ଜିମ୍ ମାଲିକଙ୍କୁ ଆଖିବୁଜା ଗୁଳିମାଡ, ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର
ନୂଆଦିଲ୍ଲୀ ୧୩।୦୯: ଦିଲ୍ଲୀରେ ପୁଣି ଅଭାବନୀୟ ଅଘଟଣ । ଗ୍ରେଟର କୈଳାସ ଅଞ୍ଚଳରେ ଥିବା ଏକ ଜିମ୍ ବାହାରେ ଗୁଳିକାଣ୍ଡ । ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗ୍ୟାଙ୍ଗ୍ ୱାର କାରଣରୁ ହତ୍ୟାକାଣ୍ଡ ଘଟିଥିବା ନେଇ ସନ୍ଦେହ କରାଯାଉଛି।ପୋଲିସ୍ ରିପୋର୍ଟରୁ ଜଣାପଡ଼ିଛି ଯେ ଗୁଳି ଚଳାଇଥିବା ଅଭିଯୁକ୍ତ ନାଦିର ଶାହାଙ୍କ ଉପରକୁ ୧୧ ରାଉଣ୍ଡ୍ ଗୁଳି ଚଳାଇଥିଲେ। ଏଥିରେ ୮ ରାଉଣ୍ଡ ଗୁଳି ତାଙ୍କ ଶରୀରରେ ବାଜିଥିଲା। ଗୁରୁବାର ଦିନ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତ ହତ୍ୟା କରିବା ପୂର୍ବରୁ ପ୍ରାୟ ଏକ ଘଣ୍ଟା ଧରି ନଜର ରଖିଥିଲା । ସୁଯୋଗ ପାଇବା ମାତ୍ରେ ନାଦିର୍ଙ୍କୁ ହତ୍ୟା କରିଥିଲେ।ଏହି ହତ୍ୟାକାଣ୍ଡ ପାଇଁ ଗ୍ୟାଙ୍ଗଷ୍ଟର ରୋହିତ ଗୋଦରା ନିଜକୁ ଦାୟୀ କରିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜକୁ ଦାୟୀ କରିଛି ରୋହିତ ଗୋଦରା। ସେ ଗୋଲ୍ଡି ବରାର ଏବଂ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସହଯୋଗୀ। ଗୋଦରା ମଧ୍ୟ କାନାଡାରେ ପଞ୍ଜାବୀ ଗାୟକ ଏପି ଧିଲନଙ୍କ ଘରେ ହୋଇଥିବା ଗୁଳିମାଡ଼ ପାଇଁ ନିଜକୁ ଦାୟୀ କରିଥିଲା
ନୂଆଦିଲ୍ଲୀ ୧୩।୦୯: ଦିଲ୍ଲୀରେ ପୁଣି ଅଭାବନୀୟ ଅଘଟଣ । ଗ୍ରେଟର କୈଳାସ ଅଞ୍ଚଳରେ ଥିବା ଏକ ଜିମ୍ ବାହାରେ ଗୁଳିକାଣ୍ଡ । ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗ୍ୟାଙ୍ଗ୍ ୱାର କାରଣରୁ ହତ୍ୟାକାଣ୍ଡ ଘଟିଥିବା ନେଇ ସନ୍ଦେହ କରାଯାଉଛି।
ପୋଲିସ୍ ରିପୋର୍ଟରୁ ଜଣାପଡ଼ିଛି ଯେ ଗୁଳି ଚଳାଇଥିବା ଅଭିଯୁକ୍ତ ନାଦିର ଶାହାଙ୍କ ଉପରକୁ ୧୧ ରାଉଣ୍ଡ୍ ଗୁଳି ଚଳାଇଥିଲେ। ଏଥିରେ ୮ ରାଉଣ୍ଡ ଗୁଳି ତାଙ୍କ ଶରୀରରେ ବାଜିଥିଲା। ଗୁରୁବାର ଦିନ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତ ହତ୍ୟା କରିବା ପୂର୍ବରୁ ପ୍ରାୟ ଏକ ଘଣ୍ଟା ଧରି ନଜର ରଖିଥିଲା । ସୁଯୋଗ ପାଇବା ମାତ୍ରେ ନାଦିର୍ଙ୍କୁ ହତ୍ୟା କରିଥିଲେ।
ଏହି ହତ୍ୟାକାଣ୍ଡ ପାଇଁ ଗ୍ୟାଙ୍ଗଷ୍ଟର ରୋହିତ ଗୋଦରା ନିଜକୁ ଦାୟୀ କରିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜକୁ ଦାୟୀ କରିଛି ରୋହିତ ଗୋଦରା। ସେ ଗୋଲ୍ଡି ବରାର ଏବଂ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ସହଯୋଗୀ। ଗୋଦରା ମଧ୍ୟ କାନାଡାରେ ପଞ୍ଜାବୀ ଗାୟକ ଏପି ଧିଲନଙ୍କ ଘରେ ହୋଇଥିବା ଗୁଳିମାଡ଼ ପାଇଁ ନିଜକୁ ଦାୟୀ କରିଥିଲା