ଡୁଙ୍ଗୁରିପାଲିରେ ଦ୍ୱିତୀୟ ପର୍ଯ୍ୟାୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଡୁଙ୍ଗୁରିପାଲି, ୨୫ା୨ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ୨୬ନମ୍ବର ଜାତୀୟ ରାଜପଥ ଡୁଙ୍ଗୁରିପାଲି ସହରରେ ଦ୍ୱିତୀୟ ପର୍ଯ୍ୟାୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ମଙ୍ଗଳବାର ଆରମ୍ଭ ହୋଇଛି। ଜାତୀୟ ରାଜପଥ ବିଭାଜନ ବିଭାଗ ଅନୁରୋଧରେ ଜିଲାପାଳଙ୍କ ଆଦେଶ କ୍ରମେ ଉଚ୍ଛେଦ ବେଳେ ଏକଜିକ୍ୟୁଟିଭ ମାଜିଷ୍ଟେଟ ଡେପୁଟି କଲେକ୍ଟର ବିଶିକେଶନ ପଧାନ, ଅତିରିକ୍ତ ଜିଲାପାଳ ଅଞ୍ଜଲିନା ପଧାନ, ମାଜିଷ୍ଟେଟଭାବେ ରାମପୁର ତହସିଲଦାର ବିମଲ କିଶୋର ପାତ୍ର, ଅତିରିକ୍ତ ତହସିଲଦାର ଆନନ୍ଦଚନ୍ଦ୍ର ଦାଶଙ୍କ ଉପସ୍ଥିତିରେ ଜବରଦଖଲ ଉଛେଦ କରାଯାଇଥିଲା। ଜବରଦଖଲ […] The post ଡୁଙ୍ଗୁରିପାଲିରେ ଦ୍ୱିତୀୟ ପର୍ଯ୍ୟାୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ appeared first on Dharitri Odia News.

ଡୁଙ୍ଗୁରିପାଲିରେ ଦ୍ୱିତୀୟ ପର୍ଯ୍ୟାୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଡୁଙ୍ଗୁରିପାଲି, ୨୫ା୨ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ୨୬ନମ୍ବର ଜାତୀୟ ରାଜପଥ ଡୁଙ୍ଗୁରିପାଲି ସହରରେ ଦ୍ୱିତୀୟ ପର୍ଯ୍ୟାୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ମଙ୍ଗଳବାର ଆରମ୍ଭ ହୋଇଛି। ଜାତୀୟ ରାଜପଥ ବିଭାଜନ ବିଭାଗ ଅନୁରୋଧରେ ଜିଲାପାଳଙ୍କ ଆଦେଶ କ୍ରମେ ଉଚ୍ଛେଦ ବେଳେ ଏକଜିକ୍ୟୁଟିଭ ମାଜିଷ୍ଟେଟ ଡେପୁଟି କଲେକ୍ଟର ବିଶିକେଶନ ପଧାନ, ଅତିରିକ୍ତ ଜିଲାପାଳ ଅଞ୍ଜଲିନା ପଧାନ, ମାଜିଷ୍ଟେଟଭାବେ ରାମପୁର ତହସିଲଦାର ବିମଲ କିଶୋର ପାତ୍ର, ଅତିରିକ୍ତ ତହସିଲଦାର ଆନନ୍ଦଚନ୍ଦ୍ର ଦାଶଙ୍କ ଉପସ୍ଥିତିରେ ଜବରଦଖଲ ଉଛେଦ କରାଯାଇଥିଲା। ଜବରଦଖଲ ଉଚ୍ଛେଦ ବେଳେ ଜାତୀୟ ରାଜପଥ ବିଭାଜନ ବଲାଙ୍ଗୀର ବିଭାଗ ନିର୍ବାହୀ ଅଧିକାରୀ ମହମ୍ମଦ ସାହାବାଗ, ଏନ୍‌ଏଚ୍‌ ସବଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ବୀରେନ୍ଦ୍ର କୁମାର ମହାପାତ୍ର, ଡୁଙ୍ଗୁରିପାଲି ରାଜସ୍ବ ନିରୀକ୍ଷକ ଅମିୟ କୁମାର ପାଇକ, ଥାନା ଅଧିକାରୀ ସତ୍ୟନାରାୟଣ ପଧାନ ଓ ଟିମ୍‌ ସହ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ସାମିଲ ଥିଲେ। ବରଗଡ-ବୋରିଗୁମା ୨୬ ନମ୍ବର ଜାତୀୟ ରାଜପଥ ଡୁଙ୍ଗୁରିପାଲିର ଚିନାଜୁରୀଠାରୁ ବଲାଙ୍ଗୀର ପର୍ଯ୍ୟନ୍ତ ନିର୍ମାଣ କାମ ବଲାଙ୍ଗୀର ଏନ୍‌ଏଚ ଡିଭିଜନ ଅଧିନରେ ଚାଲିଛି। ୨୦୨୧ ଜୁନ ୧୭ରୁ ଏହି କାମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ ଜବରଦଖଲ ଉଚ୍ଛେଦ ୨୦୨୩ ଏପ୍ରିଲ ୨୯ରେ ଆରମ୍ଭ ହୋଇଥିଲା। ଡୁଙ୍ଗୁରିପାଲି ସହରର ଉଭୟପାର୍ଶ୍ୱରେ ଜବରଦଖଲକରି ବ୍ୟବସାୟ ଦୋକାନ, ହୋଟେଲ ଆଦିକୁ ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଥିଲା। ରାସ୍ତାର ପ୍ରଶସ୍ତିକରଣ କାମ ଜାତୀୟ ରାଜପଥ ବିଭାଜନ ବଲାଙ୍ଗୀର ବିଭାଗ କରୁଛି।

 

The post ଡୁଙ୍ଗୁରିପାଲିରେ ଦ୍ୱିତୀୟ ପର୍ଯ୍ୟାୟ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ appeared first on Dharitri Odia News.