ବାରମୁଲ୍ଲା ଲୋକ ସଭା ଆସନରୁ ଲଢ଼ୁଥିବା ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ଉପାଧ୍ୟକ୍ଷ ଓମାର ଜେଲ୍ରେ ଥିବା ପୂର୍ବତନ ବିଧାୟକ ଶେଖ୍ ଅବଦୁଲ୍ଲା ରଶିଦଙ୍କଠାରୁ ପରାଜିତ ହୋଇଛନ୍ତି। ସେହିପରି ଅନନ୍ତନାଗ-ରାଜୌରୀ ଆସନରୁ ଲଢୁଥିବା ପିଡିପି ଅଧ୍ୟକ୍ଷା ମେହବୁବା ନ୍ୟାଶନାଲ କନ୍ଫରେନ୍ସର ଗୁଜ୍ଜର ନେତା ମିଆଁ ଅଲତାଫଙ୍କଠାରୁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ ହୋଇଛନ୍ତି।
The post ହାରିଲେ ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର,ମେହବୁବା appeared first on Dharitri Odia News.