ପିକ୍‌ନିକ୍‌ ହେଲା କାଳ: ଅଫିସ ଷ୍ଟାଫ୍‌ଙ୍କ ସହ ଭୋଜି କରିବାକୁ ଆସି ଚାଲିଗଲା ଯୁବକଙ୍କ ଜୀବନ

ପାଟଣା,୨୭ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତର ଘାଟ ବାଲି ଯୋଡ଼ିସ୍ଥିତ ପ୍ରସିଦ୍ଧ ପ୍ରାଚୀନ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡର ସାନକୁଣ୍ଡ ଗଭୀର ଗଣ୍ଡରେ ରବିବାର ଅପରାହ୍ନ ଜଣେ ୨୦ବର୍ଷର ଯୁବକ ଭାସିଯାଇଥିଲେ। ତେବେ ସୋମବାର ତାଙ୍କର ମୃତଦେହ ମିଳିଛି। ମୃତ ଯୁବକ ଜଣକ ହେଲେ ଜଗତସିଂହପୁର ଜିଲା ବାଲିକୁଦାର ନିତ୍ୟାନନ୍ଦ ଦାସଙ୍କ ପୁଅ ବିଶ୍ୱଜିତ୍‌। ସୂଚନାରୁ ଜଣାପଡ଼ିଛି ଯେ, ସେ ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ ମାରୁତି ସୁଜ୍‌କି ସର୍ଭିସ ସେଣ୍ଟର୍‌ରେ କାର୍ଯ୍ୟ କରୁଥିଲେ। ଅଫିସ ଷ୍ଟାଫ୍‌ଙ୍କ ସହ […] The post ପିକ୍‌ନିକ୍‌ ହେଲା କାଳ: ଅଫିସ ଷ୍ଟାଫ୍‌ଙ୍କ ସହ ଭୋଜି କରିବାକୁ ଆସି ଚାଲିଗଲା ଯୁବକଙ୍କ ଜୀବନ appeared first on Dharitri Odia News.

ପିକ୍‌ନିକ୍‌ ହେଲା କାଳ: ଅଫିସ ଷ୍ଟାଫ୍‌ଙ୍କ ସହ ଭୋଜି କରିବାକୁ ଆସି ଚାଲିଗଲା ଯୁବକଙ୍କ ଜୀବନ

ପାଟଣା,୨୭ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତର ଘାଟ ବାଲି ଯୋଡ଼ିସ୍ଥିତ ପ୍ରସିଦ୍ଧ ପ୍ରାଚୀନ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡର ସାନକୁଣ୍ଡ ଗଭୀର ଗଣ୍ଡରେ ରବିବାର ଅପରାହ୍ନ ଜଣେ ୨୦ବର୍ଷର ଯୁବକ ଭାସିଯାଇଥିଲେ। ତେବେ ସୋମବାର ତାଙ୍କର ମୃତଦେହ ମିଳିଛି। ମୃତ ଯୁବକ ଜଣକ ହେଲେ ଜଗତସିଂହପୁର ଜିଲା ବାଲିକୁଦାର ନିତ୍ୟାନନ୍ଦ ଦାସଙ୍କ ପୁଅ ବିଶ୍ୱଜିତ୍‌।
ସୂଚନାରୁ ଜଣାପଡ଼ିଛି ଯେ, ସେ ଭୁବନେଶ୍ୱରର ନୟାପଲ୍ଲୀସ୍ଥିତ ମାରୁତି ସୁଜ୍‌କି ସର୍ଭିସ ସେଣ୍ଟର୍‌ରେ କାର୍ଯ୍ୟ କରୁଥିଲେ। ଅଫିସ ଷ୍ଟାଫ୍‌ଙ୍କ ସହ ସେ ଭୀମକୁଣ୍ଡ ବୁଲିବାକୁ ଆସିଥିଲେ। ଭୀମକୁଣ୍ଡର ଠାକୁରମୁଣ୍ଡା ପାର୍ଶ୍ୱରେ ଭୋଜି ପାଇଁ ରୋଷେଇ ଚାଲିଥିଲା। ସେ ପୋଲ ତଳ ଓ ସାନକୁଣ୍ଡ ଉପରେ ଥିବା ଗଣ୍ଡ ନିକଟ ଗାଧେଉଥିବା ବେଳେ ଗଭୀର ଗଣ୍ଡରେ ପଡ଼ି ଭାସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ଥିଲେ ମଧ୍ୟ କାଲି ତାଙ୍କ ପତ୍ତା ପାଇ ନ ଥିଲେ। ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି।

The post ପିକ୍‌ନିକ୍‌ ହେଲା କାଳ: ଅଫିସ ଷ୍ଟାଫ୍‌ଙ୍କ ସହ ଭୋଜି କରିବାକୁ ଆସି ଚାଲିଗଲା ଯୁବକଙ୍କ ଜୀବନ appeared first on Dharitri Odia News.